ବଲିଉଡର ଚକାଚକ ଦୁନିଆକୁ ଦେଖି ଯେ କୌଣସି ବ୍ୟକ୍ତି ମନରେ ଏହି ଭାବନା ଆସିଥାଏ କି ସିନେମା ଇଣ୍ଡଷ୍ଟ୍ରିର ସମସ୍ତ ତାରକା ନିଜ ଜୀବନକୁ କେତେ ମଉଜ-ମଜଲିସରେ ବିତାଉଥିବେ। ଏମିତି ଦେଖା ଯିବ ତ ବଲିଉଡର ସବୁ ତାରକା ନିଜ ଜୀବନକୁ ନିଜ-ନିଜ ଇଚ୍ଛା ଅନୁସାରେ ହିଁ ବିତାଇଥାନ୍ତି।ସେ ଅଭିନେତା ହୁଅନ୍ତୁ କିମ୍ବା ଅଭିନେତ୍ରୀ, ଯାହାକୁ ଯେମିତି ଜୀବନଶୈଳୀ ଭଲ ଲାଗେ ସେହି ଅନୁସାରେ ସେ ନିଜ ଜୀବନକୁ ଅତିବାହିତ କରିଥାନ୍ତି। କିଛି ତାରକାଙ୍କୁ ରାଜକୀୟ ଜୀବନଶୈଳୀ ପସନ୍ଦ ଆସେ ତ ପୁଣି କିଛି ଜଣଙ୍କୁ ସାଧାରଣ ଜୀବନଶୈଳୀ ଭଲ ଲାଗିଥାଏ। ବୋଧହୁଏ ବଲିଉଡର କେତେ ପ୍ରସିଦ୍ଧ କଳାକାର ଶୋଶିଆଲ ମିଡ଼ିଆରେ ନିଜେ କେମିତି ରହୁଛନ୍ତି ସେ ବିଷୟରେ ଜଣାଇଥାନ୍ତି। ଏହି କଳାକାର ମାନଙ୍କର ଆନନ୍ଦମୟ ଜୀବନ ବିଷୟରେ ଯେ କେହି ବି ଅଳ୍ପବହୁତେ ଅବଗତ ଅଟନ୍ତି।
ବଲିଉଡ ଇଣ୍ଡଷ୍ଟ୍ରିରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ଛୋଟ-ଛୋଟ ସହରରୁ ଆସି ନିଜ ପରିଶ୍ରମ ଏବଂ ଯୋଗ୍ୟତା ବଳରେ ବହୁତ ଭଲ ନାମ କରି ପାରିଛନ୍ତି। ବର୍ତମାନ ସମୟରେ ଏମିତି ବହୁତ କଳାକାର ଅଛନ୍ତି, ଯେଉଁମାନେ ସିନେମା ଇଣ୍ଡଷ୍ଟ୍ରିରେ ଚହଳ କରୁଛନ୍ତି କିନ୍ତୁ ଏହି କଳାକାର ମାନଙ୍କ ପରିବାର ଏବଂ ସେମାନଙ୍କ ବାପା ସିନେମା ଜଗତରୁ ଦୂରରେ ରହି ଏକ ସାଧାରଣ ଜୀବନ ବିତାଉଛନ୍ତି। ଏମାନେ କୈାଣସି ପ୍ରକାରେ କିଛି ଦେଖେଇ ହେବାକୁ ପସନ୍ଦ କରନ୍ତି ନାହିଁ।ତ ଚାଲନ୍ତୁ ଜଣିବା ପରିଶେଷରେ ଏହି ଲିଷ୍ଟରେ କେଉଁ ମାନଙ୍କ ନାମ ରହିଛି।
ପଙ୍କଜ ତ୍ରିପାଠୀ
ଭାରତୀୟ ସିନେମା ଅଭିନେତା ପଙ୍କଜ ତ୍ରିପାଠୀ ସିନେମାରେ ନିଜର କମାଲ ଅଭିନୟ ପାଇଁ ଜଣା ଯାଇଥାନ୍ତି। ଆପଣଙ୍କୁ ଜଣାଇ ଦେଉଛୁ କି ପଙ୍କଜ ତ୍ରିପାଠୀ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜ ଅଭିନୟ ମାଧ୍ୟମରେ ବହୁତ ଭଲ ପରିଚୟ ସୃଷ୍ଟି କରି ପାରିଛନ୍ତି ଏବଂ ତାଙ୍କ ପାଖରେ କୈାଣସି ପ୍ରକାର କମିନାହିଁ।ସେ ତାଙ୍କ କ୍ୟାରିୟରର ଆରମ୍ଭ ବର୍ଷ୨୦୦୪ରେ ସିନେମା “ରନ”ରୁ କରିଥିଲେ। ଏହି ସିନେମାରେ ଅଭିଷେକ ବଚନ ଏବଂ ଭୂମିକା ଚାୱଲା ନଜର ଆସିଥିଲେ। କେତେ ସିନେମାରେ ସେ ଖଳ ଚରିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।ସେ ନିଜର ପ୍ରତ୍ୟେକଟି ଚରିତ୍ରରେ ବହୁତ ଭଲ ଭାବରେ ଅଭିନୟ କରିଥାନ୍ତି। ଅଭିନେତା ପଙ୍କଜ ତ୍ରିପାଠୀଙ୍କ ବାପା ପଣ୍ଡିତ ବନାରସ ତ୍ରିପାଠୀ ନିଜ ଗାଁରେ ଏକ ସାଧାରଣ ମଣିଷ ଭାବରେ ଜୀବନକୁ ଅତିବାହିତ କରୁଛନ୍ତି।ସେ ଚାଷ-ବାସ କାମ କରନ୍ତି।
ଅନୁଷ୍କା ଶର୍ମା
ଆଜିକା ସମୟରେ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ କିଏ ବା ଜାଣିନାହିଁ। ଛୁଆ ମାନଙ୍କଠାରୁ ନେଇ ବୁଢ଼ା ପର୍ଯ୍ୟନ୍ତ, ସବୁଲୋକ ଅନୁଷ୍କା ଶର୍ମାଙ୍କ ନାମରେ ବହୁତ ଭଲରେ ପରିଚିତ ଅଟନ୍ତି। ଅନୁଷ୍କା ଶର୍ମାଙ୍କ ବାପାଙ୍କ ନାମ ଅଜୟ କୁମାର ଶର୍ମା ଅଟେ ଯିଏ ସିନେମା ଦୁନିଆ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି। ଅନୁଷ୍କା ଶର୍ମାଙ୍କ ବାପା ଅଜୟ କୁମାର ଶର୍ମା ଭାରତୀୟ ସେନା ବାହିନୀର ଅବସରପ୍ରାପ୍ତ ଅଫିସର ଅଟନ୍ତି ଏବଂ ବର୍ତ୍ତମାନ ସେ ତାଙ୍କ ସ୍ତ୍ରୀଙ୍କ ସହିତ ଏକ ସାଧାରଣ ଜୀବନ ବିତାଉଛନ୍ତି।
ଜୈକଲିନ ଫର୍ନାଣ୍ଡୀସ
ଅଭିନେତ୍ରୀ ଜୈକଲିନ ଫର୍ନାଣ୍ଡୀସ ବଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ଭଲ ନାମ କରି ପାରିଛନ୍ତି।ସେ ସୁନ୍ଦର ହେବା ସହିତ ବହୁତ ଭଲ କଳାକାର ମଧ୍ୟ ଅଟନ୍ତି।ଜୈକଲିନ ଫର୍ନାଣ୍ଡୀସଙ୍କ ବାପାଙ୍କ ନାମ ଏଲରାୟ ଫର୍ନାଣ୍ଡୀସ ଅଟେ ଯିଏ ଏକ ସାଧାରଣ ଜୀବନ ଅତିବାହିତ କରୁଛନ୍ତି। ଆପଣଙ୍କୁ ଜଣାଇ ଦେଉଛୁ କି ଜୈକଲିନଙ୍କ ବାପା ବୃତ୍ତିରେ ସଙ୍ଗୀତଜ୍ଞ ଅଟନ୍ତି ଏବଂ ସେ ସିନେମା ଦୁନିଆ ଠାରୁ ବହୁତ ଦୂରରେ ରହିବାକୁ ପସନ୍ଦ କରନ୍ତି।
ବିପାଶା ବସୁ
ସିନେମା ଅଭିନେତ୍ରୀ ବିପାଶା ବସୁ କେତେ ସୁପରହିଟ ସିନେମାରେ ବହୁତ ଭଲ ଅଭିନୟ କରିଛନ୍ତି।ବିପାଶା ବସୁଙ୍କ ବାପାଙ୍କ ନାମ ହୀରକ ବସୁ ଅଟେ ଯିଏ ଜଣେ ସିବିଲ ଇଞ୍ଜିନିୟର ଅଟନ୍ତି।ସେ ସାଧାରଣ ଜୀବନ ବିତେଇବାକୁ ପସନ୍ଦ କରନ୍ତି।
ଆର. ମାଧବନ
ବଲିଉଡ ଏବଂ ସାଉଥ ସିନେମା ଇଣ୍ଡଷ୍ଟ୍ରିର ନାମୀଦାମୀ ଅଭିନେତା ଆର. ମାଧବନଙ୍କ ବାପା ରଙ୍ଗନାଥନ ଶେଷାଦ୍ରୀ ଟାଟା ଷ୍ଟିଲ କମ୍ପାନୀର ଜଣେ ଫାର୍ମର ମୈନଜମେଣ୍ଟ ଏଗ୍ଜୀକ୍ୟୁଟିବ ଅଟନ୍ତି।ଏହାପରେ ବି ସେ ବହୁତ ସାଧାରଣ ଜୀବନ ଅତିବାହିତ କରୁଛନ୍ତି।ସେ ବଲିଉଡର ଚକାଚକ ଦୁନିଆ ଠାରୁ ଦୂରରେ ରହିବା ପାଇଁ ପସନ୍ଦ କରନ୍ତି।
ମନୋଜ ବାଜପେୟୀ
ସିନେମା ଅଭିନେତା ମନୋଜ ବାଜପେୟୀ ନିଜ ଅଭିନୟ ବଳରେ ବହୁତ ଭଲ ନାମ କରି ପାରିଛନ୍ତି। ସିନେମାରେ ନିଜର ସୁନ୍ଦର ପ୍ରଦର୍ଶନ ପାଇଁ ସେ ଲୋକମାନଙ୍କ ମଧ୍ୟରେ ପ୍ରସିଦ୍ଧ ଅଟନ୍ତି। ମନୋଜ ବାଜପେୟୀଙ୍କ ବାପା ରାଧାକାନ୍ତ ନିଜ ଗାଁରେ ବହୁତ ସାଧାରଣ ଜୀବନ ବିତାଉଛନ୍ତି।
ଆୟୁଷ୍ମାନ ଖୁରାନା
ସିନେମା ଇଣ୍ଡଷ୍ଟ୍ରିରେ ନିଜ ପରିଶ୍ରମ ଏବଂ ଯୋଗ୍ୟତା ବଳରେ ଆୟୁଷ୍ମାନ ଖୁରାନା ବହୁତ ଭଲ ସ୍ଥାନ ହାସଲ କରି ପାରିଛନ୍ତି। ଆୟୁଷ୍ମାନ ଖୁରାନାଙ୍କ ବାପାଙ୍କ ନାମ ପୀ କେ ଖୁରାନା ଅଟେ ଯିଏ ଜଣେ ଜ୍ୟୋତିଷ ଅଟନ୍ତି। ଯେଉଁଠାରେ ଆୟୁଷ୍ମାନ ଖୁରାନାଙ୍କ ଜନ୍ମ ହୋଇଥିଲା, ଚଣ୍ଡୀଗଡର ସେହି ଗାଁରେ ଅଭିନେତାଙ୍କ ବାପା ନିଜ ଜୀବନକୁ ଅତିବାହିତ କରୁଛନ୍ତି।
ସିଦ୍ଧାର୍ଥ ମଲହୋତ୍ରା
ଅଭିନେତା ସିଦ୍ଧାର୍ଥ ମଲହୋତ୍ରା କେତେ ସିନେମାରେ ବହୁତ ଭଲ କାମ କରିଛନ୍ତି।ସେ ନିଜ ଜୀବନକୁ ବହୁତ ସୁନ୍ଦର ଭାବରେ ଅତିବାହିତ କରୁଛନ୍ତି କିନ୍ତୁ ସିଦ୍ଧାର୍ଥ ମଲହୋତ୍ରାଙ୍କ ବାପା ସୁନୀଲ ମଲହୋତ୍ରା ସିନେମା ଜଗତରୁ ବହୁତ ଦୂରରେ ରୁହନ୍ତି। ଆପଣଙ୍କୁ ଜଣାଇ ଦେଉଛୁ କି ସିଦ୍ଧାର୍ଥଙ୍କ ବାପା ସୁନୀଲ ମଲହୋତ୍ରା ପୂର୍ବରୁ ମର୍ଚେଣ୍ଟ ନେବୀରେ କ୍ୟାପଟେନ ଥିଲେ।