ସନାତନ ଧର୍ମରେ ପୂଜାପାଠ ଭଗବାନଙ୍କ ପାଇଁ ଚନ୍ଦନ, ତିଳକ, ଫୁଲଫଳ ଆଦିରେ କୈାଣସି ନୂଆ କଥା ନାହିଁ କିନ୍ତୁ ଅନେକ ଥର ଆମେ ଏମିତି ସମସ୍ୟାରେ ଫଶି ଯାଇଥାଉ କି ଗୋଟିଏ ଛୋଟ କଥା ଆମ ଉପରେ ଅତ୍ୟାଧିକ ମାତ୍ରାରେ ଭାରି ପଡି ଯାଇଥାଏ। ହିନ୍ଦୁ ଧର୍ମରେ ପୂଜାପାଠ, ଭଗବାନଙ୍କ ଆର୍ଶୀବାଦ, କର୍ମ ଏହି ସବୁ କଥାର ବିଶେଷ ରୂପରେ ଧ୍ୟାନ ରଖା ଯାଇଥାଏ। ଏଥିପାଇଁ ବୋଧହୁଏ ଲୋକମାନେ ମନ୍ଦିରକୁ ପୂଜା କରିବା ଏବଂ ଆରାଧନା କରିବା ପାଇଁ ଆସିଥାନ୍ତି। ସେହି ପୂଜା ସମୟରେ ଅନେକ ଥର ପୂଜାରୀ ଭଗବାନଙ୍କ ଉପରେ ଚଢା ଯାଇଥିବା ଫୁଲ ତାଙ୍କୁ ଭଗବାନଙ୍କ ପ୍ରସାଦ ରୂପରେ ଦେଇଥାନ୍ତି। ଏହାକୁ ଲୋକମାନେ ଭଗବାନଙ୍କ ଆର୍ଶୀବାଦ ବୋଲି ଭାବି ଘରକୁ ମଧ୍ୟ ନେଇ ଆସିଥାନ୍ତି। କିନ୍ତୁ ଯେତେବେଳେ ଏହି ଫୁଲ କିମ୍ବା ମାଳ ଶୁଖି ଯାଇଥାଏ ତ ଲୋକମାନଙ୍କୁ ସବୁଠାରୁ ଅଧିକ ଏହି କଥାର ଚିନ୍ତା ହୋଇଥାଏ କି ସେମାନେ ଏହି ଶୁଖି ଯାଇଥିବା ଫୁଲକୁ କଣ କରିବେ?
ଏଥିପାଇଁ ଅଜାଣତରେ କରିଥିବା ଭୁଲ ମଧ୍ୟ ଆମକୁ ଦଣ୍ଡର ପାତ୍ର କରିଦେଇଥାଏ। ଧର୍ମଶାସ୍ତ୍ର ଅନୁସାରେ ଏହାର ଭୁଲ ବ୍ୟବହାର କିମ୍ବା ଏହାକୁ କେଉଁଠାରେ ପକାଇଦେବାଟା ଆମକୁ ପାପର ଭାଗିଦାର କରିପାରେ। ଶାସ୍ତ୍ର ଅନୁସାରେ ଆପଣଙ୍କୁ ଭଗବାନଙ୍କ ଚରଣରୁ ମିଳିଥିବା ଫୁଲ କିମ୍ବା ହାର ଶୁଖିଯିବା ପରେ କିଛି ଏପରି ଭାବରେ ବ୍ୟବହାର କରିବା ଉଚିତ ଯାହାଦ୍ଵାରା କିଛି କ୍ଷତି ହେବନାହିଁ। କିନ୍ତୁ ଏଥିପାଇଁ କିଛି କଥା ଉପରେ ବିଶେଷ ଭାବରେ ଧ୍ୟାନ ରଖିବା ଉଚିତ।
ଶାସ୍ତ୍ର ଅନୁସାରେ ମନ୍ଦିରରୁ ମିଳିଥିବା ଫୁଲକୁ ବୋଧହୁଏ ଶୁଖିଯିବା ପରେ ମଧ୍ୟ ଫୋପାଡିବା ଉଚିତ ନୁହେଁ। ଆମକୁ ସବୁବେଳେ ଏହି ଡର ଲାଗିଥାଏ କି ଏହି ଫୁଲ ସହ କିଛି ଭୁଲ ନହେଇ ଯାଉ। ଏଥିପାଇଁ ଆପଣ ଦୁଇଟି କଥା ଉପରେ ବିଶେଷ ଭାବରେ ଧ୍ୟାନ ରଖୁଥିବେ ଏହି ଫୁଲକୁ ସମ୍ଭାଳି ରଖିବେ। ପ୍ରଥମେ ମନ୍ଦିରରୁ ମିଳିଥିବା ଫୁଲକୁ ଆପଣଙ୍କ ଘରର ଆଲମାରୀରେ ରଖିପାରିବେ। ଏହି କଥାର ବିଶେଷ ଭାବରେ ଧ୍ୟାନ ରଖିବେ କି ଯେଉଁଠାରେ ଆପଣ ଗହଣା ରଖିଛନ୍ତି ସେଠାରେ ଆପଣ ଏହି ଫୁଲକୁ ରଖିପାରିବେ।
ପରିଶେଷରେ ଯଦି ଆପଣ ମନ୍ଦିରରୁ ଫୁଲକୁ ନେଇ ଆସୁଛନ୍ତି ଏବଂ ତାହା ଶୁଖି ଯାଉଛି ତ ଏହି ଶୁଖି ଯାଇଥିବା ଫୁଲକୁ ଆପଣଙ୍କ ଘର ଆଲମାରୀରେ ରଖନ୍ତୁ। ଏମିତିରେ ଶୁଖିଯାଇଥିବା ଫୁଲଗୁଡ଼ିକ ଖେଳେଇ ହୋଇଯିବାର ଡର ବହୁତ ଅଧିକ ଥାଏ। ଏଥିପାଇଁ ଆପଣ ଏହାକୁ କୈାଣସି କପଡ଼ା, କାଗଜ କିମ୍ବା ଥଳିରେ ବାନ୍ଧି ମଧ୍ୟ ରଖିପାରିବେ। ଏହା ବ୍ୟତୀତ ଯଦି କେବେ ଦୂର ସ୍ଥାନକୁ ଯାତ୍ରା କିମ୍ବା ମନ୍ଦିରକୁ ଦର୍ଶନ ପାଇଁ ଯାଇଛନ୍ତି ଏବଂ ସେହି ସମୟରେ ଆପଣଙ୍କୁ ମନ୍ଦିରର ପୂଜାରୀ ପ୍ରସାଦ ରୂପରେ ଫୁଲ କିମ୍ବା ମାଳ ଦେଇଛନ୍ତି ତ ଆମକୁ ଏହି ଚିନ୍ତା ଲାଗିଥାଏ କି ବାସ୍ତବରେ ଏହାକୁ କ’ଣ କରିବୁ?
ଘରକୁ ଯିବା ପର୍ଯ୍ୟନ୍ତ ଯାତ୍ରା ସମୟରେ ଏହା ଖରାପ ହୋଇଯିବାର ଡରଥାଏ। ତ ଏଥିପାଇଁ ଆପଣ ଫୁଲକୁ ସିଧା ହାତ ପାପୁଲିରେ ରଖି ସୁଙ୍ଘି ପାରନ୍ତି। ଆଜ୍ଞା ହଁ, କୁହାଯାଏ କି ସୁଙ୍ଘିବା ପରେ ଫୁଲରେ ମହଜୁଦ ସକରାତ୍ମକ ଶକ୍ତି ଆପଣଙ୍କ ଶରୀରକୁ ଚାଲି ଯାଇଥାଏ। ଏହାପରେ ଆପଣ ଏହି ଫୁଲକୁ କୈାଣସି ଗଛତଳେ କିମ୍ବା କୌଣସି ନଦୀରେ ବିସର୍ଜନ କରିପାରିବେ।
ଏହାଦ୍ଵାରା ଆପଣ ଫୁଲ ଖରାପ ହେବାର ଚିନ୍ତାରୁ ମୁକ୍ତି ପାଇ ପାରିବେ। ମନ୍ଦିରରୁ ମିଳୁଥିବା ଫୁଲରେ ମହଜୁଦ ସକରାତ୍ମକ ଶକ୍ତି ଦୁଇ ପ୍ରକାରରେ ମିଳିଥାଏ। ପ୍ରଥମେ ସେ ଆପଣଙ୍କ ଘରର ଆଲମାରୀରେ ଆପଣଙ୍କ ସହିତ ରହିଥାଏ ତ ଅନ୍ୟ ପ୍ରକାରରେ ଆପଣ ତାକୁ ଶୁଙ୍ଘି ସେଥିରେ ଥିବା ସକରାତ୍ମକ ଶକ୍ତିକୁ ଆପଣ ଶରୀରକୁ ଧାରଣ କରିଥାନ୍ତି। ଏହିପରି ଭାବରେ ଆପଣ ମନ୍ଦିରରୁ ମିଳିଥିବା ଫୁଲକୁ ସମ୍ଭାଳି ରଖି ପାରିବେ। ଏହା ବ୍ୟତୀତ ଯଦି ଆପଣ ଏହି ଫୁଲକୁ ସମ୍ଭାଳି ରଖି ପାରୁନାହାଁନ୍ତି ତାହେଲେ ଏହାକୁ କୈାଣସି ନଦୀସ୍ରୋତ ଜଳଧାରାରେ ବିସର୍ଜନ କରି ପାରିବେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।