କେବେ ଟିଚର ଥିଲେ ସାଉଥ ଇଣ୍ଡିଆର ଏହି କମେଡିଆନ, ଏବେ ସୁପରଷ୍ଟାରଙ୍କ ଠାରୁ ମଧ୍ୟ ନେଉଛନ୍ତି ଅଧିକ ଟଙ୍କା

ମୁମ୍ବାଇ: ସାଉଥ ଫିଲ୍ମରେ ଯଦି କେହି ସବୁଠାରୁ ପପୁଲାର ଚେହେରା ହେଉଛି କମେଡିଆନ ବ୍ରହ୍ନାନନ୍ଦମଙ୍କର। ସାଉଥ ଇଣ୍ଡଷ୍ଟ୍ରୀରେ ବ୍ରହ୍ମାନନ୍ଦମ ହେଉଛନ୍ତି ଏକମାତ୍ର ଏପରି ସ୍ଟାର ଅଟନ୍ତି ଯାହାଙ୍କୁ ନର୍ଥ ଇଣ୍ଡିଆରର ଦର୍ଶକମାନେ ମଧ୍ୟ ସେତିକି ପସନ୍ଦ କରିନ୍ତି ଯେତିକି ସାଉଥ ଇଣ୍ଡିଆର ଦର୍ଶକ ପସନ୍ଦ କରନ୍ତି। ଏତିକି ହିଁ ନୁହେଁ ସାଉଥ ଇଣ୍ଡିଆର ପ୍ରତ୍ୟକ ଫିଲ୍ମରେ ଦେଖିବାକୁ ମିଳୁଥିବା କମେଡିଆନ ଟଲିଉଡର ସୁପରସ୍ଟାରଙ୍କ ଠାରୁ ଅଧିକ ଫିସ ନେଇଥାନ୍ତି। ବ୍ରହ୍ମାନନ୍ଦମ କାଲି ତାଙ୍କର ୬୫ ତମ ଜନ୍ମଦିନ ପାଳନ କରିଛନ୍ତି | ତାଙ୍କର ଜନ୍ମଦିନ ୧୯୫୬ ଫେବୃଆରୀ ୧ ତାରିଖରେ ଆନ୍ଧ୍ରପ୍ରଦେଶର ସାଟେନାପଲ୍ଲୀ ଜିଲ୍ଲାର ମୁପଲ୍ଲା ଗାଁରେ ହୋଇଥିଲା। କୋଟି କୋଟି ଟଙ୍କାର ସମ୍ପତିର ମାଲିକ ବ୍ରହ୍ମାନନ୍ଦମଙ୍କ ପିଲାଦିନ ବହୁତ ଅଭାବରେ ବିତିଥିଲା। ତାଙ୍କ ପରିବାରକୁ ଗୋଟିଏ ଗୋଟିଏ ରୁଟୀ ପାଇଁ କଠିନ ପରିଶ୍ରମ କରିବାକୁ ପଡିଥିଲା।

ବ୍ରହ୍ମାନନ୍ଦମଙ୍କ ପରିବାର ଆର୍ଥିକ ସମସ୍ୟା ବହୁତ ଖରାପ ଥିଲା ଏବଂ ଏଥିପାଇଁ ତାଙ୍କ ପରିବାରରେ ସେହି ଜଣେ ଥିଲେ ଯିଏ ଏମଏ ପାସ କରିଥିଲେ। କିନ୍ତୁ ତାଙ୍କ ଭାଗ୍ୟ ସେତେବେଳେ ଖୋଲିଥିଲା ଯେତେବେଳେ ତେଲୁଗୁ ନିର୍ଦେଶକ ତାଙ୍କୁ ଫିଲ୍ମରେକ କାମ କରିବାକୁ ଅଫର ଦେଇଥିଲେ। ଏହା ବହୁତ କମ ଲୋକ ଜାଣିଥିବେ କି ବ୍ରହ୍ମାନନ୍ଦମ ଏକ ହଜାରରୁ ଅଧିକ ଫିଲ୍ମରେ କାମ କରିଛନ୍ତି।

ବ୍ରହ୍ମାନନ୍ଦମ ପ୍ରଥମେ ଜଣେ ସ୍କୁଲର ଶିକ୍ଷକ ଥିଲେ ଆକ୍ଟିଙ୍ଗରେ କାମ କରିବାକୁ ତାଙ୍କର ଇଛା ଥିଲା ସେଥିପାଇଁ ସେ ଶିକ୍ଷକ ଚାକିରୀ ଛାଡି ଦେଇଥିଲେ। ୧୯୮୫ରୁ ବ୍ରହ୍ମାନନ୍ଦମ ଫିଲ୍ମରେ କାମ କରିବା ଆରମ୍ଭ କରି ଦେଇଥିଲେ।

ବ୍ରହ୍ମାନନ୍ଦମ ହୁଏତ ଜଣେ କମେଡିଆନ ହୋଇଥାନ୍ତୁ କିନ୍ତୁ ସେ କୌଣସି ସୁପରଷ୍ଟାରଙ୍କ ଠାରୁ କମ ଫିସ ନେଇ ନଥାନ୍ତି। ଗତ କିଛି ବର୍ଷ ତଳେ ବ୍ରହ୍ମାନନ୍ଦମ ସାଉଥ ଇଣ୍ଡିଆର ସବୁଠାରୁ ଅଧିକ ଇନକମ କରୁଥିବା ସେଲିବ୍ରେଟୀଙ୍କ ଲିସ୍ଟରେ ଥିଲେ। ବ୍ରହ୍ମାନନ୍ଦମ କୌଣସି ସୁପରଷ୍ଟାରଙ୍କ ଠାରୁ କମ ଫିସ ନେଇ ନଥାନ୍ତି।

ତେଲୁଗୁ ଡାଇରେକ୍ଟର ଜନ୍ଧ୍ୟାଲା ବ୍ରହ୍ମାନନ୍ଦମଙ୍କୁ ମୋଦ୍ୟାବାଈ ନାମକ ଡ୍ରାମାରେ ଆକ୍ଟିଙ୍ଗ କରୁଥିବାର ପ୍ରଥମ ଥର ଦେଖିଥିଲେ। ତାଙ୍କର ଆକ୍ଟିଙ୍ଗରେ ଏତେ ମାତ୍ରାରେ ମୁଗ୍ଧ ହୋଇଗଲେ କି ସେ ବ୍ରହ୍ମାନନ୍ଦମଙ୍କୁ ଚନ୍ତାବାଈ ନାମକ ଏକ ଫିଲ୍ମରେ ଛୋଟ ରୋଲର ଅଫର କରିଥିଲେ। ଏହାପରେ ବ୍ରହ୍ମାନନ୍ଦମ କେବେ ଆଉ ପଛକୁ ଫେରି ନଥିଲେ। ସେଲିବ୍ରେଟୀ ନେଟଓ୍ବର୍ଥ ଡଟ କମ କରିବା ଅନୁସାରେ ବ୍ରହ୍ମାନନ୍ଦମ ପାଖାପାଖି ୩୬୦ କୋଟି ଟଙ୍କାର ମାଲିକ ଅଟନ୍ତି।

ବ୍ରହ୍ମାନନ୍ଦମ ନିଜର ବାପା ମାଙ୍କର ୮ଟି ପିଲାମନଙ୍କ ମଧ୍ୟରୁ ୭ ନମ୍ବରର ଅଟନ୍ତି। ସେ କହିଛନ୍ତି କି ଭଗବାନଙ୍କୁ ଧନ୍ୟବାଦଯେ ମୁଁ ପିଲାଦିନରୁ ଲୋକମାନଙ୍କୁ ହସେଇବାରେ ସଫଳ ହେଉଛି। ମୋ ସାଙ୍ଗ ଏମସିବି ଶଶୀଧର ଜୋଙ୍କ ଡିଡି-8ରେ ଚିଫ ପ୍ରୋଗ୍ରାମିଙ୍ଗ ଅଫିସର ଥିଲୁ , ସେ ମତେ ପପୁଲାର ରାଇଟର ଆଦି ବିଷ୍ଣୁଙ୍କ ଘରକୁ ନେଇ ଯାଇଥିଲେ। ସେ କହିଲେ କି ମୁଁ ଭଲ ସ୍ଟାଣ୍ଡଅପ କମେଡି କରିପାରିବି ଯାହା ଟିଭିରେ ଦେଖାଯାଇ ପାରିବ। ଏହାପରେ ମତେ ଜନ୍ଧ୍ୟାଲା ଦେଖିଲେ ଏବଂ ପ୍ରଥମ ବ୍ରେକ ଦେଇଥିଲେ।

ବ୍ରହ୍ମାନନ୍ଦମଙ୍କ ନାମ କୌଣସି ଜିବିତ ଆକ୍ଟରଙ୍କ ଦ୍ବାରା ସର୍ବାଧିକ ସ୍କ୍ରୀନ କ୍ରେଡିଟର ଗିନୀଜର ଓ୍ବର୍ଲ୍ଡ ରେକର୍ଡରେ ଦର୍ଜ ଅଛି। ତାଙ୍କୁ ଭାରତୀୟ ସିନେମାରେ ଉତ୍କୃଷ୍ଟ ଯୋଗଦାନ ଦେଇଥିବାରୁ ୨୦୦୯ରେ ତାଙ୍କୁ ପହ୍ନାଶ୍ରୀ ଆଓ୍ବଡ ମିଳିଥିଲା। ସେ ଏକ ଇଣ୍ଟରବ୍ୟୁରେ କହିଥିଲେ କି ଯଦି ଆପଣ ଜଣେ କମେଡିଆନ ଅଟନ୍ତି ତେବେ ଆପଣଙ୍କୁ ବିଲକୁଲ ସହଜ ରହିବାକୁ ହେବ ଏବଂ ଆପଣଙ୍କ ଆଖପାଖର ଗତୀବିଧି ଉପରେ ନଜର ରଖିବାକୁ ପଡିବ।

ବ୍ରହ୍ମାନନ୍ଦମଙ୍କ ବିଷୟରେ ଲୋକ ବହୁତ କିଛି ଯାଣିଛନ୍ତି କିନ୍ତୁ ତାଙ୍କ ପରିବାର ବିଷୟରେ ବହୁତ କମ ଲୋକ ଯାଣିଛନ୍ତି। ବ୍ରହ୍ମାନନ୍ଦମଙ୍କ ସ୍ତ୍ରୀଙ୍କ ନାମ ଲକ୍ଷ୍ମୀ କନ୍ନେଗନ୍ତୀ ଅଟେ। ତାଙ୍କର ଦୁଇଟି ପୁଅ ଅଛି । ବଡ ପୁଅ ନାମ ରାଜା ଗୌତମ ଏବଂ ସାନ ପୁଅ ନାମ ସିଦ୍ଧାର୍ଥ ଅଟେ। ରାଜା ଗୌତମ ୨୦୦୪ ମସିହାରେ ପଲ୍ଲାକିଲୋ ପେଲ୍ଲି କୁଟୁରୂର ଡେବ୍ୟୁ କରିଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *