ଭୂକମ୍ପ ପରେ ନିଜ ଝିଅକୁ ଖୋଜୁଥିଲା ଅସହାୟ ପିତା, ଖୋଲା ଆଖି- ଚାଲୁଥିବା ନିଶ୍ୱାସ ଦେଖିବା ମାତ୍ରେ ଗାଲକୁ କଲେ ଚୁମ୍ବନ

ତୁର୍କୀର ଶୁକ୍ରବାର ଦିନ ରାତିରେ ହୋଇଥିବା ଭୀଷଣ ଭୂମିକମ୍ପ ସମଗ୍ର ଦେଶକୁ ନଷ୍ଟ କରି ପକାଇଥିଲା | ଆମେରିକାର ଜିଓଲୋଜିକାଲ ସର୍ଭେରେ ରିକ୍ଟର ସ୍କେଲ ଏହି ଭୂମିକମ୍ପର ତୀବ୍ରତା ୭ ବୋଲି କୁହାଯାଇଥିଲା | ଏଥିସହିତ ଏହି ଭୂମିକମ୍ପରେ ମାରିଥିବା ଲୋକଙ୍କ ସଂଖ୍ୟା ଏକ ଶହ ହୋଇ ସାରିଛି | ବର୍ତ୍ତମାନ ମଧ୍ୟ ଭଗ୍ନାବଶେଷ ଗୁଡିକର ଯାଞ୍ଚ କରାଯାଉଛି | ସେଥିପାଇଁ ମରିବା ଲୋକଙ୍କର ସଂଖ୍ୟା ବଢିବାର ମଧ୍ୟ ସମ୍ଭାବନା ରହିଛି | ଏଥିମଧ୍ୟରେ ତୁର୍କୀର ଇଜମୀର ସହରରେ ଭଗ୍ନାବଶେଷ ଭିତରେ ତୁର୍କୀ ଲୋକମାନେ ଚମତ୍କାର ମଧ୍ୟ ଦେଖିବାକୁ ପାଇଲେ | ଏଠାରେ ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ଭିତରୁ ୯୧ ଘଣ୍ଟା ଅର୍ଥାତ ପାଖାପାଖି ୪ ଦିନ ପରେ ଏକ ୪ ବର୍ଷର ଝିଅଟିକୁ ଉଦ୍ଧାର କରିଥିଲେ | ଛୋଟ ଝିଅଟି ଭୋକ ଉପାସରେ ୪ ଦିନ ପର୍ଯ୍ୟନ୍ତ ମୃତ୍ୟୁ ସହ ଯୁଦ୍ଧ କରିଥିଲା , ଯାହାପରେ ଜୀବନର ବିଜୟ ହୋଇଥିଲା | ଝିଅଟିକୁ ଜୀବିତ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ | ଏଥିସହିତ ତାଙ୍କ ପିତା ନିଜ ଅଲିଅଳୀର ଝିଅଟିକୁ ଜୀବିତ ଦେଖି ତାଙ୍କୁ ଆଲିଙ୍ଗନ କରିନେବା ସହିତ ଚୁମ୍ବନ କରିଥିଲେ | ଝିଅଟିକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ଏବଂ ସେଠାରେ ତାଙ୍କର ଚିକିତ୍ସା ଚାଲିଛି |

୪ ବର୍ଷର ଏଡା ଗଜଗୀନଙ୍କୁ ତୁର୍କୀର ଉପକୂଳବର୍ତ୍ତୀ ସହର ଇଜମିରରେ ଭୟଙ୍କର ଭୂକମ୍ପର ୪ ଦିନ ପରେ ଉଦ୍ଧାର କରାଯାଇଥିଲା | ଭୂମିକମ୍ପ ଗ୍ରୀସ ଏବଂ ତୁର୍କୀକୁ ନିଜର ଟାର୍ଗେଟ କରି ଧ୍ବଂସର ଲୀଳା ରଚି ସାରିଥିଲା | କାହାରିକୁ ବିଶ୍ୱାସ ନଥିଲା ଯେ ଏହି ଭୂମିକମ୍ପ ୪ ଦିନ ପରେ କେହି ବଞ୍ଚି ମଧ୍ୟ ପାରିବ |

ଏଡାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଦ୍ୱାରା ହସ୍ପିଟାଲ ପଠାଯାଇଥିଲା | ତାଙ୍କୁ ସର୍ବପ୍ରଥମେ ଥର୍ମାଲ ବ୍ଳାକେଟରେ ଗୋଡ଼ାଇ ଦିଆ ଯାଇଥିଲା | ତାଙ୍କୁ ଜୀବିତ ଦେଖି ଲୋକମାନେ ତାଳି ବଜାଇଥିଲେ ଏବଂ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇଥିଲେ |

ତୁର୍କୀକୁ ୭ ମାଗ୍ନିଚ୍ୟୁଡର ଭୂମିକମ୍ପ ଶୁକ୍ରବାର ଦିନ ସନ୍ଧ୍ୟାରେ କମ୍ପିତ କରି ଦେଇଥିଲା | ଏହି ଭୂମିକମ୍ପର ୯୧ ଘଣ୍ଟା ପରେ ଏଡାଙ୍କୁ ଭଗ୍ନାବଶେଷ ବାହାରକୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା |

ଏହି ଭୂମିକମ୍ପରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୨ ଲୋକଙ୍କର ମୃତ୍ୟୁ ହୋଇସାରିଛି | ଏଥିସହିତ ବର୍ତ୍ତମାନ ସୁଦ୍ଧା ଉଦ୍ଧାରକାରୀ ଦଳ ମୃତଦେହ ସନ୍ଧାନରେ ଭଗ୍ନାବଶେଷ ଖୋଜୁଛନ୍ତି |

ଏଡାଙ୍କର ସ୍ୱର ଲୋକମାନେ ସର୍ବପ୍ରଥମେ ଭଗ୍ନାବଶେଷ ଭିତରୁ ଶୁଣିବାକୁ ପାଇଥିଲେ | ଏହାପରେ ସେଠାରେ ଚାଞ୍ଚଲ୍ୟ ଖେଳି ଯାଇଥିଲା | ସମସ୍ତେ ଅତିଶୀଘ୍ର ତାଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ |

ଏଡାଙ୍କୁ ବ୍ୟସ୍ତତା ମଧ୍ୟରେ ବାହାର କରାଯାଇଥିଲା | ଯେତେବେଳେ ତାଙ୍କୁ ବାହାର କରିବାର ପ୍ରସ୍ତୁତି ଚାଲିଥିଲା ସେତେବେଳେ ସେଠାରେ ତାଙ୍କ ପିତା ଉପସ୍ଥିତ ଥିଲେ | ସେ ସେଠାରେ ନିଜର ନିଶ୍ୱାସ ରୋକି ନିଜ ଝିଅକୁ ଜୀବିତ ଦେଖିବାର ଆଶାରେ ଠିଆ ହୋଇଥିଲେ |

ଏଡାଙ୍କୁ ବାହାରକୁ ବାହାର କରିବା ମାତ୍ରେ ତାଙ୍କ ପିତା ତାଙ୍କ ଗାଲକୁ ଚୁମ୍ବନ କରି ପକାଇଥିଲେ | ଏହା କୌଣସି ଚମତ୍କାରରୁ କମ ନଥିଲା ଯେ ଜଣେ ଚାରି ବର୍ଷର ପିଲା ୯୧ ଘଣ୍ଟା ଭଗ୍ନାବଶେଷ ଭିତରେ ଚାପି ହୋଇ ବିତାଇବା ପରେ ମଧ୍ୟ ମୃତ୍ୟୁକୁ ହରାଇ ଦେଇଥିଲା |

ଏଡା ନା କେବଳ ଜୀବିତ ଥିଲେ ବରଂ ସେ ଉଦ୍ଧାରକାରୀ ଦଳକୁ ଦେଖି ହସି ମଧ୍ୟ ଥିଲେ | ସେ କଥା ହେଉଥିଲେ | ତାଙ୍କୁ ଉଦ୍ଧାର କରିବା ପରେ ଉଦ୍ଧାରକାରୀ ଦଳରେ ଶାମିଲ ଜଣେ ବ୍ୟକ୍ତି ଟ୍ୱିଟ କରିଥିଲେ ଯେ ସେ ୯୧ ଘଣ୍ଟା ପରେ ଚମତ୍କାର ଦେଖିଛନ୍ତି |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *