କୁକୁର ସହିତ ଶୌଚାଳୟରେ ବନ୍ଦି ହୋଇଥିଲା ଚିତାବାଘ, ସାତ ଘଣ୍ଟା ପର୍ଯ୍ୟନ୍ତ ଚାଲିଲା ଉଦ୍ଧାର

କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲାରୁ ଏକ ଏମିତି ବିଚିତ୍ର ଘଟଣା ସାମ୍ନାକୁ ଆସିଛି ଯେଉଁଠାର ଏକ ଗାଁରେ ଏକ କୁକୁର ଏବଂ ଚିତାବାଘ ପାଖାପାଖି ସାତଘଣ୍ଟା ପର୍ଯ୍ୟନ୍ତ ଏକ ଶୌଚାଳୟ ଭିତରେ ବନ୍ଦ ହୋଇଥିଲେ। ସାତଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ଉଦ୍ଧାର କାର୍ଯକ୍ରମ। ଅଭିଯାନ ପରେ ଦୁଇଜଣଙ୍କୁ ଶୌଚାଳୟରୁ ବାହାରକୁ ବାହାର କରାଗଲା।

ବାସ୍ତବରେ, ଏହି ଘଟଣା ଦକ୍ଷିଣ କନ୍ନଡ଼ର ଏକ ଗାଁର ଅଟେ, ଏଠାରେ ସକାଳୁ-ସକାଳୁ ଏକ ଚିତାବାଘ କୁକୁରର ପିଛା କରୁଥିଲା ଏବଂ ଦୁଇଜଣ ଯାକ ଏକ ଶୌଚାଳୟରେ ପଶି ଯାଇଥିଲେ। ସେମାନଙ୍କ ଗର୍ଜନ ଶୁଣି ଲୋକମାନେ ଯେତେବେଳେ ଦେଖିଲେ ତ ସେମାନଙ୍କର ହୋଶ ଉଡି ଯାଇଥିଲା। ଶୌଚାଳୟକୁ ବାହାରୁ ବନ୍ଦକରି ସଙ୍ଗେସଙ୍ଗେ ପୋଲିସ ଏବଂ ବନବିଭାଗର ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ।

ବନ ବିଭାଗର ଜଣେ ଅଧିକାରୀଙ୍କ ମୁତାବକ, ଶୌଚାଳୟ ଭିତରେ କୁକୁର ଏବଂ ଚିତାବାଘକୁ ଦେଖି ଲୋକମାନେ ତାଙ୍କୁ ବନ୍ଦ କରି ଦେଇଥିଲେ। ବିଭାଗର କର୍ମଚାରୀ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚି ଥିଲେ ତ ଦୁଇଜଣଙ୍କୁ ଉଦ୍ଧାର କରିବାର ଅଭିଯାନ ଆରମ୍ଭ କରିଥିଲେ। ଶୌଚାଳୟ ବାହାରେ ଏକ ପିଞ୍ଜରା ରଖା ଯାଇଥିଲା ଏବଂ ଆଉ ଚାରୋଟି ଜାଲ ବିଛା ଯାଇଥିଲା। ପଶୁ ଡାକ୍ତରଙ୍କୁ ମଧ୍ୟ ଡକା ଯାଇଥିଲା।

ସେହି ସମୟର ପାଖାପାଖି ଦୁଇଟାରେ ଚିତାବାଘ କୁକୁରକୁ ନମାରି ଶୌଚାଳୟରୁ ବାହାରକୁ ନିଜେ ବାହାରି ଆସିଥିଲା, ଏହାପରେ କୁକୁର ମଧ୍ୟ ଶୌଚାଳୟରୁ ବାହାରକୁ ବାହାରି ପଡ଼ିଥିଲା। ଏହି ଘଟଣାର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଶୌଚାଳୟରେ ଥିବା ଏକ ଝରକାରେ ଏହି ଫଟୋକୁ କ୍ଲିକ କରାଯାଇଥିଲା।

Leave a Reply

Your email address will not be published. Required fields are marked *