ପ୍ରେମିକାର ଶୟନକକ୍ଷରେ ଶୋଇ ଶୋଇ ପ୍ରେମିକ କମାଇ ନେଲା ୧୦ ଆରବ ଟଙ୍କା , ଆଶ୍ଚର୍ଯ୍ୟ ହୋଇଗଲା ଦୁନିଆଁ

ସାରା ଦୁନିଆଁରେ ବର୍ତ୍ତମାନ ସମୟରେ ଏଭଳି ଜଣେ ଆରବପତିଙ୍କର ଚର୍ଚ୍ଚା ଚାଲିଛି , ଯିଏ ନିଜ ପ୍ରେମିକାର ଶଯନକକ୍ଷରେ ଶୋଇ ଶୋଇ ୧୦ ଆରବ ଟଙ୍କା କମାଇ ନେଇଛନ୍ତି । ଇଂଲଣ୍ଡର ଏହି ଆରବପତିଙ୍କ ବିଷୟରେ ସାରା ଦୁନିଆଁ ଜାଣିବା ପାଇଁ ଏତେ ବ୍ୟସ୍ତ ହୋଇପଡିଛି କି କିପରି ଏହି ବ୍ୟକ୍ତି ଜଣକ ପ୍ରେମିକାର ଶୟନକକ୍ଷରେ ଶୋଇ ଶୋଇ ୧୦ ଆରବ ଟଙ୍କା କମାଇଛନ୍ତି । ତେବେ ଏହି ବ୍ୟକ୍ତି ଜଣକ ଏତେ ଟଙ୍କା କିପରି କମାଇଲେ ଆସନ୍ତୁ ସେ ବିଷୟରେ ଜାଣିବା ।

ଆପ ତିଆରି ରାତାରାତି ହୋଇଗଲେ ଆରବପତି:-

ଇଂଲଣ୍ଡର ଏହି ବ୍ୟକ୍ତିଙ୍କର ନାମ ଜୋନୀ ବପଫାରହାଟ ଅଟେ ।ବାସ୍ତବରେ ଏତେ ଟଙ୍କା ଜୋନୀ ଏକ ଭିଡିଓ କନଫୋରେସିଂ ମାଧ୍ୟମରେ କମାଇଛନ୍ତି । ଇଂଲଣ୍ଡର ଧନୀ ଧନୀ ଯୁବକ ମାନଙ୍କ ମଧ୍ୟରେ ଜୋନୀଙ୍କର ଗଣତି ହୋଇଥାଏ ।୨୦୨୦ ମସିହାରେ ସାରା ଦୁନିଆଁରେ କରୋନା କାରଣରୁ ଲକଡାଉନ ଥିବା ବେଳେ ପ୍ରାୟତଃ ଲୋକ ଘରୁ ହିଁ କାମ କରୁଥିଲେ । ଏହାକୁ ଦେଖି ଜୋନୀ ନିଜ ପ୍ରେମିକାଙ୍କ ଶୟନକକ୍ଷରେ ଶୋଇ ଏକ ଭିଡିଓ କନଫୋରେସିଂ ଆପ ତିଆରି କରିଥିଲେ ।

ଏହି ଆପ ପାଇଁ ଜୋନୀ ସର୍ବପ୍ରଥମେ ଟଙ୍କା ଏକାଠି କରିଥିଲେ । ତାପରେ ଏହାକୁ ତିଆରି କରିବା ମାତ୍ରେ ହିଁ ବହୁତ ଟଙ୍କା ରୋଜଗାର କରିଥିଲେ । ମେନଚେଷ୍ଟର ବିଶ୍ୱବିଦ୍ୟାଳୟରୁ ଜୋନୀ ସ୍ନାତକତ୍ତୋର ଅଟନ୍ତି । ୨୦୧୮ ମସିହାରେ ତାଙ୍କର ଆପ ବିଷୟରେ ଧାରଣା ଆସିଥିଲା କିନ୍ତୁ ସେହି ସମୟରେ ତାଙ୍କ ପାଖରେ ଟଙ୍କା ନଥିଲା । ୨୦୧୮ ମସିହାରେ ନିଜ ପ୍ରେମିକାଙ୍କ ଶୟନକକ୍ଷରେ ଶୋଇ ଶୋଇ ସେ କୋଡିଙ୍ଗ କରିଥିଲେ । ତେବେ କହିରଖୁଛୁ କି ଏହା ଜୁମ ଭିଡିଓ କଲ ଭଳି ଅଟେ । ଏହା ମାଧ୍ୟମରେ ଲାଇଭ ଭିଡିଓ କଲ କରାଯାଇପାରିବ ।

ଏହି ଆପକୁ ୫୦ ଲକ୍ଷରୁ ଅଧିକ ଲୋକ ବ୍ୟବହାର କରନ୍ତି । ଏହା ଲଞ୍ଚ ହେବା ବର୍ଷରେ ହିଁ ୫୦ ଲକ୍ଷରୁ ଅଧିକ ଲୋକ ଏହାକୁ ବ୍ୟବହାର କରିବାକୁ ଲାଗିଛନ୍ତି । ଏହାଦ୍ବାରା ଆପ ର ମୂଲ୍ୟ ୪ ଖରବ ୧୨ ଆରବ ୪୬ କୋଟି ୭୯ ଲକ୍ଷ ୫୭ ହଜାରରୁ ଅଧିକ ହୋଇସାରିଛି । ଏହି ଆପକୁ ତିଆରି କରି ସାରିବା ପରେ ଜୋନୀଙ୍କର ଗଣତି ଧନୀ ତାଲିକାରେ ୧୧୩ ନମ୍ବରରେ ରହିଛି । ନିକଟରେ ଏହି ଆପ ମାଧ୍ୟମରେ ଜୋନୀ ୧୦ ଆରବ ଟଙ୍କା ରୋଜଗାର କରିଛନ୍ତି । ବାସ୍ତବରେ କମ୍ପାନୀର କିଛି ଷ୍ଟୋକକୁ ସେ ବିକ୍ରି କରିଛନ୍ତି ।

Leave a Reply

Your email address will not be published. Required fields are marked *