ଜଣେ ଧନୀ ବ୍ୟକ୍ତିଙ୍କୁ ବର୍ଗର ଖାଇବାର ଇଚ୍ଛା ହେଲା | ପାଖରେ ଥିବା କୌଣସି ବର୍ଗର ଦୋକାନ ତାଙ୍କୁ ପସନ୍ଦ ଆସିଲା ନାହିଁ | ଏହାପରେ ସେ ଦୁଇଘଣ୍ଟା ପାଇଁ ହେଲିକେପ୍ଟର ବୁକ କଲେ ଏବଂ ମେକଡୋନାଲ୍ଡର ରେସ୍ତୁରାଣ୍ଟରେ ପହଞ୍ଚିଗଲେ |
mirror.co.ukର ରିପୋର୍ଟ ମୁତାବକ, ମାତ୍ର ବର୍ଗର ଖାଇବା ପାଇଁ ଦୁଇ ଘଣ୍ଟା ହେଲିକେପ୍ଟରରେ ବସି ଆସିଥିବା ଏହି ଲୋକର ନାମ ଭିକ୍ଟର ମାର୍ଟିନୋବ ଅଟେ | ଏହି ଘଟଣା ରୁଷର ଅଟେ | ଭିକ୍ଟର ପ୍ରାଇଭେଟ ୟାଟର ବ୍ୟବସାୟରେ ଅଛନ୍ତି |
ମେକଡୀ ରେସ୍ତୁରାଣ୍ଟ ପର୍ଯ୍ୟନ୍ତ ପହଞ୍ଚିବା କୋଟିପତି ଭିକ୍ଟରଙ୍କର ପ୍ରାୟ ୨ ଲକ୍ଷ ଟଙ୍କା ହେଲିକେପ୍ଟର ଯାତ୍ରାରେ ଖର୍ଚ୍ଚ ହୋଇଯାଇଥିଲା | ଗାର୍ଲଫ୍ରେଣ୍ଡଙ୍କୁ ସାଙ୍ଗରେ ନେଇ ସେ ହେଲକେପ୍ଟରରେ ବର୍ଗର ଖାଇବାକୁ ପହଞ୍ଚିଥିଲେ |
ପ୍ରକୃତରେ ୩୩ ବର୍ଷର ଭିକ୍ଟର କ୍ରିମିୟାରେ ଛୁଟି ମନାଉଥିଲେ ଯେଉଁ ସମୟରେ ତାଙ୍କୁ ମେକଡୀର ବର୍ଗର ଖାଇବାକୁ ଇଚ୍ଛା ହୋଇଥିଲା | ଏହାପରେ ସେ କ୍ରିମିୟାରୁ କ୍ରାସନୋଡରର ଯାତ୍ରା କରିଥିଲେ | ହେଲିକେପ୍ଟରରେ ବସି ପ୍ରାୟ ୩୬୦ କିଲୋମିଟର ଦୂରତା ମେକଡୀ ରେସ୍ତୁରାଣ୍ଟ ପହଞ୍ଚିଥିଲେ |
ରେସ୍ତୁରାଣ୍ଟରେ ଭିକ୍ଟର ବିଗ ମେକ, ଫ୍ରେଞ୍ଚ ଫ୍ରାଇଜ, milk ସେକ ଆଦି ଅର୍ଡର କରିଥିଲେ | ରେସ୍ତୁରାଣ୍ଟର ବିଲ ପ୍ରାୟ ୪,୮୫୯ ଟଙ୍କା ଆସିଥିଲା | ସେହିପରି ହେଲିକେପ୍ଟର ଭଡାରେ ଦେଉଥିବା କମ୍ପାନୀ କହିଛନ୍ତି ଯେ ଏହାପୂର୍ବରୁ କେବେ ମଧ୍ୟ ଏପରି ବୁକିଂ ଆସି ନଥିଲା ଯେତେବେଳେ କୌଣସି ବ୍ୟକ୍ତି କେବଳ ବର୍ଗର ପାଇଁ ହେଲିକେପ୍ଟରରେ ବସି ଆସିଥିବେ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।