ହମୀରପୁର ଜିଲ୍ଲାରେ ମାନବିକତାକୁ ଲଜ୍ଜିତ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଘରର ଭଡା ନଦେଇପାରିବା କାରଣରୁ ଘର ମାଲିକ କିଛି ମିହିଳା ଏକ ସାଙ୍ଗରେ ମିଶି ବିଧବା ଜଣଙ୍କୁ ଗଛରେ ବାନ୍ଧି ପିଟିଥିଲେ।
ଉତ୍ତରପ୍ରଦେଶର ହମୀରପୁର ଜିଲ୍ଲାରେ ମାନବିକତାକୁ ଲଜ୍ଜିତ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଘରର ଭଡା ନଦେଇପାରିବା କାରଣରୁ ଘର ମାଲିକ କିଛି ମିହିଳା ଏକ ସାଙ୍ଗରେ ମିଶି ବିଧବା ଜଣଙ୍କୁ ଗଛରେ ବାନ୍ଧି ପିଟିଥିଲେ। କେବଳ ଏତିକି ନୁହେଁ ବିଧବାଙ୍କର ସମସ୍ତଙ୍କର ଜିନିଷ ପତ୍ର ମଧ୍ୟ ଘରୁ ବାହାରକୁ ଫିଙ୍ଗି ଦେଇଥିଲେ।
ଏହି ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ ବିଧବା ଜଣଙ୍କୁ ଉଦ୍ଧାର କରିଥିଲେ ଏବଂ ଆରୋପୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଥିଲେ। ହମୀରପୁରର ଜିଲ୍ଲା ତାଲାବ ଅଞ୍ଚଳରେ ରହୁଥିବା ଶୋଭା ଦେବୀଙ୍କ ସ୍ୱାମୀ ଅନେକ ବର୍ଷ ପୂର୍ବେ ମରିଯାଇଛନ୍ତି। ସେ ଭାଗୀରଥ ପ୍ରଜାପତିଙ୍କ ଘରେ ଭଡାରେ ରହୁଥିଲେ। ମଜୁରୀ ଖଟୁଥିବା ଶୋଭା ଦେବୀ କରୋନା ସମୟରେ କାମ କରବାକୁ ନମିଳିବାରୁ ଅନେକ ମାସ ପର୍ଯ୍ୟନ୍ତ ସେ ଘରଭଡ଼ା ଦେଇପାରୁ ନଥିଲେ।
ଭଡା ନମିଳିବାରୁ କ୍ରୋଧିତ ଘର ମାଲିକ କିଛି ମହିଳାଙ୍କୁ ସାଙ୍ଗରେ ନେଇ ଶୋଭା ଦେବୀଙ୍କୁ ଜବରଦସ୍ତ ଘରୁ ବାହାରକରି ଗଛରେ ବାନ୍ଧି ଦେଇଥିଲେ। ଶୋଭା ଦେବୀଙ୍କ ସମସ୍ତ ଜିନିଷପତ୍ର ମଧ୍ୟ ଘରୁ ବାହାରକୁ ଫୋପାଡ଼ି ଦେଇଥିଲେ। ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଶୋଭା ଦେବୀଙ୍କୁ ଉଦ୍ଧାର କରିଥିଲେ।
ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।