ସୋସିଆଲ ମିଡିଆରେ ଏକ ଭିଡ଼ିଓ ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟକ୍ତି ମଜାର ସହ ସମୁଦ୍ର କୂଳରେ ସେଲଫି ନେଉଥିଲେ । ପଛରୁ ସମୁଦ୍ର ଲହରୀ ଆସି ତାଙ୍କୁ ଓଦା କରିଦେଲା । ଯେତେବେଳେ ପାଣି ତାଙ୍କ ଉପରେ ପଡ଼ିଲା ସେ ଚକିତ ହୋଇଯାଇଥିଲେ । ସେଲଫି ନେବାବେଳେ ବିଚିତ୍ର ଶବ୍ଦ କରୁଥିଲେ । ଆଇପିଏସ ଅଧିକାରୀ ଦୀପାଂଶୁ କାବ୍ରା ଭିଡ଼ିଓଟିକୁ ସେୟାର କରି ମଜାଳିଆ ପ୍ରତିକ୍ରିୟା ଦେଇଥିଲେ ।
ଭିଡ଼ିଓରେ ଦେଖିପାରିବା କି ସମୁଦ୍ର କୂଳରେ ସେଲଫି ନେଉଥିବା ସମୟରେ ବ୍ୟକ୍ତି ବିଚିତ୍ର ଶବ୍ଦ କରୁଛନ୍ତି । ପଛରୁ ଲହରୀ ଆସି ତାଙ୍କୁ ଓଦା କରିଦେଲା । ନିଜକୁ ଓଦା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ ।
https://twitter.com/ipskabra/status/1382159661722324995?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1382159661722324995%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fman-taking-selfie-while-singing-sea-waves-come-outside-ips-gives-epic-reaction-see-viral-video-2413188
ଆଇପିଏସ ଦୀପାଂଶୁ କାବ୍ରା ଭିଡ଼ିଓଟିକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି , ‘ ସଙ୍ଗୀତର ଶକ୍ତି ‘… ।
ଏହି ଭିଡ଼ିଓକୁ ସେ 14 ଏପ୍ରିଲ ସକାଳେ ସେୟାର କରିଥିଲେ । ଯାହାର ଏବେ ପର୍ଯ୍ୟନ୍ତ ଅଢେ଼ଇ ହଜାରରୁ ଅଧିକ ଦର୍ଶନ ହୋଇସାରିଛି । ଏଥିସହ 300 ରୁ ଅଧିକ ଲାଇକ ଏବଂ ବହୁତ ରି-ଟ୍ୱିଟ ମଧ୍ୟ ହୋଇସାରିଛି । କମେଣ୍ଟ ବିଭାଗରେ ଲୋକମାନେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।