ଆଗରା : ଆଜି ଦୁଇ ପ୍ରହରକୁ ଗଛରୁ ପାଞ୍ଚ ପାଞ୍ଚ ଶହ ଟଙ୍କା ଗଳିବାକୁ ଲାଗିଥିଲା। ନୋଟ ପଡିବାର ଦେଖି ଆଖ ପାଖର ଲୋକ ତାକୁ ଗୋଟେଇବାକୁ ଲାଗିଲେ। ଏଥିରେ ଦୌଡା ଦୌଡି ଆରମ୍ଭ କରିଥିଲେ। ସୂଚନା ପାଇ ସେଠାରେ ପୋଲିସ ପହଁଚି ସବୁ ପଇସା ଜବତ କରି ନେଇଥିଲା। ବାସ୍ତବରେ ଗୋଟିଏ କାରରେ ପାଞ୍ଚ ଲକ୍ଷ ଟଙ୍କା ରଖା ଯାଇଥିଲା ସେହି ପାଞ୍ଚ ଲକ୍ଷ ଟଙ୍କାର ଥଳି ଟିକୁ ନେଇ ମାଙ୍କଡ ଗଛକୁ ପଳାଇ ଥିଲା। ଯେଉଁଠି ଡିଆଁ ଡିଁ କରୁଥିବା ସମୟରେ ଥଳିରୁ ପଇସା ଗଳି ପଡୁଥିଲା। ଏହି ଘଟଣା ବାହ ତହସିଲ ପାଖର ପୁରୁଣା ମହିଳା ହସ୍ପିଟାଲ ପରିସର ର ଅଟେ।
ଜମି ରେଜିଷ୍ଟର କରିବା ପାଇଁ ଆଣିଥିଲେ ପଇସା।

ଜୈତପୁରର ଚୌବେପୁର ଗାଁର ରାକେଶ ପୁତ୍ର ତୁଳଶୀରାମ ଜମି କିଣିଥିଲେ। ସୋମବାରକୁ ତହସିଲରେ ରେଜିଷ୍ଟର ହେବାର ଥିଲା। ସେ ତାଙ୍କର କାର ରେ ଆସିଥିଲେ। ତହସିଲ ପାଖରେ ହିଁ ସେ ତାଙ୍କ କାର ଛିଡା କରିଥିଲେ। କାରରେ ଏକ ଥଳିରେ ପାଞ୍ଚ ଲକ୍ଷ ଟଙ୍କା ଥିଲା।
ମାଙ୍କଡ ଏପରି ବାହାର କରି ନେଇ ଗଲେ ଟଙ୍କା

କାର ରଖୁଥିବା ସମୟରେ କାରର ଗୋଟିଏ କାଚ ଖୋଲା ଥିଲା। ରାକେଶ ତହସିଲ ଅଫିସ ଭିତରୁ ଚାଲିଗଲେ। ଏହି ସମୟରେ କାରରେ ମାଙ୍କଡ ପସି ସେହି ପାଞ୍ଚ ଲକ୍ଷ ଟଙ୍କା ଥିବା ଥଳିକୁ କାର ସାରା ଏଣେ ତେଣେ ପଇସା ପକାଇ ଏବଂ ପଚାସ ହଜାର ଟଙ୍କାର ବିଡା ନେଇ ଗଛ ଉପରକୁ ଚାଲି ଯାଇଥିଲେ।
ପ୍ରତ୍ୟକ୍ଷଦର୍ଶୀ ଶୁଣେଇଲେ କାହାଣୀ।
ବାହ ତହସିଲ ଅଫିସ ପାଖାର ମହିଳା ହସ୍ପିଟାଲରେ ଗଛରୁ ପାଞ୍ଚ ପାଞ୍ଚ ଶହ ଟଙ୍କାର ନୋଟ ଗଳିବାକୁ ଲାଗିଲା। ନୋଟ ଗୋଟାଉ ଥିବା ଲୋକମାନଙ୍କର ଭିଡ ବଢିଥିଲା। ଦେଖିଥିବା ଲୋକମାନେ କହିଲେ ଗଛରେ ମାଙ୍କଡ ଡେଉଁଥିବା ସମୟରେ ଥଳିରୁ ଟଙ୍କା ଉଡୁଥିଲା। ସେଠାରେ ବସିଥିବା ମହିଳା ମନେ ପଇସା ଗୋଟେଇବା ଆରମ୍ଭ କରି ଦେଇଥିଲେ। ରାକେଶ ଜାଣିବି ପରେ ସେଠି ଯାଇ ପହଁଚି ଥିଲେ। ଲୋକମାନେ ସାଙ୍ଗେ ସାଙ୍ଗେ ପୋଲିସକୁ ଜଣାଇ ଥିଲେ ଏବଂ ପୋଲିସ ସେଠାରେ ପହଁଚି ସବୁ ପଇସା ଜବତ କରି ରାକେଶଙ୍କୁ ଦେଇଥିଲେ। ତାପରେ ରାକେଶ ସେହି ପଇସା ଗଣିଲେ ଯାହା ପୁରା ଥିଲା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।