ମଧ୍ୟପ୍ରଦେଶର ଜୁନି ଇନ୍ଦୋର ଥାନା କ୍ଷେତ୍ରରେ ରହୁଥିବା ଏକ ଦମ୍ପତି ବ୍ୟାଙ୍କ ମ୍ୟାନେଜରଙ୍କୁ ନିଜର ଷଡଯନ୍ତ୍ରର ଶିକାର କରିଥିଲେ ଏବଂ ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲେ | କୁହାଯାଉଛି ଯେ ଜଣେ ବିବାହିତା ମହିଳା ନିଜକୁ ଅବିବାହିତା କହି ବ୍ୟାଙ୍କ ମ୍ୟାନେଜରଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲେ | ତାହା ପରେ ବ୍ୟାଙ୍କ ମ୍ୟାନେଜରଙ୍କ ସହିତ ସମ୍ବନ୍ଧ ରଖିଥିଲେ | ବ୍ୟାଙ୍କ ମ୍ୟାନେଜର ଭାବିଥିଲେ ମହିଳା ଜଣଙ୍କ ତାଙ୍କୁ ବାସ୍ତବରେ ପ୍ରେମ କରୁଛନ୍ତି | କିନ୍ତୁ କିଛିଦିନ ପରେ ଏହି ମହିଳା ବ୍ୟାଙ୍କ ମ୍ୟାନେଜରଙ୍କୁ ତାଙ୍କର ଅଶ୍ଳୀଳ ଭିଡିଓ ଦେଖାଇଥିଲେ ଏବଂ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ |
ବ୍ଲାକମେଲିଙ୍ଗ ଦ୍ୱାରା ଦୁଃଖୀ ହୋଇ ମ୍ୟାନେଜର ପୋଲିସରେ ଅଭିଯୋଗ କରିଥିଲେ | ଯାହାପରେ ପୋଲିସ ଦମ୍ପତିଙ୍କ ବିରୋଧରେ କେସ ଫାଇଲ କରି ନେଇଥିଲେ | ମ୍ୟାନେଜରଙ୍କ କହିବା ମୁତାବକ ମହିଳା ଜଣକ ତାଙ୍କୁ ଧୋକା ଦେଇଥିଲେ | ମହିଳା ନିଜର ବିବାହିତା ହୋଇଥିବାର କଥା ଲୁଚାଇଥିଲେ ଏବଂ ଏହା ମଧ୍ୟ କହି ନଥିଲେ ଯେ ତାଙ୍କର ଗୋଟିଏ ପିଲା ମଧ୍ୟ ଅଛି |
ସ୍ୱାମୀ ମଧ୍ୟ କରିଥିଲେ ମହିଳାଙ୍କର ସାହାଯ୍ୟ:
ପୋଲିସ ଏହି ଘଟଣା ବିଷୟରେ ସୂଚନା ଦେଇ କହିଥିଲେ ଯେ ୩୪ ବର୍ଷୀୟ ବ୍ୟାଙ୍କ ମ୍ୟାନେଜର ନିଖିଲ ମାଥୁରଙ୍କର ନିଯୁକ୍ତି ଯେତେବେଳେ ଗ୍ୱାଲିଅର ଏବଂ ଭୋପାଳରେ ଥିଲା | ସେତେବେଳେ ଜଣେ ମହିଳା ଟଙ୍କା ପାଖରେ ଘରେଲୂ କାମ କରିବା ପାଇଁ ଆସୁଥିଲା | ତାଙ୍କୁ ଲାଗିଥିଲା ଯେ ମହିଳା ଜଣଙ୍କ ଅବିବାହିତା ଅଟନ୍ତି | ମହିଳା ତାଙ୍କ ସହ ସମ୍ବନ୍ଧ ସ୍ଥାପନ କରି ନେଇଥିଲେ | ଏହି ଅବସରରେ ମହିଳା ଜଣଙ୍କ ତାଙ୍କର କିଛି ଫୋଟୋ ଉଠାଇବା ସହିତ କିଛି ଭିଡିଓ ମଧ୍ୟ ବନାଇ ନେଇଥିଲେ | ପରେ ମ୍ୟାନେଜରଙ୍କୁ ଜଣାପଡିଲା ଯେ ମହିଳା ବିବାହିତା ଅଟନ୍ତି ଏବଂ ତାଙ୍କର ପିଲାଟିଏ ମଧ୍ୟ ଅଛି |
ଏହା ଜଣାପଡିବା ପରେ ମ୍ୟାନେଜର ଜଣଙ୍କ ମହିଳାଙ୍କ ଠାରୁ ଦୂରେଇ ଯାଇଥିଲେ | ଏହାପରେ ମହିଳା ଜଣଙ୍କ ମ୍ୟା ନେଜରନ କୁ ଧମକାଇବା ଆରମ୍ଭ କରି ଦେଇଥିଲେ ଏବଂ ତାଙ୍କ ଠାରୁ ଟଙ୍କାର ଦାବି କରିଥିଲେ | ମହିଳା ଜଣକ ଭିନ୍ନ ଭିନ୍ନ କିସ୍ତିରେ ତାଙ୍କ ଠାରୁ ୫ ଲକ୍ଷ, ୧.୫୦ ଲକ୍ଷ ଏବଂ ୨ ଲକ୍ଷ ଟଙ୍କା ବସୁଲ କରିଥିଲେ | ଏହି ଷଡଯନ୍ତ୍ରରେ ତାଙ୍କ ସ୍ୱାମୀ ମଧ୍ୟ ଶାମିଲ ରହିଥିଲେ | ୮ ଲକ୍ଷ ୫୦ ହଜାର ଟଙ୍କା ବସୁଲ କରିବା ପରେ ମଧ୍ୟ ସେମାନେ ଆହୁରି ଟଙ୍କା ମାଗୁଥିଲେ | ବାରମ୍ବାର ବ୍ଲାକମେଲିଙ୍ଗରେ ଚିନ୍ତିତ ହୋଇ ମ୍ୟାନେଜର ଜଣକ ଅଭିଯୋଗ ଫାଇଲ କରାଇଥିଲେ | ପୋଲିସ ବର୍ତ୍ତମାନ ଏହି କେସର ତଦନ୍ତ କରୁଛି |
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।