ସବୁ ଝିଅ ଏହା ଚାହାଁନ୍ତି ନାହିଁ କି ତାଙ୍କ ସପନର ରାଜକୁମାର ଘୋଡାରେ ଚଢି ଆସିବ ଓ ତାଙ୍କୁ ନେଇ ମହଲରେ ରଖିବ। କିନ୍ତୁ ସବୁ ଝିଅ ଏହା ନିହାତି ଚାହାଁନ୍ତି କି ତାଙ୍କ ଜୀବନସାଥି ତାଙ୍କୁ ସମ୍ମାନ ଓ ଭଲପାଇବା ଦିଅନ୍ତୁ। ୟୁରୋପ ର ବେଲଜିୟମ ରେ ରହୁଥିବା ୨୧ ବର୍ଷ ର ଏନଥୋନିୟା ରୋଚସ ମଧ୍ୟ କିଛି ଏମିତି ସ୍ବପ୍ନ ଦେଖିଥିଲେ। କିନ୍ତୁ ତାଙ୍କୁ ରାଜକୁମାର ବଦଳରେ ପଶୁ ମିଳିଲା।୧୮ ମାସ ରେ ତାଙ୍କ ପ୍ରେମୀ ତାଙ୍କ ଜୀବନ ନର୍କ କରିଦେଲା।ଏନଥୋନିୟା ନିଜେ ନିଜର ଫଟୋ ସେୟାର କରି ଏହି ବିଷୟରେ ସୂଚନା ଦେଲେ।
ବେଲଜିୟମ ରେ ରହୁଥିବା ଏନଥୋନିୟା ରୋଚସ ବହୁତ ଖୁସି ମିଞ୍ଜାସ ଓ ଜୀବନରେ ଖୋଲା ମନ ରେ ରହୁଥିବା ଝିଅ ଥିଲେ। କିନ୍ତୁ ପୂର୍ବ କିଛି ସମୟରେ ତାଙ୍କ ସହ କିଛି ଏମିତି ହେଲା ତାହା ଭାବିଲେ ମଧ୍ୟ ଛାତି ଦୋହଲି ଯାଉଛି।
ଏନଥୋନିୟା ରୋଚସ ସୋସିଆଲ ମିଡିଆରେ ନିଜର ଦୁଃଖ ଭରା କଥା କହିଲେ। କିନ୍ତୁ ତାଙ୍କ ପ୍ରେମ ଏତେ ଅଧିକ ଥିଲା କି ସେ ଯୁବକ ଙ୍କର ନାମ ନେଲେ ନାହିଁ ଓ ତାଙ୍କ ଫଟୋ କୁ ମଧ୍ୟ ବ୍ଳର କରିଦେଲେ।
ସେ କହିଛନ୍ତି କି ନିଜ ପ୍ରେମକୁ ପାଇବାପରେ ତାଙ୍କୁ ଏମିତି ଲାଗିଲା କି ଏବେ ତାଙ୍କ ଜୀବନରେ ଖୁସି ଆସୁଛି।କିନ୍ତୁ ଏମିତି ହେଲା ନାହିଁ,୧୮ ମାସ ର ସମ୍ପର୍କ ରେ ତାଙ୍କ ଵଏଫ୍ରେଣ୍ଡ ତାଙ୍କର ଏମିତି ଅବସ୍ଥା କଲେ ଯେ କିଏ ପଶୁ ସହ ମଧ୍ୟ କରିନଥିବ।
ଥରେ ହାତ ଉଠାଇଲା ପରେ ମଧ୍ୟ ଏନଥୋନିୟା ତାଙ୍କୁ ଆଉ ଗୋଟେ ସୁଯୋଗ ଦେଲେ,କିନ୍ତୁ ତାହାର ପଶୁ ଭଳି ବ୍ୟବହାର ଦିନକୁ ଦିନ ବଢି ଚାଲିଲା। ଏମିତି କି ତାଙ୍କ ସୁନ୍ଦରତା କୁ ନଷ୍ଟ କରିବା ପାଇଁ ପ୍ରେମୀ ରେଡିଏଟର ରେ ତାଙ୍କ ଚେହେରା ଖରାପ କରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ।
ଏନଥୋନିୟା କହୁଛନ୍ତି କି ହଠାତ ‘ମୋ ବଏଫ୍ରେଣ୍ଡ ମୋର ମେକଅପ କରିବା ବନ୍ଦ କରିଦେଲେ। କପଡା ମଧ୍ୟ ସେ ପିନ୍ଧିବାକୁ ଦେଉଥିଲେ, ଯାହା ସେ ଚାହୁଁ ଥିଲେ। ଏତେ ନିୟମ ପରେ ମଧ୍ୟ ମୁଁ ତାଙ୍କ ସହିତ ଥିଲି। କିନ୍ତୁ ଏବେ ତାଙ୍କ ହାତ ଉଠେଇବାରେ ମୁଁ ବିରକ୍ତ ହୋଇଯାଇଛି।
ଥରେ ସେ ଘରର ଫର୍ଣିଚର ଉଠେଇ ଏନଥୋନିୟା ଙ୍କ ଉପରେ ଫୋପାଡି ଦେଇଥିଲେ। ଯେଉଁଥିରେ ତାଙ୍କର ପୁରା ମଥା ଫାଟି ଯାଇଥିଲା।
ରକ୍ତର ଜୁଡୁବୁଡୁ ଅବସ୍ଥାରେ ଏନଥୋନିୟା ନିଜ ମାଆ ଙ୍କ ଘରେ ପହଞ୍ଚିଲେ।କିନ୍ତୁ ମାଆ ମଧ୍ୟ ତାଙ୍କୁ ଆପଣାଇବା ପାଇଁ ମନା କରିଦେଲେ ଓ ତାଙ୍କୁ ଘରୁ ବାହାରି ଯିବା ପାଇଁ କହିଦେଲେ।
ତାଙ୍କ ପାଖରେ କିଛି ବାଟ ନଥିବାରୁ ସେ ପୁଣି ଥରେ ନିଜ ପ୍ରେମୀ ଙ୍କ ପାଖରେ ପହଞ୍ଚିଲେ। ସେ ମଧ୍ୟ ପ୍ରତିଜ୍ଞା କଲେ କି ସେ ଦ୍ଵିତୀୟ ଥର ଏମିତି କରିବେ ନାହିଁ ବୋଲି। କିଛି ସମୟ ପରେ ପ୍ରେମୀ ପୁଣି ତାଙ୍କୁ ଏତେ ମାରିଲେ କି ସେ ହସ୍ପିଟାଲ ରେ ଭର୍ତ୍ତି ହୋଇଗଲେ।
ଏନଥୋନିୟା କହିଲେ କି ‘ଏଥରେ ମୋର ଆଖି ଖୋଲିଗଲା। ମୋତେ ଅନୁଭବ ହେଲା କି ମୁଁ ଏହି ନର୍କ ରେ ଆଉ ରହି ପାରିବି ନାହିଁ। ଏହାପରେ ମୁଁ ନିଜର ଫଟୋ ସୋସିଆଲ ମିଡିଆରେ ସେୟାର କଲି’। ଏନଥୋନିୟା ଙ୍କର ପୋଷ୍ଟ ଏକ ହଜାର ରୁ ଅଧିକ ଲୋକ ସେୟାର କରି ସାରିଛନ୍ତି।
ଏନଥୋନିୟା ଙ୍କ ଅତୀତ ଶୁଣି ବେଲଜିୟମ ପୋଲିସ ମଧ୍ୟ ତାଙ୍କ ସାଥିରେ ଅଛନ୍ତି ଓ ତାଙ୍କ ପ୍ରେମୀ ଙ୍କର ତଲାସ କରା ଯାଉଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।