ଅନଲାଇନ ଶପିଙ୍ଗରେ ବହୁତ ଲାଭ ହୋଇଥାଏ। ଏକରେ ତ ଆପଣ ଘରେ ବସି ପ୍ରଡକ୍ଟକୁ ପାଇ ପାରନ୍ତି। ଦ୍ଵିତୀୟରେ ଯଦି ଆପଣ ଅନଲାଇନରେ କୈାଣସି ବସ୍ତୁ କିଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି, ତାହେଲେ ଯିଏ ପ୍ରଡକ୍ଟକୁ ପ୍ରଥମେ କିଣିଛନ୍ତି, ତାଙ୍କ ମତକୁ ପଢି ଅନୁମାନ ଲଗାଇ ପାରନ୍ତି କି ପ୍ରଡକ୍ଟଟି କେମିତି ହୋଇଥାଏ? କିନ୍ତୁ କେତେଥର ମତରେ ଲେଖା ହୋଇଥିବା କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରି ଦେଇଥାଏ? ଏମିତି ହିଁ ଏକ ଘଟଣା ଆଜିକା ଦିନରେ ଶୋଶିଆଲ ମିଡ଼ିଆରେ ଟ୍ରେଣ୍ଡରେ ରହିଛି। ଶପିଙ୍ଗ ୱେବସାଇଟ ଆମାଜନରେ ଜଣେ ବ୍ୟକ୍ତି ଗାଇ ଗୋବରର ଘଷିକୁ କେକ ଭାବି କିଣି ନେଇଥିଲେ। ଘଟଣା ତ ଏହା ହୋଇଥିଲା କି ଏହି ବ୍ୟକ୍ତି ନା କେବଳ ଘଷି ଖାଇଥିଲେ, ବରଂ ଏହାର ସ୍ୱାଦ ମଧ୍ୟ କମେଣ୍ଟରେ ଲେଖିଥିଲେ। ଭୁଲି ପାରିବେ ନାହିଁ ‘କେକ’ର ସ୍ୱାଦ..
ଶୋଶିଆଲ ମିଡ଼ିଆରେ ଏକ ବ୍ୟକ୍ତିଙ୍କ ଦ୍ଵାରା ଗାଇର ଗୋବରରୁ ପ୍ରସ୍ତୁତ ଘଷି ସ୍ୱାଦର କମେଣ୍ଟ ଭାଇରାଲ ହେଉଛି। ବ୍ୟକ୍ତି ଘଷିକୁ ଖାଇଥିଲେ ଏବଂ ଦୁନିଆକୁ ଜଣାଇଥିଲେ କି ଏହାର ସ୍ଵାଦ କେମିତି ଅଟେ?
ରିପୋର୍ଟ ମୁତାବକ ସଞ୍ଜୟ ଅରୋଡା ନାମ ଏକ ଟୁଇଟର ୟୁଜର ଏହି କମେଣ୍ଟକୁ ସବୁଠାରୁ ପ୍ରଥମେ ପଢିଥିଲେ। ତାଙ୍କର ଅନଲାଇନରେ ଘଷି କିଣିବାର ଥିଲା। ଏଥିପାଇଁ ସେ ଆମାଜନରେ ଲଗଇନ କରିଥିଲେ।
ସେ ଆମାଜନରେ ଘଷି କିଣିବା ପୂର୍ବରୁ ତାର କମେଣ୍ଟ ପଢୁଥିଲେ ତ ଏକ କମେଣ୍ଟ ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା। ଏହି କମେଣ୍ଟରେ ଘଷିର ସ୍ଵାଦ ଲେଖା ହୋଇଥିଲା। ବ୍ୟକ୍ତି ଲେଖିଥିଲେ କି ତାଙ୍କୁ ଘଷିର ସ୍ଵାଦ ପସନ୍ଦ ଆସି ନଥିଲା।
ଏହି ବ୍ୟକ୍ତି ଘଷିକୁ କେକ ଭାବି ଅର୍ଡର କରିଥିଲେ। ଏଥିରେ ଯେତେବେଳେ ଘଷି ଡେଲିଭରୀ ହୋଇଥିଲା,ତ ବ୍ୟକ୍ତି ଏହାକୁ ମଧ୍ୟ ସଙ୍ଗେସଙ୍ଗେ ଖାଇଦେଇଥିଲେ। ଏହାର ସ୍ୱାଦ ଜଣାଇବା ପାଇଁ ସେ ଲେଖିଥିଲେ କି ଏମିତି ଲାଗୁଥିଲା ଯେମିତି ସେ ଘାସ ଖାଉଥିଲେ।
ଏହା ସହିତ ସେ ଘଷି ବନଉଥିବା କଂପାନୀକୁ କହିଥିଲେ କି ଏହାକୁ ଟିକେ କଅଁଳିଆ କରି ତିଆରି କରନ୍ତୁ। ମୁଁ ଯେଉଁ କେକଟା ଆଣିଥିଲି ସେଇଟା ବହୁତ କଠିନ ଥିଲା। ତାଙ୍କୁ ଏହାର ସ୍ଵାଦ ଆବର୍ଜନା ଭଳି ଲାଗୁଥିଲା। ଏହା ସହିତ ସ୍ଵାଦରେ ଏହା ବହୁତ ଫିକା ଥିଲା।
ଏହି କମେଣ୍ଟକୁ ପଢିବା ପରେ ସଞ୍ଜୟ ଅରୋଡା ଏହାର ସ୍କ୍ରିନସଟ ନିଜ ଟୁଇଟର ହ୍ୟାଣ୍ଡଲରେ ଶେୟାର କରିଥିଲେ ଯେଉଁଠାରୁ ଏହା ଭାଇରାଲ ହୋଇଯାଇଥିଲା। ସ୍କ୍ରିନସଟ ସହିତ ସେ କ୍ୟାପଶନ ଦେଇଥିଲେ-ଏହା ହେଉଛି ମୋ ଭାରତ, ମୁଁ ନିଜ ଭାରତକୁ ବହୁତ ଭଲ ପାଏ।
ଲୋକମାନେ ଏହି କମେଣ୍ଟକୁ ପଢି ନିଜ ହସକୁ ରୋକି ପାରି ନଥିଲେ। ଲୋକମାନେ ଏହି ବ୍ୟକ୍ତିକୁ ଦୁନିଆର ସବୁଠାରୁ ବଡ ବୋକା ବୋଲି ଘୋଷଣା କରିଥିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।