ମୁମ୍ବାଇ: ଆଜି ସଞ୍ଜୟ ଦତ୍ତଙ୍କ ପ୍ରଥମ ସ୍ତ୍ରୀ ରୀଚା ଶର୍ମାଙ୍କର ୨୪ତମ ଡେଥ ଆନିବର୍ସରି ଅଟେ। ୩୨ ବର୍ଷ ବୟସରେ ରିଚା ୧୯୯୬ ଡିସେମ୍ବର ୧୦ ତାରଖରେ ରିଚା ମୃତ୍ୟୁବରଣ କରିଥିଲେ। ତାଙ୍କର ମୃତ୍ୟୁ କ୍ୟାନସର ପାଇଁ ହୋଇଥିଲା। ସେ ଦେବାନନ୍ଦଙ୍କ ଫିଲ୍ମରେ ହିରୋଇନ ହେବାକୁ ଆସିଥିଲେ। କିନ୍ତୁ ବୟସ କମ ହୋଇଥିବାରୁ ତାଙ୍କୁ ଫିଲ୍ମ ମିଳି ନଥିଲା। କିନ୍ତୁ ଦେବାନନ୍ଦ ତାଙ୍କୁ ତାଙ୍କର ପର ଫିଲ୍ମରେ କାମ ଦେଇଥିଲେ ଯାହାର ନାମ ‘ ହମ ନୌଜବାନ ‘। ରୀଚାଙ୍କର ଫିଲ୍ମ ଜୀବନୀ ବହୁତ କମ ସମୟ ପର୍ଯ୍ୟନ୍ତ ଥିଲା। ତାଙ୍କୁ ଖୁବ କମ ଫିଲ୍ମରେ ଦେଖିବାକୁ ମିଳିଥିଲା। ତା ପରେ ତାଙ୍କର ବିବାହ ସଞ୍ଜୟ ଦତ୍ତଙ୍କ ସହିତ ହୋଇ ଯାଇଥିଲା। ବିବାହର ଦେଢ ବର୍ଷ ପରେ ଜଣା ପଡିଲା କି ରିଚାଙ୍କୁ ବ୍ରେନ ଟ୍ୟୁମର ହୋଇଛି ବୋଲି। ରୀଚାଙ୍କର ଚିକିତ୍ସା ଆମେରିକାରେ ହେଲା ଏବଂ ସଞ୍ଜୟ ନିଜ ଫିଲ୍ମ ସୁଟିଂଗରେ ବ୍ୟସ୍ତ ରହିଲେ। ଏହା ମଧ୍ୟରେ ସଞ୍ଜୟ ଏବଂ ମାଧୁରୀଙ୍କର ଆଫେଏର ଶୁଣାଗଲା। ଏହି କଥା ଆମେରିକାରେ ରୀଚାଙ୍କ କାନରେ ପଡିଲା। ସେ ବିବାହ ବଞ୍ଚେଇବା ପାଇଁ ନିଜର ଚିକିତ୍ସା ଛାଡି ମୁମ୍ବାଇ ଆସିଥିଲେ।
ରୀଚା ଯେତେବେଳେ ନିଜର ଚିକିତ୍ସା ଛାଡି ମୁମ୍ବାଇ ଆସିଥିଲେ ସେତେବେଳେ ସଞ୍ଜୟ ରୀଚାଙ୍କୁ ଆଦୌ ପସନ୍ଦ କରୁନଥିଲେ। ଏତିକି ହିଁ ନୁହେଁ ସେ ନିଜ ସ୍ତ୍ରୀ ଏବଂ ଝିଅ ତ୍ରିଶାଲାଙ୍କୁ ନେବା ପାଇଁ ଏୟାରର୍ପୋଟ ମଧ୍ୟ ଆସି ନଥିଲେ। ଏହି କଥା ବିଷୟରେ ୟାସିର ଉସ୍ମାନ ର ବହି ‘ ଦ କ୍ରେଜି ଅନଟ୍ରୋଲ୍ଡ ସ୍ଟୋରି ଅଫ ବଲିଉଡ୍ସ ବ୍ୟାଡ ବୟ ସଞ୍ଜୟ ‘ ରେ ଅଛି।
ରୀଚା ଏବଂ ସଞ୍ଜୟଙ୍କର ଦେଖା ଏକ ଫିଲ୍ମ ମୂହୁର୍ତରେ ହୋଇଥିଲା। ପ୍ରଥମ ଦେଖାରେ ସଞ୍ଜୟ ରୀଚାଙ୍କର ଦିଓ୍ବାନା ହୋଇଯାଇଥିଲେ। ସେ ରୀଚାଙ୍କୁ ତାଙ୍କ ମୁଣ୍ଡରୁ କାଢି ପାରୁ ନଥିଲେ। ସେମାନେ ନିଜ ନିଜ କାମରେ ବ୍ୟସ୍ତ ରହୁଥିଲେ। ଏହାପରେ ମଧ୍ୟ ସଞ୍ଜୟ ରୀଚାଙ୍କ ସହିତ ଦେଖା କରିବା ପାଇଁ କିଛି ନା କିଛି ବାହାନା କରୁଥିଲେ।
