କୌନ ବନେଗା କରୋଡ ପତି ର ଶୁକ୍ରବାର କୁ ଆସୁଥିବା କର୍ମବୀର ଏପିସୋଡ ସମସ୍ତଙ୍କୁ ପ୍ରେରିତ କରୁଛି। ସମାଜ ରେ କିଛି ଭଲ କରିବାର ଶିକ୍ଷା ଦେଉଛି। ସେହି ଗୋଟିଏ ଏପିସୋଡ ରେ ପୁରା ଦେଶ ସହି ମହାନ ଲୋକଙ୍କୁ ଦେଖନ୍ତି। ସେମାନେ କେବଳ ସମାଜ ର ସେବା କରି ନାହଁନ୍ତି ଏହା ବ୍ୟତିତ କହାର ଜୀବନ କୁ ସବୁ ଦିନ ପାଇଁ ବଦଳେଇ ଦେଇଛନ୍ତି।
ଏହି ଶୁକ୍ରବାର କର୍ମବୀର ଏପିସୋଡ ରେ ପନ୍ହାଶ୍ରୀ ଫୁଲ ବାସନ ୟାଦବ ଆସିବାର ଅଛି। ଛତିସଗଡ ରେ ନିଜର କାମ ରେ ଲକ୍ଷ ଲକ୍ଷ ମହିଳାଙ୍କୁ ଆତ୍ମନିର୍ଭର ବନେଇ ଥିବା ଫୁଲ ବାସନ ୟାଦବ ଏବେ ଅମିତାବ ବଚ୍ଚନ ଙ୍କୁ ନିଜର ସଂର୍ଘଷ ବିଷୟ ରେ କହିବେ।
ଚ୍ୟାନଲ୍ ତରଫ ରୁ ଏପିସୋଡ ର କେତେ ପ୍ରୋମୋ ରିଲିଜ୍ କରାଯାଇଛି। ସେହି ଏପିସୋଡ ରେ ଫୁଲ ବାସନ ଙ୍କ ସହ ଆକ୍ଟ୍ରସେ ରେଣୁକା ଶହାଣେ ଙ୍କୁ ମଧ୍ୟ ଦେଖିବାକୁ ମିଳିବ। ସେ ସେହି ଗେମ ରେ ତାଙ୍କୁ ସାହାର୍ଯ୍ୟ କରିବେ।
ଫୁଲ ବାସନ ୟାଦବ ଙ୍କର କଥା କହିବାକୁ ଗଲେ ତାଙ୍କର ବିବାହ ଛୋଟ ବେଳୁ ହୋଇଯାଇଥିଲା। ତାଙ୍କୁ ବହୁତ ସମସ୍ୟା ର ସମ୍ମୁଖିନ ହେବାକୁ ପଡିଥିଲା। କିନ୍ତୁ ସେ ସହି ସମସ୍ୟାରେ ହାର ମାନି ନଥିଲେ। ସେ ତାଙ୍କ ଗାଁ ର ସବୁ ମହିଳାଙ୍କୁ ଏକାଠି କରି କଠିନ ପରିଶ୍ରମ ଆରମ୍ଭ କରିଦେଲେ। ଛତିସଗଡ ର ମା ବଲେମେସ୍ବରୀ ଜନହିତକାରୀ ସମିତି ର ଗଠନ କରି ଫୁଲ ବସନ ଲକ୍ଷ ଲକ୍ଷ ମହିଳାଙ୍କର ଜୀବନ ସବୁ ଦିନ ପାଇଁ ବଦଳେଇ ଦେଲେ।
ଫୁଲ ବାସନ ଙ୍କ ଅନୁସାରେ ଆରମ୍ଭ ସମୟ ରେ ସେ ସବୁ ମହିଳାଙ୍କ ଆତ୍ମନିର୍ଭର ହେବା ପାଇଁ ଏକ , ଦୁଇ ଟଙ୍କା ଜମା କରିବା ଦ୍ବାରା ଆରମ୍ଭ କରିଥିଲେ। ଏହା ପରେ ସେ ବ୍ୟାଙ୍କ ରୁ ଛୋଟ ଲୋନ ଦେଇଥିଲେ। ଏବଂ ତାକୁ ୧୧ ମାସ ରେ ସୁଝିବାର ଅଭ୍ୟାସ କଲେ। ଫୁଲ ବାସନ ମନୁଛନ୍ତି କି ଆରମ୍ଭ ରେ ଯେଉଁ ମହିଳା ଚାକର ହୋଇ କାମ କରୁଥିଲେ , ଏବେ ସେମାନେ ଅନ୍ୟ ପଟେ ମାଲିକ୍ ହୋଇ ଯାଇଛନ୍ତି।
କେବଳ ଭିକ ମାଗି ଜୀବନ କାଟୁଥିବା ଫୁଲ ବାସନ ୟାଦବ ଆଜି ୨୦୦ ଗାଁ ର ୨ ଲକ୍ଷ ମହିଳାଙ୍କୁ ଆତ୍ମନିର୍ଭର ବନେଇଛନ୍ତି। ତାଙ୍କ ଆଗରେ ରେଣୁକା ଶହାଣେ କହିଲେ କି ଆପଣ ମତେ ବି ପ୍ରରିତ କରିଛନ୍ତି। ମୁଁ ବି ସମାଜ ପାଇଁ କିଛି କରିବାକୁ ଚାହୁଁଚି।
କିନ୍ତୁ ସମୟ ସହିତ ଫୁଲ ବସନ ୟାଦବ ଙ୍କ ଏହି କଠିନତା ଭାରତ ସରକାର ଙ୍କ ନଜର କୁ ଆସିଲା। ତାଙ୍କ ନାମ ମହିଳା ସଶକ୍ତିକରଣ ସଂଘ ରେ ଯୋଡା ଗଲା। ସେ କେବଳ ସମାଜ ପାଇଁ ମିସାଲ ହୋଇଛନ୍ତି ତାହା ନୁହେଁ ଏହା ସହ ସେ ଲକ୍ଷ ଲକ୍ଷ ମହିଳାଙ୍କୁ ଆତ୍ମନିର୍ଭର କରିଛନ୍ତି। ପନ୍ହଶ୍ରୀ ଉପାଧି ଛଡା ତାଙ୍କୁ ଅନ୍ୟ ଉପାଧି ମଧ୍ୟ ମିଳିଛି।
ଫୁଲ ବାସନ ୟାଦବ ଙ୍କ ସଂସ୍ଥା ରେ ଯେତେ ବି ମହିଳା କାମ କରୁଛନ୍ତି , ସେମାନେ ବହୁତ ଗୋଲାପୀ ଶାଢି ପିନ୍ଧୁଛନ୍ତି। ଏହାର କାରଣ ସେ କହିଛନ୍ତି ଯେମିତି କଣ୍ଟା ଭିତରେ ଗୋଲାପ ଫୁଟି ଥାଏ ସେମିତି ହି ଏହି ମହିଳାଙ୍କର ଉତ୍ଥାନ ହୋଇଛି। ସେଇଠି ଗୋଲାପ ର ଯେଉଁ ପାଖୁଡା ଅଛି ସେ ଏହି ମହିଳା ଙ୍କ ସହ ସମାନ ଅଟେ। ଯିଏ ନିଜ କାମରେ ସାରା ସମାଜ କୁ ମହକଉଛି।
ଗୋଟିଏ ନ୍ୟୁଜ ପୋର୍ଟଲ ଇନ୍ଟ୍ରବ୍ୟୁ ରେ ଫୁଲ ବାସନ ୟାଦବ କହିଛନ୍ତି କି ସେ କେବିସି ରେ ଯିତି ବା ପଇସା ରେ ଗରିବ ଛୁଆ ଙ୍କୁ ପାଠ ପଢେଇବେ। ସେ ଏମିତି ଏକ ଆଶ୍ରମ ବନେଇବା ର ସ୍ବପ୍ନ ଦେଖୁଛନ୍ତି କି ଯେଉଁଠି ବିଧବା ଙ୍କୁ ରଖାଯିବ। ଯେଉଁଠି ତାଙ୍କୁ ସଶକ୍ତ ବନେଇବା ବାଟ ରେ କାମ କରାଯାଇ ପାରିବ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।