ଜଣେ ବ୍ୟକ୍ତିଙ୍କର ପତ୍ନୀଙ୍କ ସହିତ ଫ୍ଲର୍ଟିଂ କରିବା ଦ୍ୱାରା ତାଙ୍କୁ ଏତେ ରାଗ ଆସିଗଲା ଯେ ସେ ତିନିଜଣ ଲୋକଙ୍କ ସହିତ ମିଶି ଫ୍ଲର୍ଟିଂ କରୁଥିବା ଲୋକଙ୍କର ମୁଣ୍ଡ ହିଁ କାଟିଦେଲେ | ଏହାପରେ ମୁଣ୍ଡକୁ ୪ କିଲୋମିଟର ଦୂରକୁ ନେଇଯାଇ ଫିଙ୍ଗି ଦେଇଥିଲେ | ଏହି ଚାଞ୍ଚଲ୍ୟକାରୀ ଘଟଣା ଉତ୍ତରପ୍ରଦେଶର ଦେବରିୟାର ଅଟେ |
ଉତ୍ତରପ୍ରଦେଶର ଦେବରିୟାରେ ମୁଣ୍ଡ କଟା ମୃତଦେହ ମିଳିବାର ଚାଞ୍ଚଲ୍ୟକାରୀ ଘଟଣା ପୋଲିସ ଖୁଲାସା କରି ଜଣେ ମହିଳାଙ୍କ ସମେତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି | ସମ୍ପୃକ୍ତ ଜଘନ୍ୟ ଘଟଣାରେ ଏହି ତଥ୍ୟ ସାମ୍ନାକୁ ଆସିଛି ଯେ ମୃତକ ଜଣକ ନିକୋଲସଙ୍କ ପତ୍ନୀଙ୍କ ସହିତ ଅସଦାଚରଣ କରିଥିଲେ ଯାହାର ବିରୋଧ କରିବାକୁ ଯାଇ ନିକୋଲସ ଅନ୍ୟ ଦୁଇ ସାଥୀଙ୍କ ସହିତ ମିଶି ମୃତକ ରାଜୁ ସ୍ଵଂସୀଙ୍କର ବେକ ବର୍ଚ୍ଛା ସାହାଯ୍ୟରେ ଅଲଗା କରିଦେଇଥିଲେ ଏବଂ ଶରୀରକୁ ଗୋଟିଏ ସ୍ଥାନରେ ଫିଙ୍ଗି ମୁଣ୍ଡକୁ ନେଇ ଚାରି କିଲୋମିଟର ଦୂରରେ ଫିଙ୍ଗି ଦେଇଥିଲେ |
ଏଥିରେ ନିକୋଲସଙ୍କ ପତ୍ନୀ ମଧ୍ୟ ସାକ୍ଷୀ ନଷ୍ଟ କରିବା ପାଇଁ ସହଯୋଗ କରିଥିଲେ | ପୋଲିସ ହତ୍ୟାରେ ବ୍ୟବହୃତ ବର୍ଚ୍ଛା, ଛୁରୀ, ରସି ଜବତ କରି ନେଇଛନ୍ତି | ଏହି ସମସ୍ତେ ଏକ କୁକୁଡ଼ା ଫାର୍ମରେ କାମ କରିଥାନ୍ତି ଏବଂ ରାଞ୍ଚିରେ ରୁହନ୍ତି |
ତଦନ୍ତରେ ଏହା ସାମ୍ନାକୁ ଆସିଛି ଯେ ମୃତକ ରାଜୁ ସ୍ଵଂସୀ ନିକୋଲସଙ୍କ ପତ୍ନୀଙ୍କ ସହିତ ଫ୍ଲର୍ଟିଂ କରିଥିଲେ ଏବଂ ଜବରଦସ୍ତି କରିବା ଦ୍ୱାରା ପତ୍ନୀ ବିରୋଧ କରିଥିଲେ | ନିକୋଲସଙ୍କୁ ସୂଚନା ମିଳିବା ପରେ ସେ ନିଜର ଅନ୍ୟ ଦୁଇ ବନ୍ଧୁଙ୍କ ସାଙ୍ଗରେ ମିଶି ଛୁରୀରେ ବେକ କାଟିବାକୁ ଚେଷ୍ଟା କରିଥିଲେ | ଛୁରୀରେ ବେକ ନାକଟିବାରୁ ବର୍ଚ୍ଛା ସାହାଯ୍ୟରେ କାଟି ଅଲଗା କରି ଦେଇଥିଲେ |
ସୂଚନାଯୋଗ୍ୟ ଯେ ରାମପୁର ଥାନା କାରଖାନାର ବରଇପୁର ମଂଗଲରାବ ମାଂଝରିୟା ଗାଁ ପାଖରେ ଜଣେ ଯୁବକଙ୍କ ମୁଣ୍ଡ କଟିଯାଇଥିବା ଶରୀର ଅର୍ଥାତ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା | ସୂଚନା ମିଳିବାରେ ପରେ ପୋଲିସ କୁକୁର ଟିମ ଶରୀରର ୪ କିଲୋମିଟର ଦୂର ବେଲବା ବଜାର ପକ୍ଷରେ ଆଖୁ କ୍ଷେତରେ କଟା ମୁଣ୍ଡଟିକୁ ଜବତ କରିଥିଲେ ଯାହାର ଚିହ୍ନଟ ରାଜୁ ସ୍ଵଂସୀ ରୂପରେ ହୋଇଥିଲା | ରାଜୁ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାର ଲାନ୍ତୁପର ବାସିନ୍ଦା ଥିଲେ |
ଏସପି ଡା. ଶ୍ରୀପତି ମିଶ୍ର କହିଥିଲେ ଯେ ୨ ନଭେମ୍ବର ଦିନ ଏକା ମୁଣ୍ଡ କଟା ଶରୀର ରାମପୁର କାରଖାନା ଥାନା ଅଞ୍ଚଳରେ ମିଳିଥିଲା | ବହୁତ ଖୋଜାଖୋଜି କରିବା ପରେ ମୁଣ୍ଡକୁ ଜବତ କରାଗଲା | ସନ୍ଧାନକାରୀ କୁକୁରଙ୍କ ସାହାଯ୍ୟରେ ଘଟଣାସ୍ଥଳରେ ସନ୍ଧାନ ମିଳି ଯାଇଥିଲା | ଏଥିରେ ଜଣେ ବ୍ୟକ୍ତି ଯିଏକି ରାଞ୍ଚିର ବାସିନ୍ଦା ଅଟନ୍ତି ସେ ୨ ତାରିଖ ଦିନ ଘଟଣାସ୍ଥଳକୁ ଆସିଥିଲେ | ଏଥିରେ ଯେଉଁ ଅଭିଯୁକ୍ତ ନିକୋଲସ ଏବଂ ଛୋଟେ ଅଛନ୍ତି, ସେମାନେ ଝାଡ଼ଖଣ୍ଡର ବାସିନ୍ଦା ଅଟନ୍ତି |
ତାଙ୍କ ପତ୍ନୀଙ୍କ ସହିତ ରାଜୁ ସ୍ଵଂସୀ ଅଭଦ୍ରତା କରିବାକୁ ଚେଷ୍ଟା କରିଥିଲେ ଏବଂ ବଦଳରେ ଏହି ଲୋକମାନେ ତାଙ୍କ ବେକ କାଟି ଶରୀରରୁ ମୁଣ୍ଡ ଅଲଗା କରି ବର୍ଚ୍ଛା ସାହାଯ୍ୟରେ ତାଙ୍କର ହତ୍ୟା କରି ଦେଇଥିଲେ ଆଉ ପୁଣି ଘଟଣାସ୍ଥଳରୁ ଦୂରକୁ ନେଇଯାଇ ମୁଣ୍ଡଟିକୁ ଫିଙ୍ଗି ଦେଇଥିଲେ | ଏଥିରେ ୪ ଜଣ ଅଭିଯୁକ୍ତଙ୍କର ଗିରଫଦାରୀ କରାଯାଇଛି, ତେବେ ଏମାନେ ସବୁ ଝାଡ଼ଖଣ୍ଡରେ ରୁହନ୍ତି ଏବଂ ଦେବରିୟାରେ ସ୍ଥାନୀୟ ରୂପରେ ଏକ ପଲେଟରି ଫାର୍ମରେ କାମ କରୁଥିଲେ |
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।