ସଞ୍ଜୟ ବହୁତ କଷ୍ଟରେ ରୀଚାଙ୍କ ନମ୍ବର ଆଣିଥିଲେ ଯେମିତି ସେ ରୀଚାଙ୍କ ସହିତ କଥା ହୋଇପାରିବେ। କିଛି ସମୟ ପରେ ସଞ୍ଜୟ ରୀଚାଙ୍କୁ ଡେଟରେ ଯିବା ପାଇଁ କହିଥିଲେ ଏବଂ ସେ ମାନି ଯାଇଥିଲେ। ସଞ୍ଜୟ ରୀଚାଙ୍କର ଦିଓ୍ବାନା ଥିଲେ , ସେ ତାଙ୍କ ପାଇଁ ପ୍ରେମ ପତ୍ର ଲେଖୁଥିଲେ।
ଶେଷରେ ୧୯୮୭ରେ ଆସିଥିବା ଫିଲ୍ମ ‘ ଆଗ ହି ଆଗ ‘ ସୁଟିଂଗ ସମୟରେ ସଞ୍ଜୟ ରୀଚାଙ୍କୁ ପ୍ରପୋଜ କରିଥିଲେ। ରୀଚା ଜାଣିଥିଲେ କି ତାଙ୍କ ପରିବାର ଲୋକ ବିବାହ ପାଇଁ ରାଜି ହେବେ ନାହିଁ। ଏଥିପାଇଁ ସଞ୍ଜୟ ନ୍ୟୁୟର୍କ ଯାଇ ତାଙ୍କ ପ୍ୟାରେଣ୍ଟଙ୍କୁ ଦେଖା କରିଥିଲେ। ୧୯୮୭ରେ ସଞ୍ଜୟ ଏବଂ ରୀଚାଙ୍କର ବିବାହ ହୋଇଥିଲା। ଗୋଟିଏ ବର୍ଷ ପରେ ଝିଅ ତ୍ରିଶାଲାଙ୍କର ଜନ୍ମ ହୋଇଥିଲା।
ଦୁଇ ଜଣଙ୍କର ଫ୍ୟାମିଲି ଲାଇଫ ଭଲ ଚାଲୁଥିଲା ଏବଂ ଏହା ଭିତରେ ଜଣା ପଡିଲା କି ରୀଚାଙ୍କୁବ ବ୍ରେନ ଟ୍ୟୁମର ବୋଲି। ରୀଚା ଚିକିତ୍ସା ପାଇଁ ଆମେରିକା ଚାଲିଗଲେ। ସଞ୍ଜୟ ମଧ୍ୟ ଆମେରିକା ଯିବା ଆସିବା କରୁଥିଲେ। ଯେମିତି ସେ ଫିଲ୍ମ ସୁଟିଂଗରେ ବ୍ୟସ୍ତ ରହିଲେ ସେତେବେଳେ ସ୍ତ୍ରୀଙ୍କୁ ଦେଖା କରିବା କମ ହୋଇଯାଇଥିଲା।
ଏହା ଭିତରେ ସଞ୍ଜୟଙ୍କର କୋ ସ୍ଟାରଙ୍କ ସହିତ ଆଫେଏର ର ଖବର ରୀଚାଙ୍କ କାନରେ ବାଜିଲା ଯାହା ଶୁଣି ସେ ଆମେରିକାର ଚିକିତ୍ସା ଛାଡି ମୁମ୍ବାଇ ପଳାଇ ଆସିଥିଲେ। କିନ୍ତୁ ପରେ ତାଙ୍କର ଦେହ ପୁଣି ଖରାପ ହେଲା ତାଙ୍କୁ ଆଉ ଥରେ ନ୍ୟୁୟର୍କ ପଠା ଗଲା।
ଏହି ସମୟରେ ସଞ୍ଜୟଙ୍କୁ ଅବୈଧ ଅସ୍ତ୍ର ରଖି ଥିବାରୁ ଜେଲ ଯିବାକୁ ପଡିଥିଲା। ସେହି ସମୟରେ ରୀଚାଙ୍କର ଦେହ ଦିନ କୁ ଦିନ ଖରାପ ହେବାକୁ ଲାଗିଲା। ସଞ୍ଜୟଙ୍କୁ ବହୁତ କଷ୍ଟରେ ବେଲ ମିଳିଥିଲା ଏବଂ ସେ ତାଙ୍କ ସ୍ତ୍ରୀକୁ ଦେଖା କରିବାକୁ ଯାଇଥିଲେ। ସେ ଡକ୍ଟର ମାନଙ୍କ ସହ କଥା ହୋଇଥିଲେ କିନ୍ତୁ ସବୁ ବେକାର ଗଲା। ରୀଚା ୧୯୯୬ ଡିସେମ୍ବର ୧୦ ରେ ଦୁନିଆ ଛାଡି ଚାଲି ଯାଇଥିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।