ରାଜକୋଟରେ ରହୁଥିବା ଜଣେ ଯୁବତୀ ଚା ବିକ୍ରି କରି ପ୍ରତି ମାସରେ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି।ଋଖସାନା ହୁସୈନ କିଛି ବର୍ଷ ପୂର୍ବରୁ ହିଁ ଚା ବିକ୍ରି କରିବାର କାମ ଆରମ୍ଭ କରିଥିଲେ ଏବଂ ଏବେ ସେ ଏହି କାମରୁ ବହୁତ ଭଲ ରୋଜଗାର କରୁଛନ୍ତି। ଋଖସାନା ହୁସୈନଙ୍କର ଟି ଷ୍ଟଲ ବହୁତ ପ୍ରସିଦ୍ଧ ହୋଇଗଲାଣି ଏବଂ ଦୂର-ଦୂରରୁ ଲୋକମାନେ ଏଠାକୁ ତା ପିଇବାକୁ ଆସନ୍ତି। ଋଖସାନା ହୁସୈନଙ୍କ ମୁତାବକ ସେ ଚା ବିକ୍ରି କରିବା ପୂର୍ବରୁ ରେଜିଷ୍ଟର ଅଫିସରେ କଂପ୍ୟୁଟର ଅପରେଟରେ କାମ କରୁଥିଲେ। କିନ୍ତୁ ସେ ଏହି କାମ ଛାଡି ଚା ବିକ୍ରି କରିବାର ବ୍ୟାପାର ଆରମ୍ଭ କରିଛନ୍ତି।
ଋଖସାନା ହୁସୈନ ଜଣାଇଛନ୍ତି କି ସେ ୧୨ନମ୍ବର କ୍ଳାସ ପର୍ଯ୍ୟନ୍ତ ପାଠ ପଡିଛନ୍ତି ଏବଂ ରେଜିଷ୍ଟର ଅଫିସରେ କଂପ୍ୟୁଟର ଅପରେଟରେ କାମ କରୁଥିଲେ। ଦୁଇବର୍ଷ ପୂର୍ବରୁ ହିଁ ସେ ଚାକିରୀ ଛାଡ଼ି ଟି ଷ୍ଟଲ କାମ ଆରମ୍ଭ କରିଥିଲେ। ଆଜି ଏହି ଟି ଷ୍ଟଲ ବହୁତ ଭଲରେ ଚାଲୁଛି ଏବଂ ଋଖସାନା ପ୍ରତିଦିନ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି।
ଋଖସାନା ହୁସୈନ ନିଜ ଟି ଷ୍ଟଲରେ ସାଧାରଣ ଚା ପ୍ରସ୍ତୁତ କରନ୍ତି ନାହିଁ। ଋଖସାନା ହୁସୈନଙ୍କ ଅନୁସାରେ ତାଙ୍କୁ ତନ୍ଦୁରୀ ଚା ବହୁତ ଭଲରେ ତିଆରି କରି ଆସେ। ଏଥିପାଇଁ ସେ ତାଙ୍କ ଟି ଷ୍ଟଲରେ ସାଧାରଣ ଚା ପରିବର୍ତ୍ତେ ତନ୍ଦୁରୀ ଚା ବିକ୍ରି କରନ୍ତି। ଋଖସାନାଙ୍କ ଅନୁସାରେ ଲୋକଙ୍କୁ ତନ୍ଦୁରୀ ଚା ବହୁତ ପସନ୍ଦ ଆସେ ଏବଂ ଏହି ଚା ପିଇବା ପାଇଁ ଲୋକମାନେ ଦୂର-ଦୂରରୁ ଷ୍ଟଲ ପାଖକୁ ଆସିଥାନ୍ତି।
ଋଖସାନା ସହଜରେ ପ୍ରତିଦିନ ୧ହଜାର ଟଙ୍କାର ଚା ବିକ୍ରି କରିଥାନ୍ତି।ସିଏ ଯେତେବେଳେ ରେଜିଷ୍ଟର ଅଫିସରେ ସେହି ଚାକିରୀ କରୁଥିଲେ, ସେତେବେଳେ ସେ ପ୍ରତିମାସରେ କେବଳ ୪ହଜାର ଟଙ୍କା ରୋଜଗାର କରି ପାରୁଥିଲେ। ଏହି ଦରମାରେ ତାଙ୍କୁ ଘର ଖର୍ଚ୍ଚ ଚଳେଇବା ବହୁତ କଷ୍ଟ ହେଉଥିଲା। ଯେଉଁ କାରଣରୁ ଋଖସାନା ହୁସୈନ ଏହି ଚାକିରି ଛାଡ଼ିବାର ନିଷ୍ପତ୍ତି ନେଇଥିଲେ ଏବଂ ଚା ବିକ୍ରି କରିବାକୁ ଚିନ୍ତା କରିଥିଲେ। ଋଖସାନା ହୁସୈନଙ୍କ ଅନୁସାରେ ଚା ବିକ୍ରି କରି ପ୍ରତି ମାସରେ ୧୫ହଜାର ଟଙ୍କାରୁ ଅଧିକ ଟଙ୍କା ରୋଜଗାର କରି ପାରୁଛନ୍ତି। ପ୍ରତିଦିନ କେବଳ ଚାରିଘଣ୍ଟାରେ ସେ ୫୦୦ଟଙ୍କାରୁ ଅଧିକ ରୋଜଗାର କରି ପାରୁଛନ୍ତି।
