ହରିୟାଣାର ପାନିପତ ର ରସିପୁର ଗାଁ ରେ ସ୍ଵାମୀ ମାନସିକ ସ୍ତରରେ ଅସୁସ୍ଥ କହି ୩୫ ବର୍ଷର ସ୍ତ୍ରୀ କୁ ଦେଢ଼ ବର୍ଷ ହେଲା ଶୌଚାଳୟ ରେ ବନ୍ଦ କରି ରଖିଥିଲା। ମହିଳା ସର୍ଂକ୍ଷଣ ଏବଂ ବାଳ ବିଭାଗ ନିଷେଧ ଅଧିକାରୀ ସୋମବାର ଦିନ ଟିମ ସହିତ ଯାଇ ମହିଳା ଜଣକୁ ମୁକ୍ତ କରାଇଲେ। ମହିଳା ର ପୁରା ଶରୀର ରେ ମଳ ମୂତ୍ର ପଡ଼ିଥିଲା ଓ ତାର ଅବସ୍ଥା ଏତେ ଖରାପ ଥିଲା ଯେ ସେ ଉଠି କରି ଚାଲି ମଧ୍ୟ ପାରୁନଥିଲା। ଥାନା ସନୌଲି ପୋଲିସ ସ୍ଵାମୀ କୁ ଗିରଫ କରି ସାରିଛି, ତାଙ୍କୁ ପଚରା ଉଚରା କରାଯାଉଛି।
ମହିଳା ସଂରକ୍ଷଣ ଏବଂ ବାଳ ବିଭାଗ ନିଷେଧ ର ଅଧିକାରୀ ରଜନୀ ଗୁପ୍ତା କହିଲେ କି ମଙ୍ଗଳବାର ଦିନ ସକାଳେ ମିଳିଥିବା ସୂଚନାରେ ଗୋଟିଏ ଟିମ ଗଠନ କରାଗଲା ଓ ସନୌଲି ପୋଲିସ ଙ୍କ ସହ ରସିପୁର ଗାଁ ରେ ନରେଶ ର ଘରେ ଖୋଜାଖୋଜି କଲେ। ଘରେ ସ୍ଵାମୀ ନରେଶ ମିଳିଲା, ଯିଏ ପ୍ରଥମେ ଅବହେଳା କରୁଥିଲା କିନ୍ତୁ ଟିମ ପ୍ରଥମେ ମହଲା ରେ ପହଞ୍ଚିଥିଲା।
ଶୌଚାଳୟ ର ଚାବି ମାଗି ତାଲା ଖୋଲିଲେ। ଭିତରେ ତାଙ୍କ ସ୍ତ୍ରୀ ମିଳିଲା। ଯାହାର ଶରୀର ରେ ମଳ ମୂତ୍ର ପଡ଼ିଥିଲା। ଟିମ ତାକୁ ବାହାରକୁ ଆଣିବାକୁ ଚେଷ୍ଟା କରିବାରୁ ସେ ଉଠି ମଧ୍ୟ ପାରୁନଥିଲେ। ଶରୀରରେ ଖାଲି ହାଡ଼ର ଫ୍ରେମ ରହିଥିଲା। ସ୍ଵାମୀ ର କହିବା କଥା କି ସ୍ତ୍ରୀ ମାନସିକ ସ୍ତରରେ ଅସୁସ୍ଥ ଥିଲା, ତିନି ବର୍ଷ ହେଲା ତାର ଚିକିତ୍ସା ଚାଲିଥିଲା। ସେଥିରେ ବିରକ୍ତ ହୋଇ ରୁମ ରେ ବନ୍ଦ କରିଦେଲା।
ବାପା ଙ୍କ ସହିତ ଗୋଟେ ଝିଅ ଓ ଦୁଇଜଣ ପୁଅ ମଧ୍ୟ ଥିଲେ, କଲେ ନାହିଁ ବିରୋଧ:
ଅଧିକାରୀ କହିଲେ କି ମହିଳା ଙ୍କର ୧୭ ବର୍ଷ ପୂର୍ବରୁ ବିବାହ ହୋଇଥିଲା। ତାଙ୍କର ୧୫ ବର୍ଷର ଝିଅ ଅଛି। ଗୋଟେ ପୁଅ ୧୧ ବର୍ଷର ଓ ଆଉ ଗୋଟେ ପୁଅ ୧୩ ବର୍ଷର ଅଟେ। ଆଶ୍ଚର୍ଯ୍ୟର କଥା ଏହା କି ବାପା ତାଙ୍କ ସାମ୍ନାରେ ମାଆ କୁ ମାରୁଥିଲା। ଭୋକ ଉପାସରେ ଶୌଚାଳୟ ରେ ବନ୍ଦ କରି ରଖିଥିଲା କିନ୍ତୁ ସେମାନେ କେବେ ବିରୋଧ କଲେ ନାହିଁ ନା କେବେ କାହାକୁ ଅଭିଯୋଗ କଲେ।
ପୋଲିସ ମହିଳା ଏବଂ ବାଳ ସଂରକ୍ଷଣ ର ଅଧିକାରୀ ରଜନୀ ଗୁପ୍ତା ଙ୍କ ଅଭିଯୋଗ ରେ ସ୍ଵାମୀ ଙ୍କ ବିରୋଧରେ ୪୯୮ ଏ ଓ ୩୪୨ ର ଦଫା ଦର୍ଜ କରି ଦେଇଛନ୍ତି। ସ୍ଵାମୀ କୁ ଗିରଫ କରି ପଚରା ଉଚରା କରାଯାଉଛି। ବୁଧବାର ଦିନ ମହିଳା ମେଡିକାଲ ରେ ଚିକିତ୍ସିତ ହେବେ।
ଏହାକୁ ନେଇ ଆପଣଙ୍କ ମାତ ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।