ବାପା ଓ ଝିଅର ସମ୍ପର୍କ ସବୁଠୁ ପବିତ୍ର ସମ୍ପର୍କ କୁହାଯାଇଥାଏ | କିନ୍ତୁ ବାପା ଝିଅର ପବିତ୍ର ସମ୍ପର୍କକୁ କଳଙ୍କିତ କରି ଜଣେ କଳିଯୁଗର ବାପା ନିଜ ଝିଅ ସହିତ ବର୍ଷ ବର୍ଷ ଧରି ଦୁଷ୍କ-ର୍ମ କରିଥିଲେ | କେବଳ ଏତିକି ନୁହେଁ ବାପା ନିଜର ଅନ୍ୟ ଗୋଟିଏ ଝିଅ ସହିତ ମଧ୍ୟ ଦୁଷ୍କ-ର୍ମ କରିଥିଲେ ଏବଂ ତାଙ୍କୁ ମାରି ଦେଇଥିଲେ | ବର୍ତ୍ତମାନ ଯାଇ ଏହି ସାହସୀ ଝିଅ ନିଜର ମୁହଁ ଖୋଲିଥିଲେ ଏବଂ ନିଜର କାହାଣୀ ସମସ୍ତ ଦୁନିଆକୁ ଶୁଣାଇଥିଲେ |
ଭିକ୍ଟୋରିୟାରେ #LetUsSpeak ଅଭିଯାନ ଆରମ୍ଭ କରିଥିବା ମହିଳା ଜଣକ ଶେଷରେ ନିଜର ପ୍ରକୃତ ନାମ ଏବଂ ତାଙ୍କ ସହିତ ହୋଇଥିବା ଦୁର୍ବ୍ୟବହାର କରିଥିବା ବ୍ୟକ୍ତିର ପରିଚୟ ଜଣାଇଛନ୍ତି | ତାଙ୍କ ସହିତ ଏହି ଘୃନ୍ୟ କାମ କରିଥିବା ଲୋକ ଆଉ କେହି ନୁହନ୍ତି ତାଙ୍କ ନିଜ ପିତା ହିଁ ଥିଲେ |
ଭିକ୍ଟୋରିୟାର ସବୁଠୁ କ୍ରୁର ଅପରାଧୀ ମାନଙ୍କ ମଧ୍ୟରେ ଜଣେ ଡେଭିଡ ହୋଡସନଙ୍କୁ ଶେଷରେ ତାଙ୍କ ଅପରାଧର ଦଣ୍ଡ ମିଳିଗଲା | ନିଜ ଝିଅକୁ ଯୌନ ଭୋକର ଶିକାର କରିଥିବା ଏହି ନରରାକ୍ଷସର ବାସ୍ତବତା ଶେଷରେ ସମଗ୍ର ଦୁନିଆର ସାମ୍ନାକୁ ଆସିଗଲା |
ହୋଡସନଙ୍କ ଝିଅ ଜୈମେ ଲୀ ପେଜ ୮ ମାସ ପରେ ପିତାଙ୍କ ବିରୋଧରେ ଆଇନଗତ ଲଢେଇରେ ବିଜୟ ଲାଭ କରିଥିଲେ ଏବଂ ତାଙ୍କ ସହ ଯାହା ହୋଇଥିଲା ସେସବୁର ଖୁଲାସା କରିଥିଲେ |
ଜୈମେ କହିଥିଲେ ଯେ ଯେତେବେଳେ ସେ ୮ ବର୍ଷ ବୟସର ଥିଲେ, ସେତେବେଳେ ତାଙ୍କ ପିତା ତାଙ୍କ ସହିତ ମାନବିକତାର ସମସ୍ତ ସୀମା ଟପି ଯାଇଥିଲେ | ଜୈମେ କୁହନ୍ତି ଯେ, “ମୁଁ ସେସମୟରେ ବହୁତ ଛୋଟ ଥିଲି, ମୋ ସହିତ କଣ ହେଉଛି ତା’ର କୌଣସି ଜ୍ଞାନ ମଧ୍ୟ ନଥିଲା ମୋ ପାଖରେ |”
ସେ କୁହନ୍ତି ଯେ, ପ୍ରତ୍ୟେକ ଦିନ ରାତିରେ ତାଙ୍କ ପିତା ତାଙ୍କ ଶୟନକକ୍ଷକୁ ଆସୁଥିଲେ ଏବଂ ପଚାରୁଥିଲେ ଯେ କଣ ତୁମେ ମୋ ସହିତ ଖେଳିବାକୁ ଚାହୁଁଛ ? ସେ କିଛି ବୁଝିବା ପୂର୍ବରୁ ତାଙ୍କ ପିତା ତାଙ୍କ ସହିତ ବଳାତ୍କାର କରି ଦେଇଥିଲେ | ସେ କହିଛନ୍ତି ଯେ ତାଙ୍କ ପିତା ତାଙ୍କ ସହିତ ୧୨ ବର୍ଷ ବୟସ ପର୍ଯ୍ୟନ୍ତ ଲଗାତାର ବଳା-ତ୍କାର କରି ଆସୁଥିଲେ |
କେବଳ ଏତିକି ନୁହେଁ ଯେତେବେଳେ ଜୈମେ ୧୬ ବର୍ଷର ହୋଇଥିଲେ, ସେତେବେଳେ ତାଙ୍କୁ ଜଣା ପଡିଲା ଯେ ତାଙ୍କ ସାବତ ଭଉଣୀ କୈରଲ ମଧ୍ୟ ପିତାଙ୍କର ଯୌନ ଭୋକର ଶିକାର ହୋଇଛନ୍ତି | ୨୦ ବର୍ଷ ବୟସରେ ସେ ପିତାଙ୍କ ବିରୋଧରେ କେସ ଫାଇଲ କରିବାକୁ ମଧ୍ୟ ଚାଲିଯାଇଥିଲେ |
ତେବେ ପିତାଙ୍କୁ ଏହି କଥାର ସୂଚନା ମିଳିଯାଇଥିଲା ଏବଂ ସେ ନିଜ ଝିଅକୁ ଗୁଳି ମାରି ହତ୍ୟା କରି ଦେଇଥିଲେ | ଏହାକୁ ଦେଖି ଜୈମେ ଆହୁରି ଭୟଭୀତ ହୋଇଯାଇଥିଲେ |
ଏହାପରେ ପୋଲିସ ଯୌନ ଉତ୍ପୀଡ଼ନ ମାମଲାକୁ ଛାଡିଦେଲେ ଏବଂ ହତ୍ୟା ମାମଲାରେ ହୋଡସନଙ୍କୁ ୨୪ ବର୍ଷ ପାଇଁ ଜେଲରେ ବନ୍ଦ କରିଦେଲେ |
୨୦୧୮ରେ ତାଙ୍କ ପିତା ଜେଲରୁ ବାହାରକୁ ଆସିଗଲେ | ଏହାପରେ ଜୈମେ ଭାବିଲେ ସେ ସମୟ ଆସିଗଲା ଯେତେବେଳେ କୈରଲ ପରି ସାହସୀ ହେବାକୁ ପଡିବ | ଏହାପରେ ସେ ନିଜର କାହାଣୀ ଅଦାଲତରେ କହିଥିଲେ ଏବଂ ବର୍ତ୍ତମାନ କୈରଲ, ଜୈମେଙ୍କ ସହିତ ଯାହା ହୋଇଥିଲା ତାହା ସମଗ୍ର ଦୁନିଆ ଜାଣିଛି |
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।