ଋଖସାନା ହୁସୈନ କହିଛନ୍ତି କି ମୁଁ ଘରେ ପିଲାଦିନରୁ ହିଁ ଚା ତିଆରି କରି ଆସୁଛି। ଘରେ ସମସ୍ତଙ୍କୁ ମୋ ହାତ ତିଆରି ଚା ଏତେ ପସନ୍ଦ ଯେ କେବଳ ମୋତେ ହିଁ ଚା ତିଆରି କରିବାକୁ କହିଥାନ୍ତି। ସେତେବେଳେ ବୋଧହୁଏ ମୋ ମନରେ ଏହି ପ୍ରଶ୍ନ ଆସିଥିଲା କି କଣ ପାଇଁ ମୁଁ ମୋ ନିଜର ରେଷ୍ଟୁରାଣ୍ଟ ଖୋଲିବି ନାହିଁ। ହେଲେ, ରେଷ୍ଟୁରାଣ୍ଟ ଖୋଲିବା ପାଇଁ ଏତେ ଟଙ୍କା ନଥିଲା। ଏଥିପାଇଁ ମୁଁ ଏକ ଛୋଟ କ୍ୟାବିନରୁ ହିଁ କାମ ଆରମ୍ଭ କରିଦେଇଥିଲି। ମୁଁ ଚା ବ୍ୟବସାୟ ବର୍ଷ ୨୦୧୮ରେ ଆରମ୍ଭ କରିଥିଲି। ସେହି ସମୟରେ ମୁଁ କେବଳ ଅଧ ଲିଟର କ୍ଷୀରରେ ଚା ତିଆରି କରୁଥିଲି। କିନ୍ତୁ, ଗ୍ରାହକ ବଢ଼ିବାକୁ ଲାଗିଲେ ଏବଂ ଏବେ ତ ପ୍ରତିଦିନ ୧୦ଲିଟର କ୍ଷୀର ଦରକାର ହେଉଛି। ଗୋଟିଏ ଥର ଗ୍ରାହକ ଦୋକାନକୁ ଆସନ୍ତି ଏବଂ ତାଙ୍କୁ ଚା ପସନ୍ଦ ଆସେ,ତ ପୁଣି ସେ ନିୟମିତ ଭାବେ ଗ୍ରାହକ ହୋଇଯାଆନ୍ତି। ଲୋକମାନେ ନିଜ ସହିତ ଅନ୍ୟ ଗ୍ରାହକମାନଙ୍କୁ ବି ଆଣି ଆସିବାକୁ ଲାଗିଥିଲେ।
ଖୋଲିବାକୁ ଚାହୁଁଛନ୍ତି ରେଷ୍ଟୁରାଣ୍ଟ
ଋଖସାନା ହୁସୈନଙ୍କର ସ୍ବପ୍ନ ହେଉଛି କି ଆଗକୁ ଯାଇ ସେ ତାଙ୍କର ଏକ ରେଷ୍ଟୁରାଣ୍ଟ ଖୋଲିବେ। ଋଖସାନା ହୁସୈନଙ୍କର କହିବା କଥା ହେଉଛି କି ଅଧିକ ଟଙ୍କା ରୋଜଗାର କରିବା ପରେ ସେ ଗୋଟେ ଦିନ ନିଜର ଏକ ରେଷ୍ଟୁରାଣ୍ଟ ନିଶ୍ଚିତ ଭାବରେ ଖୋଲିବେ। ଏବେ ଋଖସାନାଙ୍କ ଟି ଷ୍ଟଲ ଦ ଚାୟବାଲି ନାମରେ ପ୍ରସିଦ୍ଧ ଅଟେ। ଏବେ ସେ ଏହାକୁ ବଡକରି ଆରମ୍ଭ କରିବାକୁ ଚାହୁଁଛନ୍ତି।
ଋଖସାନଙ୍କ ଅନୁସାରେ ତାଙ୍କ ଚା ଏଥିପାଇଁ ପ୍ରସିଦ୍ଧ ଅଟେ କାରଣ ସେ ଏକ ସିକ୍ରେଟ ମସଲାର ବ୍ୟବହାର କରିଥାନ୍ତି। ଯାହାଦ୍ଵାରା ଚାର ସ୍ବାଦ ବହୁତ ଭଲ ଲାଗିଥାଏ। ଋଖସାନା କହିଛନ୍ତି କି ଗ୍ରାହାକ ମୋ ହାତର ପ୍ରସ୍ତୁତ ଚାକୁ ପ୍ରଶଂସା ନକରି ରହିପାରନ୍ତି ନାହିଁ। ମୁଁ ପ୍ରତିଦିନ ସନ୍ଧ୍ୟା ୫.୩୦ରେ ଟିଷ୍ଟଲ ଖୋଲିଥାଏ ଏବଂ ରାତି ୯ଟା ପର୍ଯ୍ୟନ୍ତ କାମ କରିଥାଏ। ଏବେ ତ ଏମିତି କେତେ ନିୟମିତ ଗ୍ରାହକ ଅଛନ୍ତି, ଯେଉଁ ମାନଙ୍କୁ ଦୋକାନ ଖୋଲିବା ଏବଂ ବନ୍ଦ ହେବା ସମୟ ବି ଜଣା ଥାଏ।