ନିଜ ଅଧିକାର ପାଇବା ପାଇଁ ଦଣ୍ଡରେ ବସି ନ୍ୟା-ୟ ମାଗୁଛି ବୋହୂ।

ପ୍ରେମ ଏକ ପବିତ୍ର ବନ୍ଧନ। ଯେତେବେଳେ ପ୍ରେମ ହୁଏ ସେତେବେଳେ ବହୁତ୍ ଖୁସି ଲଗେ। ଲଗେ ଯେମିତି ଏ ଦୁନିଆକୁ ଆସିବାର ଆମର ଉଦ୍ଦେଶ୍ୟ ପୂରଣ ହେଇଗଲା। କୁହାଯାଏ ପ୍ରେମ ଶାଶ୍ଵତ, ପ୍ରେମ ଚିରନ୍ତର, ପ୍ରେମର ଅନ୍ତ ନଥାଏ। କିନ୍ତୁ ଏବେ ପ୍ରେମର ପରିଭାଷା ବଦଳି ଗଲାଣି। ପ୍ରଥମେ ପ୍ରେମ ତା ପରେ ବାହାଘର ତାପରେ ପ୍ରେମିକ କିମ୍ଵା ପ୍ରେମିକା ଭିତରୁ ଜଣେ ଫେରାର। ଆଜିକାଲି ନିଜ ପ୍ରେମକୁ ପାଇବା ପାଇଁ ପ୍ରାୟ ସମସ୍ତେ ପ୍ରେମିକାର ଘର ଆଗରେ ଧାରଣା ଦେଉଛନ୍ତି।

ଅନୁଗୁଳର ପିଙ୍କି ଖୋର୍ଦ୍ଧା ଜିଲ୍ଲା ବାଘମାଇ ଅଞ୍ଚଳର ଅଶୋକଙ୍କୁ ଗୋଟେ ବର୍ଷ ତଳେ ଭଲ ପାଇଁ ମନ୍ଦିରରେ ବାହା ହେଇଥିଲେ।ତାପରେ ଦୁହେଁ ଘର ଛାଡ଼ି ଭୁବନେଶ୍ୱରରେ ଘରଭଡ଼ା ନେଇ ରହିଲେ। ଅଶୋକ ବାହାରେ କାମ କରିବାକୁ ଯାଆନ୍ତି ଏବଂ ଅଶୋକ କାମରୁ ଫେରିଲେ ଦୁହେଁ ମିଶି ବୁଲନ୍ତି ଏବଂ ଟିକଟକ୍ ଭିଡ଼ିଓ କରନ୍ତି।

କିନ୍ତୁ ଏ ସୁନାର ସଂସାରରେ କାହାର ନଜର ଲାଗିଲା ପରି ପିଙ୍କିଙ୍କ ସଂସାର ମଧ୍ୟ ଭାଙ୍ଗି ଗଲା।ଜୁନ୍ ମାସରେ ପିଙ୍କିଙ୍କୁ ଏକା ଛାଡି କୁଆଡେ ପଳେଇଲେ। ସ୍ବାମୀଙ୍କୁ ଖୋଜି ନ ପାଇବାରୁ ପିଙ୍କି ଖାରବେଳନଗର ପୋ-ଲିସ୍ ଷ୍ଟେସ-ନରେ ଅଭି-ଯୋଗ କଲେ। କିନ୍ତୁ କିଛି ଲାଭ ହେଲାନି।

ସେଥିପାଇଁ ପିଙ୍କି ଅଶୋକଙ୍କୁ ଖୋଜିବା ମନରେ ବହୁତ୍ ଆଶା ନେଇ ଖୋର୍ଦ୍ଧା ପହଞ୍ଚିଲେ। କିନ୍ତୁ ଖୋର୍ଦ୍ଧା ଆସି ଦେଖିଲା ବେଳକୁ ଶଶୁର ଘରେ କେହି ନାହାନ୍ତି। ସେମାନେ ଘର ତାଲା ଦେଇ କୁଆଡେ ପଳେଇ ଯାଇଛନ୍ତି। ସେଥିପାଇଁ ପିଙ୍କି ଗତ ୨୬ ତାରିଖ ରୁ ନ୍ୟା-ୟ ପାଇବା ପାଇଁ ଏତେ ଶୀତ ରାତିରେ ଖୋଲା ଆକାଶ ତଳେ ବସିଛନ୍ତି।

Leave a Reply

Your email address will not be published. Required fields are marked *