ପ୍ରଥମେ ପ୍ରେମିକା ପରେ ସ୍ତ୍ରୀ, ବିବାହ ର ତିନି ମାସ ପରେ କୁକୁର ଜଞ୍ଜିରରେ କଲା ସ୍ୱାମୀ ଏପରି ଭୟାନକ କାଣ୍ଡ

କୁହାଯାଏ କି ସ୍ବାମୀ, ସ୍ତ୍ରୀ ଙ୍କର ସାତ ଜନ୍ମର ସମ୍ପର୍କ ଥାଏ । ସେମାନେ ସବୁ ସମୟରେ ପରସ୍ପର ର ସାଥ ଦେଇଥାନ୍ତି। କିନ୍ତୁ ମଧ୍ୟ୍ୟପ୍ରଦେଶର ଇଂଦୌର ରେ ଏକ ହୃଦୟ ଥରେଇ ଦେଲା ଭଳି ଘଟଣା ସାମ୍ମନା କୁ ଆସିଛି। ଯେଉଁଠି ଏକ ନୃସଂଶ ସ୍ବାମୀ କେବଳ ବିବାହର ତିନି ମାସ ପରେ ସ୍ତ୍ରୀ କୁ ଅତି ନୃସଂଶ ଭାବେ ହତ୍ୟା କରିଥିଲା। ଏହା ପରେ ଦୋଷୀ ଜଣକ ନିଜେ ଯାଇ ଥାନାରେ ପହଁଚି ପୋଲିସ ଆଗରେ ଘଟଣା ବିଷୟରେ କହିଥିଲା। ପୋଲିସ ଅନୁସାରେ ପାରିବାରିକ ବିବାଦ ପାଇଁ ସ୍ବାମୀ ଏହି କାର୍ଯ୍ୟ କରିଛି।

କୁକୁର ଜଞ୍ଜିରରେ ସ୍ତ୍ରୀ କୁ ଅତି ନୃସଂଶ ଭାବେ ହତ୍ୟା କଲା:

ବାସ୍ତବରେ ଏହି ଭୟାନକ ଘଟଣା ଇନଦୌର ସହର ର ଜାବରା କମ୍ପାଉଣ୍ଡ ରେ ହୋଇଛି। ଯେଉଁଠି ହର୍ଷ ନାମକ ଏକ ଯୁୁବକ ୨୨ ବର୍ଷ ର ଅଂଶୁ ଶର୍ମା କୁ ଜୀବନରୁ ମାରି ଦେଲା। ଆରୋପି ଏତେ ବଡ ଜାନୁଆର ବାହାରିଲା କି କୁକୁର ଜଞ୍ଜିରରେ ପ୍ରଥମେ ନିଜର ସ୍ତ୍ରୀର ଗଳାରେ ବାନ୍ଧି ତା ପରେ ଅସଂଖ୍ୟ ଥର ଛୁରିରେ ଚୋଟ ମାରି ତାକୁ ଲହୁ ଲୁହାଣ କରିଦେଲା। ପୋଲିସ ଆରୋପି କୁ କଷ୍ଟୋଡି ରେ ନେଇଯାଇଛି। ଯେଉଁଠି ସେ ନିଜର ଅପରାଧ ମାନି ଯାଇଛି।

ପ୍ରଥମେ ପ୍ରେମିକା ଏବଂ ତା ପରେ ସ୍ତ୍ରୀ ବିବାହ ର ତିନି ମାସ ପରେ କରିଲା ହତ୍ୟା:

ପୋଲିସଙ୍କ ଅନୁସାରେ ହର୍ଷ ଏବଂ ଅଂଶ ଦୁଇ ଜଣ ଏକ ପ୍ରାଇଭେଟ୍ କମ୍ପାନୀ ରେ ଚାକିରୀ କରୁଥିଲେ। ଯେଉଁଠାରେ ଦୁଇ ଜଣକଙ୍କର ପ୍ରଥମ ଦେଖା ହୋଇଥିଲା। ଏହା ପରେ ଦୁଇ ଜଣ ସାଙ୍ଗ ହୋଇଥିଲେ ଏବଂ ଏହା ପରେ ଦୁଇ ଜଣ ପରସ୍ପର କୁ ଭଲ ପାଇଗଲେ। କିଛି ଦିନ ପରେ ଦୁଇ ଜଣ ଜୀବନ ସାରା ସାଥି ହୋଇ ରହିବାର ନିସ୍ପତି ନେଲେ। ଦୁଇ ଜଣ ଏକ ମନ୍ଦିର ରେ ବିବାହ କରିଥିଲେ। ଏହା ପରେ ଝିଅ ଘର ଲୋକମାନଙ୍କୁ ନକହି ସେହି ପୁଅ ସହ ରହିବାକୁ ଲାଗିଲା।

ବାପା ମା ଙ୍କୁ ନ କହି ଘରୁ ପଳେଇ ଥିଲା ଝିଅ:

ମୃତକ ଙ୍କ ଘର ଲୋକ କହିଛନ୍ତି କି ଝିଅ ଯେବେ ଘରୁ ଗାୟେବ ହୋଇଥିଲା ତ ସେମାନେ ପୋଲିସ ଷ୍ଟେସନ ରେ ଜଣେଇ ଥିଲେ କିନ୍ତୁ କୌଣସି ଆକ୍ସନ ନିଆଯାଇ ନଥିଲା। ଘର ଲୋକ ବୟାନ ରେ କହିଛନ୍ତି କି ସେମାନେ ଝିଅକୁ ବହୁତ ବୁଝେଇ ଥିଲେ କି ହର୍ଷ ଭଲ ପିଲା ନୁହେଁ। କିନ୍ତୁ ସେ ମାନିଲା ନାହିଁ ଏବଂ ସେ ତାର ହତ୍ୟା କରିଦେଲା। ଏବେ ପୋଲିସ ଆରୋପୀକୁ ପଚରା ଉଚରା କରୁଛି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *