ମହଲ ଠାରୁ କମ ନୁହେଁ ସାଉଥ ସୁପରଷ୍ଟାର ନାଗା ଚୈତନ୍ୟଙ୍କ ଘର, ଲଗଜରୀ ମହଲକୁ ଦେଖିଲେ ଝଲସି ଯିବ ଆଖି

ନାଗା ଚୈତନ୍ୟ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ନାମିଦାମୀ ସୁପରଷ୍ଟାର ଅଟନ୍ତି।ସେ ସାଉଥ୍ ର ନାମକରା ହିରୋ ନାଗାର୍ଜୁନଙ୍କ ପୁଅ ଅଟନ୍ତି। ଆଜି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ନାଗା ଚୈତନ୍ୟଙ୍କ ଜନ୍ମଦିନ।ସେଆଜି ତାଙ୍କର ୩୪ବାର୍ଷିକ ଜନ୍ମଦିନ ପାଳନ କରୁଛନ୍ତି। ନାଗାର୍ଜୁନଙ୍କ ଜନ୍ମଦିନରେ ତାଙ୍କୁ ପସନ୍ଦ କରୁଥିବା ଲୋକ ମଧ୍ୟ ବହୁତ ଖୁସି ଅଛନ୍ତି ଏବଂ ଶୋଶିଆଲ୍ ମିଡ଼ିଆରେ ସେମାନେ ଜନ୍ମଦିନର ବହୁତ ଶୁଭକାମନା ଜଣାଇଛନ୍ତି।

ନାଗା ଚୈତନ୍ୟଙ୍କ ଜନ୍ମ ୨୩ ନଭେମ୍ବର ୧୯୮୬ରେ ହୋଇଥିଲା। ଅଭିନେତାଙ୍କ ପୂରା ନାମ ନାଗା ଚୈତନ୍ୟ ଅକ୍କିନେନୀ ଅଟେ।ସେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଚମକୁଥିବା ତାରା ଅଟନ୍ତି। ଏପର୍ଯ୍ୟନ୍ତ ସେ ଅଭିନେତା କେତେ ସୁପରହିଟ ଫିଲ୍ମରେ କାମ କରି ସାରିଲେଣି। ନାଗା ଚୈତନ୍ୟ ବି ତାଙ୍କ ବାପାଙ୍କ ପରି ଭୋଗବିଳାସ ପୂର୍ଣ୍ଣ ଜୀବନର ସଉକ ଅଛି। ଆଜିର ଏହି ଷ୍ଟୋରୀରେ ଆମେ ଆପଣଙ୍କୁ ତାଙ୍କ ସୁନ୍ଦର ଘରର କିଛି ଫୋଟୋ ଦେଖାଇବାକୁ ଯାଉଛୁ।

ବାପା ସୁପରଷ୍ଟାର ଥିଲେ ତ ପିଲାଦିନରୁ ନାଗା ଚୈତନ୍ୟଙ୍କର ବି ଆଶା ଫିଲ୍ମ ଉପରେ ଥିଲା ଏବଂ ସେ ବଡ ହୋଇ ଏହି ଇଣ। ଇଣ୍ଡଷ୍ଟ୍ରି ରେ ନାମ କରିବାକୁ ଚାହୁଁଥିଲେ। ହାଇଦ୍ରାବାଦର ପ୍ରାଇମ ଲୋକେଶନ୍ ଉପରେ ନାଗା ଚୈତନ୍ୟଙ୍କ ରାଜକୀୟପ୍ରାସାଦ ଅଛି। ଜଣାଯାଇଛି,ନାଗା ଚୈତନ୍ୟ ସାଉଥର୍ ସୁପରଷ୍ଟାର ଏକ୍ଟ୍ରେସ୍ ସମଂଥା ଏକ୍କିନେନୀଙ୍କ ସ୍ବାମୀ ଅଟନ୍ତି। ଯଦି ସମଂଥାଙ୍କୁ ସାଉଥର ଏକ ନମ୍ବର ଅଭିନେତ୍ରୀ କୁହାଯାଏ ତା’ହେଲେ ଏହା ଭୁଲ ହେବନାହିଁ।

ଏ‌ହି ଫଟୋରେ ଆପଣ ସମଂଥାଙ୍କୁ ଦେଖି ପାରୁଥିବେ। ସମଂଥା ଘର ପଛରେ ଯୋଗର ଆନନ୍ଦ ନେଉଛନ୍ତି।ଘରର ପଛ ଭାଗ ବହୁତ ଖୋଲାଖୋଲି ଅଟେ,ଯୈଉଁଠାକୁ ଥଣ୍ଡା ପବନ ଏବଂ ଖରା ସହଜରେ ଆସିଥାଏ। ଏଠାରେ ଯୋଗ କରିବାରେ ନିଜକୁ କିଛି ଅଲଗା ମଜା ଅନୁଭବ ହୋଇଥାଏ।ତାସହ ସୁନ୍ଦର ସୂର୍ଯ୍ୟଅସ୍ତର ଆନନ୍ଦ ନେବାପାଇଁ ବି ଏଠାରେ ଜାଗା ଖୁବ ସୁନ୍ଦର ଅଟେ।

ବର୍ଷ ୨୦୦୯ରେ ନାଗା ଚୈତନ୍ୟଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ ହୋଇଥିଲା। ଫିଲ୍ମ ‘ଜୋଶ୍’ ତାଙ୍କର ପ୍ରଥମ ଫିଲ୍ମ ଥିଲା। ଏହାପରେ ନାଗା ଚୈତନ୍ୟ ସାଉଥର କେତେ ଭଲ ସିନେମା ରେ ନଜର ଆସିଛନ୍ତି। ଫୋଟୋରେ ଆପଣ ନାଗା ଚୈତନ୍ୟଙ୍କ ସ୍ତ୍ରୀ ଏବଂ ସାଉଥ ଏକ୍ଟ୍ରେସ୍  ସମଂଥା ତାଙ୍କ ଘରର ଛାତ ଉପରେ ଦେଖିବାକୁ ମିଳିଥିଲେ। ସମଂଥା ତାଙ୍କ ଘରର ଛାତ ଉପରେ ପୋଜ୍ ଦେଉଛନ୍ତି।

ଏହି ଫଟୋ ଘର‌ ଭିତରର ଅଟେ।ଘର ଭିତରେ ଏକ ସୁଇମିଂ ପୁଲ୍ ଅଛି। ଯାହାର ଆଖ‌ ପାଖରେ ଜାଗା ତିଆରି କରିବା ପାଇଁ ଧଳା ରଙ୍ଗର ବ୍ୟବହାର କରାଯାଇଛି। ଏହି ଧଳା ସ୍ଥାନ ଦେଖିବାକୁ ବଡ଼ ସୁନ୍ଦର ଏବଂ ମନରୋମ ଲାଗେ।

ଯେତେବେଳେ ନାଗା ଚୈତନ୍ୟ ଏବଂ ସମଥାଙ୍କୁ ମଜା କରିବାକୁ ମନ ହୁଏ ତ ସେ ନିଜ ଘରର ଛାତ ଉପରକୁ ଚାଲି ଯାଆନ୍ତି। ଏହା ତାଙ୍କର ମଜା କରିବାର ସବୁଠାରୁ ପସନ୍ଦର ସ୍ଥାନ। ଏହାଛଡା ତାଙ୍କୁ ସୁଇମିଂ ପୁଲ୍ ପାଖରେ ବି ମଜା କରିବାକୁ ପସନ୍ଦ ଆସେ। ବୋଧହୁଏ ଦୁଇଜଣ ଏହି ଜାଗା ମାନଙ୍କରେ ଦେଖା ଯାଆନ୍ତି।

ଜଣା ଯାଉଛି, ଲମ୍ବା ସମୟ ପର୍ଯ୍ୟନ୍ତ ଜଣେ-ଅନ୍ୟକୁ ଡେଟ କରିବା ପରେ ନାଗା ଚୈତନ୍ୟ ଏବଂ ସମଂଥା ଋଥ ପ୍ରଭୁ ବାହା ହୋଇଥିଲେ। ଦୁଇଜଣଙ୍କ ଡେଟିଂର ଆରମ୍ଭ ବର୍ଷ ୨୦୧୫ରେ ହୋଇଥିଲା। ଦୁଇବର୍ଷର ସଂପର୍କ ପରେ ନାଗା ଚୈତନ୍ୟ ଏବଂ ସମଂଥା ଋଥ ପ୍ରଭୁ ବର୍ଷ ୨୦୧୭ ରେ ବାହା ହୋଇଥିଲେ, ଯାହାକି ବହୁତ ଚର୍ଚ୍ଚାର ବିଷୟ ଥିଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *