ଟିଭିର କମେଡି ସୋ ‘ଦି କପିଲ ଶର୍ମା ସୋ’ ଛୋଟ ପରଦାର ସବୁଠାରୁ ବଡ ସୋ ଯାହା ବର୍ଷ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି । କେବଳ ହାସ୍ୟ ଅଭିନେତା କପିଲ ଶର୍ମା ନୁହଁନ୍ତି ବରଂ ସୋ’ର ପ୍ରତ୍ୟେକ ଚରିତ୍ର ମଧ୍ୟ ଲୋକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି । କିକୁ ଶାରଦା, କୃଷ୍ଣ ଅଭିଷେକ, ସୁମୋନା ଚାଟାର୍ଜୀ ଏବଂ ଚନ୍ଦନ କପିଲଙ୍କ ସହ ଯେତେବେଳେ ବି ମଞ୍ଚକୁ ଆସନ୍ତି, ସେତେବେଳେ ମାହୋଲ୍ ସୃଷ୍ଟି କରନ୍ତି ।କିନ୍ତୁ ଏମାନଙ୍କ ସତ୍ତ୍ୱେ ସୋ’ରେ ଜଣେ ଷ୍ଟାରଙ୍କୁ ସବୁବେଳେ ଦର୍ଶକ ମାନେ ମିସ୍ କରୁଛନ୍ତି । ଆଜ୍ଞା ହଁ, ଆମେ ସୁନୀଲ ଗ୍ରୋଭରଙ୍କ ବିଷୟରେ କହୁଛୁ ।
କପିଲଙ୍କ ସହ ଝଗଡା ପରେ ସୁନୀଲ ସୋ ଛାଡିଥାଇ ପାରନ୍ତି, କିନ୍ତୁ ଲୋକମାନେ ତାଙ୍କ ‘ଗୁଥୀ’ ଏବଂ ‘ଡକ୍ଟର ମସହୁର୍ ଗୁଲାଟି’ର ଚରିତ୍ରକୁ ଭୁଲି ନାହାଁନ୍ତି । ପ୍ରାୟତଃ ଦର୍ଶକମାନେ ସୁନୀଲଙ୍କୁ ସୋ’ରେ ଦେଖିବା ପାଇଁ ଦାବି କରିଥା’ନ୍ତି ।
ଏଭଳି ପରିସ୍ଥିତିରେ ପ୍ରଶଂସକଙ୍କ ଏହି ଚାହିଦା ପୂରଣ ହେବାକୁ ଯାଉଛି, କାରଣ ଅନେକ ସମୟ ପରେ ସୁନୀଲ ପୁଣି କପିଲଙ୍କ ସହ ଗୋଟିଏ ମଞ୍ଚକୁ ଫେରିପାରନ୍ତି । ଏକ ୱେବସାଇଟର ଖବର ଅନୁଯାୟୀ ସଲମାନ ଖାନ ସୁନୀଲ ଏବଂ କପିଲଙ୍କ ମଧ୍ୟରେ ଲଢେଇର ସମାଧାନରେ ଲାଗିଛନ୍ତି ।
ସୁନୀଲଙ୍କ ସହ ସଲମାନଙ୍କ ଭଲ ବନ୍ଧନ ଅଛି, ତେଣୁ ଶୋ’ର ପ୍ରଡ୍ୟୁସର ହୋଇଥିବା ଯୋଗୁଁ ସେ ଚାହୁଁଛନ୍ତି ଯେ ହାସ୍ୟ ଅଭିନେତା ପୁଣିଥରେ ସୋ’କୁ ଆସନ୍ତୁ । ନିର୍ମାତାମାନେ ମଧ୍ୟ ସୁନୀଲଙ୍କୁ ଫେରାଇ ଆଣିବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ଏବେ ଏହା ଦେଖିବାର ଅଛି ଯେ ସୁନୀଲ କ’ଣ ନିଷ୍ପତ୍ତି ନେଉଛନ୍ତି ଏବଂ ସଲମାନଙ୍କ କଠିନ ପରିଶ୍ରମ ସଫଳ ହେଉଛି କି ନାହିଁ ।
ଆପଣଙ୍କୁ କହିରଖୁଛୁ ଯେ ପ୍ରାୟ ଦୁଇ ବର୍ଷ ପୂର୍ବେ କପିଲ ଏବଂ ସୁନୀଲଙ୍କ ମଧ୍ୟରେ ଏକ ବିମାନରେ ଝଗଡା ହୋଇଥିଲା, ଏହା ପରେ ସୁନୀଲ କପିଲଙ୍କ ସୋ ଛାଡିଥିଲେ । ପରେ କପିଲ ତାଙ୍କ ନିକଟରେ କ୍ଷମା ମାଗି ତାଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ ।
କିନ୍ତୁ ସୁନୀଲ ଏଥିରେ ସହମତ ହୋଇନଥିଲେ । ତେବେ ଦୁହେଁ ଅନେକ ଥର ଅଫ୍ ସ୍କ୍ରିନ୍ ରେ ଭେଟିଥିଲେ, ଦୁହେଁ ମଧ୍ୟ ପରସ୍ପରକୁ ଅଭିବାଦନ ଜଣାଇଥିଲେ, କିନ୍ତୁ ଆଉ ଏକାଠି କାମ କରିନଥିଲେ ।
ବର୍ତ୍ତମାନ ଯଦି ସଲମାନଙ୍କ ପ୍ରୟାସ ସଫଳ ହୁଏ, ତେବେ ଦର୍ଶକ ଖୁବ୍ ଶୀଘ୍ର ସୁନୀଲ ଏବଂ କପିଲଙ୍କୁ ପୁଣି ଏକା ସାଥିରେ ଏକ ପରଦାରେ ଦେଖିବେ ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।