Science ର ଚମତକାର: ପିଲା ଯେତେବେଳେ ଜନ୍ମ ହେଲା ବୟସ ହୋଇଥିଲା ୨୭ ବର୍ଷ , ମା ଙ୍କଠାରୁ ଦେଢ ବର୍ଷ ସାନ

ସାଇନ୍ସ କେଉଁ ସ୍ତରରେ ଯାଇ ପହଁଚି ଲାଣି ଏହାର ଆକଳନ ଆପଣ ଏହି ଘଟଣାରୁ କରିପାରିବେ। ଆମେରିକାରେ ଯେତେବେଳେ ଗୋଟିଏ ଛୁଆ ଜନ୍ମ ହେଲା ଟେକନୋଲୋଜି ଅନୁସାରେ ସେହି ଶିଶୁର ମାଙ୍କର ବୟସ ୨୭ ବର୍ଷ ଥିଲା ଏବ ସେ ଶିଶୁ ନିଜ ମା ଠାରୁ ଦେଢ ବର୍ଷ ସାନ ଥିଲା। ବାସ୍ତବରେ ମଲୀର ଭୃଣ ଅକ୍ଟୋବର ୧୯୯୨ ରେ ଫ୍ରିଜ କରାଯାଇଥିଲା ଏବଂ ୨୦୨୦ରେ ଗିବ୍ସନ ପରିବାର ଏହି ଭୃଣ ର ଟ୍ରାନ୍ସପ୍ଲାଣ୍ଟ ଟୀନା ଗିବ୍ସନ ନାମକ ମହିଳାଙ୍କ ଠାରେ କରାଯାଇଥିଲା। ଯାହାପରେ ଏହି ଅକ୍ଟୋବରରେ ମଲୀର ଜନ୍ମ ହୋଇଥିଲା।

ଟୀନା ଗିବ୍ସନର ଜନ୍ମ ୧୯୯୧ରେ ହୋଇଥିଲା। ତାଙ୍କର ଏବଂ ବେଞ୍ଜାମୀନ ଙ୍କ ବିବାହ ଦଶ ବର୍ଷ ହୋଇ ସାରିଲେଣି। ଟୀନାଙ୍କର ସ୍ବାମୀ ସିସ୍ଟିକ ଫାୟବ୍ରୋସିସ ର ରୋଗୀ ଥିଲେ। ଏହି ରୋଗ ପିଲା ଜନ୍ମ କରିବରେ ବାଧା ଦେଇଥାଏ। ୨୦୧୭ରେ ଟୀନାଙ୍କ ପ୍ୟାରେନ୍ସ ଏକ ଲୋକାଲ ନ୍ୟୁଜ ସ୍ଟେଶନ ରେ ନେଶନାଲ ଏଂବ୍ରାୟୋ ଡୋନେଶନ ସେଣ୍ଟର ନାମକ ଏକ ସଂସ୍ଥା ବିଷୟରେ ପଢିଥିଲେ ଯାହା ମହିଳାଙ୍କୁ ଭୃଣ ଗ୍ରହଣ କରିବାରେ ସାହାର୍ଯ୍ୟ କରେ। ପ୍ରଥମେ ଏହି ବିଚାରକୁ ଟୀନାକୁ ଖାସ ଭାବି ନଥିଲେ କିନ୍ତୁ ପରେ ସେ ନିଜ ସ୍ବାମୀ ସହ ସେହି ସଂସ୍ଥାକୁ ଯିବା ପାଇଁ ନିସ୍ପତି ନେଇଥିଲେ।

