କାହାର ଭାଗ୍ୟ କେତେବେଳେ ବଦଳି ଯିବ ଏହା କେହି ଜାଣି ନଥାନ୍ତି। ଭାଗ୍ୟ ଦେଖୁ ଦେଖୁ ବଦଳି ଯାଏ। ଏମିତି କେତେ କାହାଣୀ ଆପଣଙ୍କୁ ଶୁଣିବାକୁ ମିଳିଥିବ, ଯେଉଁଥିରେ ଭାଗ୍ୟର ଏହି ଖେଳ ଲୋକମାନଙ୍କୁ ଚକିତ କରି ଦେଇଥାଏ। ଭାଗ୍ୟ ବଦଳିବାର ଏମିତି ଏକ ଘଟଣା ନାର୍ଦର୍ନ ଆୟରଲ୍ୟାଣ୍ଡ ରୁ ସାମ୍ନାକୁ ଆସିଛି, ଯେଉଁଠି ସଡ଼କ ଉପରେ ବହୁ ବେଗରେ ଯାଉଥିବା ଏକ ଟ୍ରକ ରୁ କଳାର ପ୍ଲାଷ୍ଟିକ ରେ ବନ୍ଧା ଶୁଖିଲା ଘାସ ଭରା ହୋଇଥିବା କିଛି ବ୍ୟାଗ ପଡିଗଲା।
ତାକୁ ଉଠେଇବାକୁ ଯାଇଥିବା ବ୍ୟକ୍ତି କୁ ଲାଗିଲା କି ସେ ସଡ଼କ ରୁ ଅଳିଆ ସଫା କରୁଛି। କିନ୍ତୁ ସତରେ ସେଥିରେ ଥିଲା କୋଟି କୋଟି ଟଙ୍କାର ଡ୍ରଗସ। ବଜାରରେ ଏହି ଶୁଖିଲା ଗଞ୍ଜେଇ ର ମୂଲ୍ୟ ୯ କୋଟି ୪୭ ଲକ୍ଷ ଟଙ୍କା। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି କିନ୍ତୁ ତାହା ସହ ମାମଲା ପୋଲିସ ପାଖରେ ପହଞ୍ଚି ସାରିଲାଣି, ଯାହା ପରେ ଏବେ ଏହାର ତଲାସ ଆରମ୍ଭ ହୋଇଯାଇଛି।
ଘଟଣା ୩ ଅକ୍ଟୋବର ରେ ସାମ୍ନାକୁ ଆସିଲା ଯେବେ ନାର୍ଦର୍ନ ଆୟରଲ୍ୟାଣ୍ଡ ର ରାଜପଥ ରେ ଚଳନ୍ତା ଟ୍ରକ ରୁ କଳା ରଙ୍ଗର କିଛି ବ୍ୟାଗ ସଡ଼କ ମଝିରେ ପଡିଗଲା।
ସଡ଼କ ରେ ଯାଉଥିବା ଜଣେ ବ୍ୟକ୍ତି ର ନଜର ସେହି ବ୍ୟାଗ ଉପରେ ପଡ଼ିଲା। ତାକୁ ଲାଗିଲା କି ଅଳିଆ ଏମିତି ରାଜପଥ ରେ ପଡ଼ିଛି, ଏଥିପାଇଁ ସେ ତାକୁ ଫୋପଡିବା ପାଇଁ ଗଲା।
ବ୍ୟକ୍ତି ଜଣକ ଦେଖିଲା କି ପ୍ଲାଷ୍ଟିକ ଭିତରେ ଶୁଖିଲା ଘାସ ଭଳି ଜିନିଷ ଅଛି। ଯେତେବେଳେ ସେ ଧାର କୁ ଆସି ତଲାସ କଲା ଜାଣିଲା କି ସେ ଘାସ ନୁହେଁ, ଗଞ୍ଜେଇ ଅଟେ।
ଯେତେ ମାତ୍ରାର ଗଞ୍ଜେଇ ତାଙ୍କୁ ମିଳିଥିଲା, ତାର ମୂଲ୍ୟ ବଜାରରେ ପାଖାପାଖି ୧୦ କୋଟି ଟଙ୍କା ହେବ। କିନ୍ତୁ ଏହା ଡ୍ରଗସ୍ ସହ ଯୋଡ଼ି ହୋଇଥିବା ମାମଲା ଥିଲା, ଏଥିପାଇଁ ସେ ପୋଲିସ କୁ ସୂଚନା ଦେଇଦେଲା।
ଏବେ ପୋଲିସ ତଲାସ ରେ ଲାଗି ପଡିଛନ୍ତି କି ସେ କେଉଁ ଟ୍ରକ ଥିଲା ଯେଉଁଥିରୁ ଏହି ମାଲ ସଡ଼କ ରେ ପଡ଼ିଲା। ତାହା ସହ ପୋଲିସ ଚକିତ ଅଛି କି ଯଦି ପ୍ଲାଷ୍ଟିକ ର କିଛି ବ୍ୟାଗ ପଡ଼ିଛି, ତାହେଲେ ଆଉ କେତେ ମାଲ ଟ୍ରକରେ ଲୋଡ ଅଛି।
ପୋଲିସ ସେଠି ଉପସ୍ଥିତ ଥିବା ଲୋକମାନଙ୍କୁ ପଚରା ଉଚରା କରିବା ପରେ ଆଖପାଖ ର ସିସିଟିଭ ପୁଟେଜ ଦେଖିବା ଆରମ୍ଭ କରି ଦେଇଛନ୍ତି। ଏବେଯାଏଁ ପୋଲିସ କୁ କିଛି ବି ପ୍ରମାଣ ମିଳିନାହିଁ।
ପୋଲିସ ଲୋକମାନଙ୍କୁ ଟ୍ରକର କିଛି ବି ସୂଚନା ଦେଲେ ପୁରସ୍କୃତ କରିବା ପାଇଁ କହିଛନ୍ତି। ତାହା ସହ ଗୁରୁତ୍ୱପୂର୍ଣ୍ଣ ନମ୍ବର ମଧ୍ୟ ଜାରୀ କରି ଦେଇଛନ୍ତି, ଏହି ଘଟଣା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।