୧୮ ମାସ ହେବ ଶୌଚ କରିବାକୁ ଯାଇ ନାହାନ୍ତି ଏହି ବ୍ୟକ୍ତି, ପ୍ରତ୍ୟେକ ଦିନ ଖାଉଛନ୍ତି ୧୮ରୁ ୨୦ ରୋଟୀ

ଏକ ୧୬ ବର୍ଷର ନାବାଳକକୁ ଅଜବ ପ୍ରକାରର ରୋଗ ହୋଇଯାଇଛି | ସେ ଗତ ୧୮ ମାସ ହେବ ଶୌଚ କରିବାକୁ ଯାଇ ନାହାନ୍ତି ଏବଂ ପ୍ରତ୍ୟେକ ଦିନ ସେ ୧୮ରୁ ୨୦ ଗୋଟି ରୋଟୀ ଖାଉଛନ୍ତି | ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ କୌଣସି ସମସ୍ୟା ହୋଇନାହିଁ କିନ୍ତୁ ତାଙ୍କ ପରିବାର ଲୋକ ଚିନ୍ତିତ ରହିଛନ୍ତି ଯେ ତାଙ୍କ କୌଣସି ବଡ ରୋଗର ଶିକାର ହୋଇନଯାଇଥାଉ | ଏହି ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟପ୍ରଦେଶର ମୁରେନା ଜିଲ୍ଲାର ଅଟେ |

ମୁରେନାର ଏକ ଗରିବ ପରିବାରର ପୁଅକୁ ଅଜବ ପ୍ରକାରର ଗମ୍ଭୀର ରୋଗର ସାମ୍ନା କରିବାକୁ ପଡୁଛି | ଡାକ୍ତର ମଧ୍ୟ ଯାଞ୍ଚ କରିବା କଥା କହି ପଛଘୁଞ୍ଚା ଦେଉଛନ୍ତି | ମୁରେନାର ସବଜିତା ନିବାସୀ ମନୋଜ ଚାନ୍ଦିଲଙ୍କର ୧୬ ବର୍ଷର ପୁଅ ଆଶୀଷ ଚାନ୍ଦିଲ ଗତ ୧୮ ମାସ ହେବ ଶୌଚ କରିବାକୁ ଯାଇନାହାନ୍ତି |

ଏହି ରୋଗର ସୂଚନା ମିଳିବା ମାତ୍ରେ ପରିବାର ଲୋକ ମୁରେନା-ଭିଣ୍ଡ ଗୱାଲିୟରର ଅନେକ ଡାକ୍ତରଙ୍କୁ ଦେଖାଇଥିଲେ | ରୋଗର ସନ୍ଧାନ କରିବା ପାଇଁ ଯାଞ୍ଚ ମଧ୍ୟ କରାଇଲେ, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରୋଗର କୌଣସି ସନ୍ଧାନ ମିଳିଲା ନାହିଁ |

ଆଶିଷ ପ୍ରତ୍ୟେକ ଦିନ ୧୮ରୁ ୨୦ ଖଣ୍ଡ ରୋଟୀ ଖାଦ୍ୟ ହିସାବରେ ଗ୍ରହଣ କରିଥାଏ, ଏହାପରେ ମଧ୍ୟ ତାଙ୍କ ପେଟ ଏବଂ ଶରୀରରେ କୌଣସି ସମସ୍ୟା ହୋଇନାହିଁ | ସାମାନ୍ୟ ଭାବରେ ଏହି ନାବାଳକ ଜଣକ ନିଜର ଜୀବନଯାପନ କରୁଛନ୍ତି | ପରିବାର ଲୋକଙ୍କୁ ଏହି ଚିନ୍ତା ହେଉଛି ଯେ ତାଙ୍କ ପୁଅ ଯେପରି କୌଣସି ବଡ ରୋଗରେ ଶିକାର ହୋଇନଯାଉ |

ଏହି ସମ୍ବନ୍ଧରେ ଶିଶୁ ରୋଗ ବିଶେଷଜ୍ଞ ରୋଗର ସନ୍ଧାନ ପାଇଁ ବଡ ଯାଞ୍ଚ କରାଇବାର କଥା କହୁଛନ୍ତି | ଡାକ୍ତରମାନେ ଯାଞ୍ଚ ନକରି କୌଣସି ସମ୍ଭାବନା ମଧ୍ୟ ବ୍ୟକ୍ତ କରିବା ଉଚିତ ଭାବୁ ନାହାନ୍ତି |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *