ଦୁନିଆରେ ଅପରାଧର ଅନେକ ମାମଲା ସାମ୍ନାକୁ ଆସିଥାଏ | କିଛି ଅପରାଧୀ ମସ୍ତିଷ୍କରେ କ୍ରାଇମର ଏପରି କାହାଣୀ ବନାଇ ଦେଇଥାନ୍ତି ଯାହାକୁ ଶୁଣି କାହାର ମଧ୍ୟ ହୃଦୟ ଥରି ଉଠିବ | ଏପରି ହିଁ ଏକ ପରଧାରା ମାମଲା ରୁଷରୁ ସାମ୍ନାକୁ ଆସିଥିଲା, ଯେଉଁଠାରେ ଜଣେ ଦମ୍ପତି ଜଣେ କିମ୍ବା ଦୁଇଜଣ ନୁହେ ବରଂ ପୁରା ୩୦ ଜଣ ଲୋକଙ୍କୁ ହତ୍ୟା କରି ଦେଇଛନ୍ତି | ତାହା ପରେ ତାଙ୍କ ମାଂସରେ ଆଚାର ଏବଂ ବିସ୍କୁଟ ବନାଇ ନିଜ ପରିଚିତ ଲୋକମାନଙ୍କୁ ମଧ୍ୟ ଖୁଆଇଛନ୍ତି | ବର୍ତ୍ତମାନ ଏହି ଘଟଣାର ଖୁଲାସା ହେବା ପରେ ସମସ୍ତେ ସ୍ତବ୍ଧ ରହିଯାଇଛନ୍ତି |
ଦମ୍ପତି ନିଜେ ଖୋଲିଲେ ଏହି ରହସ୍ୟ :
ହୃଦୟ ଥରାଇ ଦେବା ଏହି ଘଟଣା ୨୦୧୭ରେ ସାମ୍ନାକୁ ଆସିଥିଲା | ଏହି ଦମ୍ପତିଙ୍କ ଉପରେ ଜଣେ ୱେଟ୍ରେସ ଏବଂ ତାଙ୍କ ପ୍ରେମୀଙ୍କୁ ହତ୍ୟା କରିବାର ଆରୋପ ଲାଗିଥିଲା | ଏହାକୁ ନେଇ ପୋଲିସ ଦିଜଣଙ୍କୁ ଗିରଫ କରି ନେଇଥିଲେ | ଗିରଫ କରାଯିବା ପରେ ଦମ୍ପତି ଏପରି ରହସ୍ୟ ଖୋଲିଲେ ଯାହାକୁ ଶୁଣି ପୋଲିସ ମଧ୍ୟ ସ୍ତବ୍ଧ ରହିଗଲେ | ଦମ୍ପତିଙ୍କର ପରିଚୟ ରୁଷର କ୍ରାନସନଦର ସହରରେ ରହୁଥିବା ଦିମିତ୍ର ବାକେଶେବ ଏବଂ ତାଙ୍କ ପତ୍ନୀ ନତାଲିୟା ରୂପରେ ହୋଇଥିଲା | ସେ କହିଥିଲେ ଯେ ସେମାନେ ବର୍ତ୍ତମାନ ସୁଦ୍ଧା ୩୦ ଜଣ ଲୋକଙ୍କୁ ହତ୍ୟା କରିଛନ୍ତି | ତାଙ୍କ ମାନସରୁ ବିସ୍କୁଟ ଏବଂ ଆଚାର ବନାଇ ଲୋକଙ୍କୁ ଖୁଆଉଥିଲେ |
ର୍ରେସ୍ତୁରାଣ୍ଟରେ ବିକ୍ରି କରୁଥିଲେ ମଣିଷ ମାଂସ :
ଦମ୍ପତି ପୋଲିସକୁ କହିଲେ ଯେ ସେମାନେ ମାଂସରେ ଆଚାର ବନାଇ ସ୍ଥାନୀୟ ର୍ରେସ୍ତୁରାଣ୍ଟରେ ବିକ୍ରି କରୁଥିଲେ | ଏଥିସହିତ ଆଖପାଖର ଲୋକଙ୍କୁ ମଧ୍ୟ ଖୁଆଉଥିଲେ | ଏହି ଖୁଲାସା ପରେ ପୋଲିସ ଦ୍ୱାରା ଦମ୍ପତିଙ୍କ ଘରେ ରେଡ କରାଯାଇଥିଲା, ଯେଉଁଠାରେ ତାଙ୍କୁ ୮ ଜଣ ଲୋକଙ୍କର ଶରୀରର ଅଙ୍ଗ ମିଳିଥିଲା | ଏଥିସହିତ ତାଙ୍କୁ ୧୯ ଲୋକଙ୍କର ଚମଡା ମଧ୍ୟ ମିଳିଥିଲା | ଦମ୍ପତିଙ୍କ ଘର ଭିତରର ଦୃଶ୍ୟ ଦେଖି ସମସ୍ତଙ୍କର ଲୋମ ଟାଙ୍କୁରି ଉଠିଥିଲା |
ଘର ଭିତରେ ବନାଇ ରଖିଥିଲେ ବେସମେଣ୍ଟ :
ଦମ୍ପତି ନିଜ ଘରେ ଏକ ବେସମେଣ୍ଟ ବନାଇ ରଖିଥିଲେ | ଏଠାରେ ସେ ମୃତ ଲୋକମାନଙ୍କର ଶରୀରକୁ ଷ୍ଟୋର କରୁଥିଲେ | ସେଠାରେ ସେ ମୃତଦେହ ସହିତ ସେଲ୍ଫି ନେଉଥିଲେ | ତାହା ପରେ ଧୀରେ ଧୀରେ ତାଙ୍କ ମାଂସରୁ ଆଚାର ବନାଉଥିଲେ ଏବଂ ସେହି ଆଚାରକୁ ଲୋକମାନଙ୍କୁ ଖୁଆଉଥିଲେ |
ଏପରି କରୁଥିଲେ ହତ୍ୟା :
ଏହି ଦମ୍ପତି ନିଜ ଶିକାରକୁ ପ୍ରଥମେ ଘରକୁ ଡାକୁଥିଲେ | ଏହାପରେ ତାଙ୍କୁ ନିଶାଯୁକ୍ତ ଜିନିଷ ଖାଇବାକୁ ଦେଉଥିଲେ | ଯେତେବେଳେ ସାମ୍ନାରେ ଥିବା ଲୋକଟି ବେହୋଶ ହୋଇଯାଉଥିଲା ସେତେବେଳେ ତାଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ବେସମେଣ୍ଟରେ ଲୁଚାଇ ରଖିଦେଉଥିଲେ | ପୋଲିସକୁ ଏପରି ଲାଗିଲା ଯେ ଏହି ଦମ୍ପତି ମାନସିକ ରୂପରେ ବିକୃତ ଅଟନ୍ତି କିନ୍ତୁ ଟେଷ୍ଟରେ ସବୁକିଛି ନର୍ମାଲ ଆସିଥିଲା | ଏହାପରେ ପୋଲିସ ମାମଲା ରୁଜ୍ଜୁ କରିଥିଲା ଏବଂ ଦମ୍ପତିଙ୍କୁ ୧୨ ବର୍ଷର ଜେଲ ଦଣ୍ଡ ଦିଆଯାଇଥିଲା |