ପେଶାରେ ଟୀନା ଜଣେ ଶିକ୍ଷକ ଅଟନ୍ତି। ଟୀନା ୨୦୧୭ରେ ନିଜର ପ୍ରଥମ ଝିଅର ଭୃଣକୁ ଗ୍ରହଣ କରିଥିଲେ ଏବଂ ସେ ୨୦୧୭ ନଭେମ୍ବର କୁ ସେ ଜନ୍ମ ହୋଇଥିଲା, ଯାହାର ନାମ ଏମ୍ମା ରଖାଯାଇଛି। ଏମ୍ମାଙ୍କ ଭୃଣ ଗତ ୨୪ ବର୍ଷରୁ ଫ୍ରିଜ କରି ରଖା ଯାଇଥିଲା। ୨୦୨୦ରେ ମଲୀ ଏମ୍ମାଙ୍କର ରେର୍କଡକୁ ଭାଙ୍ଗିଥିଲା କାରଣ ତାଙ୍କର ଭୃଣ ଗତ ୨୭ ବର୍ଷ ହେବ ଫ୍ରିଜ କରି ରଖାଯାଇଥିଲା। ୟୁନିଭର୍ସିଟି ଅଫ ପ୍ରସ୍ଟନ ମେଡିକାଲ ଲାଇବ୍ରେରିର ରିସର୍ଚ ଅନୁସାରେ, ଏହା ଏକ ରେର୍କଡ ଅଟେ।

ଏହି ସଂସ୍ଥାରେ ଆଈବିଏଫ ଟ୍ରିଟମେଣ୍ଟ କରୁଥିବା ଲୋକ ନିଜର ଭୃଣକୁ ଡୋନେଟ କରି ପାରିବେ ଏବଂ ତା ପରେ ଏହି ଭୃଣକୁ ଫ୍ରିଜ କରି ରଖା ଯାଇଥାଏ। ଏହାପରେ ଯେଉଁ ଦମ୍ପତି ବଞ୍ଝପଣର ସମସ୍ୟା ଦେଇ ଗତୀ କରୁଛନ୍ତି ସେମାନେ ଏହାକୁ ଗ୍ରହଣ କରି ପାରିବେ। ଟୀନା ଏବଂ ବେଞ୍ଜାମିନ ଙ୍କର ଦୁଇଟି ଯାକ ପିଲା ଏହି ପ୍ରକ୍ରିୟାରେ ଜନ୍ମ ହୋଇଛନ୍ତି। ଏନଈଡିସି ସଂଖ୍ୟା ଅନୁସାରେ କେବଳ ଆମେରିକାରେ ଏହି ସମୟରେ ୧୦ ଲକ୍ଷରୁ ଅଧିକ ଭୃଣ ଫ୍ରିଜ କରି ରଖା ଯାଇଛି।

ନେଶନାଲ ଏଂବ୍ରୋୟୋ ଡୋନେଶନ ସେଣ୍ଟର ର ଲ୍ୟାବ ଟାଇରେକଟ କୈରୋଲ ସମରଫୈଲ୍ଟ ଭୃଣ ଦେବାର ସମ୍ଭେଧନାଶୀଳ ପ୍ରକ୍ରିୟା ବିଷୟରେ ନ୍ୟୁୟର୍କର ପୋଷ୍ଟ ସହିତ କଥା ହୋଇ କହିଛନ୍ତି କି ଯେ ପର୍ଯ୍ୟନ୍ତ ଭୃଣ ଲିକ୍ବୁଡ ନାଇଟ୍ରୋଜନ ସ୍ଟୋରେଜ ଟୈଙ୍କରେ ୩୯୬ ଡିଗ୍ରୀ ପର୍ଯ୍ୟନ୍ତ ଠିକ୍ ଢଙ୍ଗରେ ମେଣ୍ଟେନ କରାଯାଏ, ସେ ପର୍ଯ୍ୟନ୍ତ ବହୁତ ସମୟ ପାଇଁ ସୁରକ୍ଷିତ ରହିଥାଏ। ସେ ଆଗକୁ କହିଛନ୍ତି କି ଏହା ଦେଖିବା ଏତେ ସୁନ୍ଦର ଥିଲା କି ଏକ ଭୃଣ ଯାହା କେତେ ବର୍ଷ ପୂର୍ବେ ଫ୍ରିଜ କରାଯାଇଥିଲା। ତାହାକୁ ଏକ ବହୁତ ସୁନ୍ଦର ପିଲା ରୂପରେ ଗ୍ରହଣ କରାଯାଇଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *