ଗତ ଦଶନ୍ଧି ଧରି ଜଙ୍ଗଲରେ ରହି ଆସୁଛନ୍ତି ଦୁନିଆର ସବୁଠୁ ଏକୁଟିଆ ମହିଳା, ବର୍ତ୍ତମାନ ଏହି ବ୍ୟବସାୟୀ ଜଣକ ତାଙ୍କ ପାଇଁ ନିର୍ମାଣ କରୁଛନ୍ତି ଘର

ଏକୁଟିଆ ସମ୍ପୂର୍ଣ୍ଣ ଜୀବନ ବିତାଇବା କୌଣସି ମନୁଷ୍ୟ ପାଇଁ ସବୁଠୁ କଠିନ କାମ ମଧ୍ୟରୁ ଗୋଟିଏ ଅଟେ, କିନ୍ତୁ ସାଇବେରିଆର ଏକ ଜଙ୍ଗଲରେ ୭୬ ବର୍ଷୀୟ ଜଣେ ମହିଳା ଏକୁଟିଆ ରୁହନ୍ତି | ମହିଳାଙ୍କର ଜନ୍ମ ପରଠାରୁ ହିଁ ଏହି ଜଙ୍ଗଲରେ ଏକୁଟିଆ ହିଁ ରହୁଥିଲେ | ସେ ଦୁନିଆର ସବୁଠୁ ଏକୁଟିଆ ମହିଳା ଅଟନ୍ତି, ତାଙ୍କର କୌଣସି ସମ୍ପର୍କୀୟ କିମ୍ବା ପରିବାରବର୍ଗ ନାହାନ୍ତି |

ମହିଳାଙ୍କ ବିଷୟରେ ଜାଣିବା ପରେ ଜଣେ ଆରବପତି ବ୍ୟବସାୟୀ ତାଙ୍କ ସାହାଯ୍ୟ କରିଛନ୍ତି ଯାହାପରେ ବର୍ତ୍ତମାନ ସାଇବେରିଆରେ ହିଁ ତାଙ୍କର ଏକ ନୂତନ ଘର ତିଆରି କରାଯାଉଛି | ତେବେ ଏହି ଘର ମଧ୍ୟ ସହର ଅଞ୍ଚଳରୁ ଶହ ଶହ ମାଇଲ ଦୂରରେ ଅବସ୍ଥିତ |

ଦୁନିଆର ଏହି ଏକୁଟିଆ ମହିଳା ଜଣଙ୍କର ବୟସ ୭୬ ବର୍ଷ ଅଟେ ଏବଂ ତାଙ୍କ ନାମ ଆଗାଫ୍ୟା ଅଟେ | ତାଙ୍କୁ ସାହାଯ୍ୟ କରିଛନ୍ତି ରୁଷର ଆଲୁମିନିୟମ ବ୍ୟବସାୟ ସହ ଜଡିତ ବଡ ବ୍ୟବସାୟୀ ଓଲେଗ ଡେରିପସ୍କା ଯିଏକି ତାଙ୍କ ଘର ତିଆରି କରିବାର ସମସ୍ତ ଖର୍ଚ୍ଚ ଉଠାଉଛନ୍ତି |

ରିପୋର୍ଟ ମୁତାବକ ଷ୍ଟାଲିନଙ୍କର ଶାସନ କାଳରେ ଧାର୍ମିକ ଉତ୍ପୀଡ଼ନରୁ ରକ୍ଷା ପାଇବା ପାଇଁ ଆଗାଫ୍ୟାଙ୍କ ପରିବାର ୧୯୩୬ ମସିହାରେ ପଳାଇଯାଇ ଜଙ୍ଗଲରେ ପହଞ୍ଚି ଯାଇଥିଲେ | ଆଗାଫ୍ୟାଙ୍କ ଜନ୍ମ ସେହି ସମୟରେ ଜଙ୍ଗଲରେ ହୋଇଥିଲା | ଦୀର୍ଘ ସମୟ ଧରି ଜଙ୍ଗଲରେ ରହିଥିବା ମହିଳା ଆଗାଫ୍ୟା ବର୍ତ୍ତମାନ ନିଜ ଘର ନିର୍ମାଣ ହେବା ପରେ ସେଠାକୁ ସ୍ଥାନାନ୍ତରଣ ହେବା ପାଇଁ ପ୍ରସ୍ତୁତି କରୁଛନ୍ତି | ସେ ଲୋକଙ୍କୁ ନିବେଦନ କରିଛନ୍ତି ଯେ କେହି ଆସି ତାଙ୍କ ସହିତ ରୁହନ୍ତୁ କାରଣ ସେ ଆଉ ଏକୁଟିଆ ରହିବାକୁ ଚାହୁଁନାହାନ୍ତି |

ଏହି ମହିଳା ଜଣକ ନିଜର ଅଧିକାଂଶ ଜୀବନ କୃଷକ ଭାବରେ ଏହି ଜଙ୍ଗଲରେ ବିତାଇଛନ୍ତି ଏବଂ ନିଜର ଭୋଜନ ପାଇଁ ନିଜେ ହିଁ ଚାଷ କରିଥାନ୍ତି | କିନ୍ତୁ ବର୍ତ୍ତମାନ ବୟସ ବଢି ଯିବା ପରେ ସ୍ୱାସ୍ଥ୍ୟ କାରଣରୁ ତାଙ୍କ ପାଇଁ ଜଙ୍ଗଲରେ ରହିବା ସୁରକ୍ଷିତ ନୁହେଁ | ସୂଚନାଯୋଗ୍ୟ ଯେ ମହିଳା ଜଣକ ସହରରେ ତିଆରି ଘରେ ରହିବାକୁ ମନା କରିଦେଇଥିଲେ ଯାହାପରେ ତାଙ୍କ ପାଇଁ ସହର ଠାରୁ ଶହ ଶହ କିଲୋମିଟର ଦୂରରେ ଏକ ଘର ନିର୍ମାଣ କରାଯାଉଛି |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *