ମୁମ୍ବାଇ : ମହାରାଷ୍ଟ୍ର ରାଜ୍ୟ ସଡକ ପରିବହନ ନିଗମ (ଏମଏସଆରଟିସି) ର ଜଣେ ବସ୍ କଣ୍ଡକ୍ଟର ଦରମା ନପାଇ ଥକି ଯାଇଥିଲେ, ଯେଉଁଥିପାଇଁ ସେ ସୋମବାର ଜାଲଗାଓଁରେ ଆତ୍ମହତ୍ୟା କରିଥିଲେ। ମୃତକଙ୍କ ପରିବାର ଏଥିପାଇଁ ରାଜ୍ୟର ଉଦ୍ଧବ ସରକାରକୁ ଦାୟୀ କରିଥିଲେ । କଙ୍ଗନା ଏହି ଖବରର ଲିଙ୍କ୍ ସେୟାର କରିବାବେଳେ ସିଧାସଳଖ ସୋନିଆ ଗାନ୍ଧୀଙ୍କ ଉପରେ ଦୋଷାରୋପ କରିଛନ୍ତି। କଙ୍ଗନା ରାନୋଟ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ସୋନିଆ ସେନା ଉପରେ ଲଜ୍ଜା ଆସୁଛି। ମହାରାଷ୍ଟ୍ରର ପରିବହନ ମନ୍ତ୍ରୀ କର୍ମଚାରୀଙ୍କୁ ଏପରି ପଦକ୍ଷେପ ନନେବାକୁ ନିବେଦନ କରିଛନ୍ତି । ଏହା ସହିତ ସେମାନଙ୍କୁ ତୁରନ୍ତ ଏକ ମାସର ଦରମା ଦେବାକୁ କୁହାଯାଇଛି। ସର୍ବଶେଷରେ, କଣ ଥିଲା ଘଟଣା ଆସନ୍ତୁ ଜାଣିବା।
Shame on Sonia Sena …. https://t.co/rZhMi2qQAU
— Kangana Ranaut (@KanganaTeam) November 9, 2020
ମହାରାଷ୍ଟ୍ରର ଜଲଗାଓଁର ଜଣେ ଯୁବକ ମହାରାଷ୍ଟ୍ର ରାଜ୍ୟ ପରିବହନ ନିଗମରେ କଣ୍ଡକ୍ଟର ଭାବରେ ନିଯୁକ୍ତି ପାଇଥିଲେ। ମୃତକଙ୍କ ଭାଇଙ୍କ ଅଭିଯୋଗ ଅନୁସାରେ ସେ ଗତ ତିନିମାସ ଧରି ଦରମା ପାଇନାହାନ୍ତି,ଯେଉଁଥିପାଇଁ ସେ ବହୁତ ଚାପଗ୍ରସ୍ତ ହେବ ସହିତ ରାଗି ବି ଯାଇଥିଲେ ଏବଂ ଏହି କାରଣରୁ ସେ ଆତ୍ମହତ୍ୟା କରିଥିଲେ।ମୃତକଙ୍କ ପିତା ଅନିଲ ଚୌଧୁରୀ ଙ୍କ କହିବା କଥା ଯେ ତାଙ୍କ ପୁଅଙ୍କର ଏମଏସଆରଟିସି ଜାଲଗାଓଁ ଡିପୋରେ ପୋଷ୍ଟ କରାଯାଇଥିଲା। ଋଣ ଧନରେ ସେ ସଂଘର୍ଷ କରୁଥିଲେ । ଏମିତି ସେ କେତେ ଦିନ ଚଳିବେ? କିଛି ମାସ ହବ ତାଙ୍କୁ ଦରମା ନା ମିଳିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।ପରିବାର ଲୋକ ଏଥିପାଇଁ ଉଦ୍ଧବ ସରକାରକୁ ଦାୟୀ କରିଛନ୍ତି।
ସୁଇସାଇଡାଲ ନୋଟରୁ ମିଳିଥିଲା ଏପରି ଲେଖା:
ଜାଲଗାଓଁ ଡିପୋରେ କାମ କରୁଥିବା ମନୋଜଙ୍କ ବୟସ ୩୦ବର୍ଷ ଥିଲା।ମନୋଜ ନିଜ ସୁଇସାଇଡାଲନୋଟରେ ଆତ୍ମହତ୍ୟା ସମ୍ପର୍କରେ ଲେଖିଛନ୍ତି ଯେ ସ୍ୱଳ୍ପ ବେତନ ଏବଂ ଅନିୟମିତତା ହେତୁ ସେ ଏହି ଆତ୍ମହତ୍ୟା ପଦକ୍ଷେପ ନେଇଛନ୍ତି । ଏଥିରେ ମୋ ପରିବାରର କିଛି ଲିଙ୍କ୍ ନାହିଁ। ଏବେ ଷ୍ଟେଟ ଟ୍ରାନ୍ସପୋର୍ଟ ବିଭାଗ ମୋର ପି .ଏଫ୍ ଓ ଏଲ. ଆଇ. ସି ଟଙ୍କା ମୋ ପରିବାରକୁ ଦିଆଯାଉ।
ପରିବହନ ମନ୍ତ୍ରୀ ଉଠାଇଲେ ଏପରି ପଦକ୍ଷେପ:
ଏହି ପରିପ୍ରେକ୍ଷୀରେ, ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ଦିୱାକର ରାଉତ କର୍ମଚାରୀଙ୍କ ଠାରୁ ଏପରି ଆତ୍ମହତ୍ୟା ପଦକ୍ଷେପ ନ ନିଅନ୍ତୁ ବୋଲି ଅପିଲ କରିଥିଲେ।ଏଥିସହ ସମସ୍ତ କର୍ମଚାରୀଙ୍କୁ ତୁରନ୍ତ ପ୍ରଭାବ ସହିତ ଏକ ମାସର ଦରମା ଦେବାକୁ କୁହାଯାଇଛି। ପରିବହନ ମନ୍ତ୍ରୀ କହିଛନ୍ତି ଯେ ଦୀପାବଳି ପୂର୍ବରୁ ତାଙ୍କୁ ୨ ମାସର ଦରମା ଦିଆଯିବ ଓ କୌଣସି ପ୍ରକାରରେ କର୍ମଚାରୀ ନିରାଶ ନହୋଇ ଏପରି ଉଦ୍ୟମ ନ କରନ୍ତୁ ବୋଲି କହିଛନ୍ତି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।