କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟଦଶୀ ତିଥିକୁ ଧନତରାସ ମନାଯାଇଥାଏ।ଏହି ବର୍ଷ ୧୩ ନଭେମ୍ବର କୁ ଧନତରାସ ପାଳନ କରାଯିବ। ଧନତରାସ ଦିନ ବାସନ, ସୁନା, ଚନ୍ଦୀ ଭଳି ଜିନିଷ କିଣିବାର ପ୍ରଥା ରହିଛି। ମନାଯାଏ କି ଧନତରାସ ଦିନ ବାସନ,ସୁନା ଏବଂ ଚାନ୍ଦି ଭଳି ଜିନିଷ କିଣିଲେ ଘରେ ମା ଲକ୍ଷ୍ମୀ ଙ୍କ ର ବାସ ହୋଇଥାଏ।ଏହା ବ୍ୟତିତ ଧନତରାସ ଦିନ ଧନୋନ୍ତରି ଏବଂ କୁବେର ଙ୍କ ପୂଜା କରାଯାଇଥାଏ।
ଧନତରାସ ୨୦୨୦ ର ପୂଜା ମୁହୂର୍ତ୍ତ।
ଏହି ବର୍ଷ କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ୧୨ ନଭେମ୍ବର ରାତି ୯.୩୦ ରେ ଆରମ୍ଭ ହେବ।ଯାହାକି ପରଦିନ ୧୩ ନଭେମ୍ବର ସନ୍ଧ୍ୟା ୫.୫୯ ପର୍ଯ୍ୟନ୍ତ ଚାଲିବ।ଏହି ବର୍ଷ ଧନତରାସ ର ପୂଜା କରିବା ପାଇଁ ଶୁଭ ବେଳ କେବଳ ୩୦ ମିନିଟ ପର୍ଯ୍ୟନ୍ତ ରହିଛି। ଯାହାକି ୫.୨୮ ମିନିଟ ରୁ ୫.୫୯ ମିନିଟ ପର୍ଯ୍ୟନ୍ତ ଅଛି। ଏଥି ପାଇଁ ଆପଣ ଏହି ସମୟରେ ପୂଜା କରି ପାରିବେ।
ଏହି ଭଳି କରନ୍ତୁ ପୂଜା।
ଧନତରାସ ର ଦେବତା ବୈଦ୍ଯ ବା ଆରୋଗ୍ୟ ର ଦେବତା ଧନୋନ୍ତରି ଏବଂ ଧନ ର ଦେବତା କୁବେର କୁ ପୂଜା କରାଯାଇଥାଏ।ଶାସ୍ତ୍ର ରେ ଧନୋନ୍ତରି ଙ୍କୁ ବିଷ୍ଣୁ ଙ୍କ ରୂପ ବୋଲି ମନାଯାଏ। ଏହାଙ୍କ ହାତରେ ଅମୃତ କଳସ ହୋଇଥାଏ ଯାହାକି ପିତ୍ତଳ ରେ ବନାଯାଇଥାଏ। ପ୍ରକୃତ ରେ ପିତ୍ତଳ ର ଧାତୁ ଏହି ଭଗବାନ ଙ୍କୁ ବହୁତ ପ୍ରିୟ ହୋଇଥାଏ।ଏଥି ପାଇଁ ଧନତରାସ ରେ ପିତ୍ତଳ ର ବାସନ କିଣା ଯାଇଥାଏ।ମନାଯାଇ ଥାଏ କି ଧନୋନ୍ତରି ପୂଜା କରିବା ଦ୍ୱାରା ରୋଗ ରୁ ରକ୍ଷା ହୋଇଥାଏ ପୁଣି କୁବେର ଙ୍କ ପୂଜା କରିବା ଦ୍ୱାରା ଧନ ଲାଭ ହୋଇଥାଏ।
ଦେବତା ଧନୋନ୍ତରି ଏବଂ ଧନ ର ଦେବତା କୁବେର ଙ୍କ ପୂଜା କରିବା ପାଇଁ ଆପଣ ଏମାନଙ୍କ ଫଟୋ କିମ୍ବା ମୂର୍ତ୍ତି କୁ ମନ୍ଦିର ରେ ରଖି ପାରିବେ। ପରେ ଏହା ପାଖରେ ପଞ୍ଚୋ ଟି ଦୀପ ଜାଳିଦେବେ। ଆପଣ ଯେଉଁ ବସ୍ତୁ କିଣିଥିବେ ତାକୁ ଏହାର ପାଖରେ ରଖିଦେବେ ଏବଂ ତା ସହିତ ଜଡ଼ିତ ମନ୍ତ୍ର କୁ ପାଠ କରିବେ। ପୂଜା କରୁଥିବା ସମୟରେ ଆପଣ ମିଠେଇ ର ଭୋଗ ମଧ୍ୟ ଲଗାଇ ପାରିବେ ଏବଂ ପୂଜା ଶେଷ ହେବା ପରେ ପ୍ରସାଦ କୁ ବାଣ୍ଟି ଦେବେ।
ଯମ ଙ୍କ ପାଖରେ ଜଳାନ୍ତୁ ଦୀପ
ଏହି ଦିନ ଯମ ଙ୍କ ପାଇଁ ଦୀପ ମଧ୍ୟ ଜଳା ଯାଇଥାଏ। ଏଥି ପାଇଁ ଧନତରାସ ଦିନ ସଂଧ୍ୟା ସମୟରେ ଘରର ବାହାରେ ଏକ ଦୀପ ଜାଳନ୍ତୁ ଏବଂ ଏହାକୁ ଯମ ଙ୍କ ନାମରେ ସମର୍ପଣ କରନ୍ତୁ। ମନା ଯାଇଥାଏ କି ଏହି ଦୀପ ଜାଳିବା ଦ୍ୱାରା ପରିବାର ଅକାଳ ମୃତ୍ୟୁ ରୁ ରକ୍ଷା ହୋଇଥାଏ।
ଯମ ଦୀପ ଜଳାଇ ବାରେ ଏକ କଥା ଜଡ଼ିତ ଅଛି। ହଂସ ରାଜ ନାମକ ଏକ ପ୍ରତାପୀ ରାଜା ଥିଲେ। ତାଙ୍କର ଜଣେ ମିତ୍ର ଥିଲେ ଯାହାଙ୍କ ନାମ ହେମ ରାଜ। ଗୋଟେ ଦିନ ହେମ ରାଜ ଙ୍କ ର ଏକ ପୁତ୍ର ହେଲା। ପୁତ୍ର ହୋଇ ଥିବାରୁ ସେ ବିଶାଳ ପୂଜା ରଖିଲେ, ଯେଉଁଥିରେ ହଂସ ରାଜ ଙ୍କୁ ମଧ୍ୟ ଡାକିଥିଲେ।ଏହି ପୂଜା ସମୟରେ ଜଣେ ଦେବୀ ପ୍ରକଟ ହୋଇଥିଲେ। ଏବଂ ସେ ଭବିଷ୍ୟ ବାଣୀ କଲେ କି ଆପଣଙ୍କ ପୁତ୍ର ର ମୃତ୍ୟୁ ତା ବିବାହ ର ଚତୁର୍ଥ ଦିନ ହିଁ ହେଇଯିବ।ଏହି ଭବିଷ୍ୟ ବାଣୀ ଶୁଣିକି ହେମ ରାଜ ବହୁତ ଦୁଃଖିତ ହୋଇଥିଲେ।
ନିଜର ସାଙ୍ଗକୁ ଦୁଃଖ ରେ ଦେଖି ହଂସ ରାଜ କହିଲେ କି ମିତ୍ର ତୁମେ ଚିନ୍ତା କର ନାହିଁ।ତୁମ ପୁତ୍ର ର ରକ୍ଷା ମୁଁ କରିବି।ହଂସ ରାଜ ଯମୁନା ନଦୀ କୂଳରେ ଏକ ଘର ତିଆରି କଲେ ଏବଂ ତା ମଧ୍ୟ ରେ ରାଜକୁମାର ଙ୍କୁ ରଖିଥିଲେ।ଧୀରେ ଧୀରେ ରାଜକୁମାର ଯୁବକ ହେଲେ ଏବଂ ତାଙ୍କ ବାହାଘର ର ସମୟ ମଧ୍ୟ ହୋଇଗଲା।ରାଜକୁମାର ଙ୍କ ପାଇଁ ଏକ ସୁନ୍ଦର ଝିଅ ଖୋଜା ଗଲା।ଯାହା ସହିତ ତାଙ୍କ ବିବାହ କରାଇ ଦିଆଗଲା। ବାହାଘର ର ଠିକ ଚତୁର୍ଥ ଦିନ ଯମ ରାଜ ରାଜକୁମାର ଙ୍କ ପ୍ରାଣ ନେବା ପାଇଁ ଆସିଥିଲେ।କିନ୍ତୁ ରାଜକୁମାରୀ ରାଜକୁମାର ଙ୍କ ଘରକୁ ସୁନା ଚାନ୍ଦୀ ରେ ସଜେଇ ଦେଇଥିଲେ ଘର ବାହାରେ ବହୁତ ଦୀପ ଜାଳି ଦେଇଥିଲେ।ଏହି ଦୀପ ର ଜ୍ୟୋତି କୁ ଦେଖି ଯମ ରାଜ ଘର ଭିତରକୁ ପ୍ରବେଶ କରିପାରି ନଥିଲେ।ଏଭଳି ଭାବରେ ରାଜକୁମାର ଙ୍କ ପ୍ରାଣ ବଞ୍ଚି ଯାଇଥିଲା।ସେବେ ଠାରୁ ଧନତରାସ ଦିନ ଘର ବାହାରେ ଦୀପ ଜଳାଇ ବାର ପ୍ରଥା ଚାଲି ଆସୁଛି।
ଏଥି ପାଇଁ ଏହି ପର୍ବ ଦିନ ବସ୍ତୁ କିଣିବା ବ୍ୟତିତ ସଂଧ୍ୟା ସମୟରେ ପୂଜା ପରେ ଘରର ମୁଖ୍ୟ କବାଟ ପାଖରେ ଦୀପ ଜଳା ଯାଇଥାଏ।