ରାଜସ୍ଥାନର ଭରତପୁରରୁ ଏବେ ଏକ ଘଟଣା ସାମ୍ମନାକୁ ଆସିଛି ଯେଉଁଠି ଏକ ମାଙ୍କଡ ନିଜର ଦାଦା-ଗିରି କରୁଛି। ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ମଙ୍କଡ ତା ମନ ଇଛାରେ କଚୌଡୀ ଏବଂ ଜିଲାପି ଦୋକାନକୁ ଆସି ନିଜ ହାତରେ ସକାଳର ବ୍ରେକଫାଷ୍ଟ କରିଥାଏ। ଏହାପରେ ସେ ଆରମରେ କୌଣସି ଏକ ଫଳ ଦୋକାନକୁ ଯାଇ ଫଳର ଆନନ୍ଦ ନେଇଥାଏ।
ସେ ଯେତେବେଳେ ଯେଉଁଠି ବସି କିଛି ଖାଉଥାଏ ସେତେବେଳେ ତାକୁ କୌଣସି ପ୍ରକାରର ଅଶିଷ୍ଟତା ପସନ୍ଦ ନୁହେଁ, ତେଣୁ ସେ ଖାଇବା ସମୟରେ ତାକୁ କେହିବି କିଛି କହିବାର ସାହସ କରନ୍ତି ନାହିଁ। କେତେବେଳେ ସେ ଖାଇ ତା ମନ ଇଛାରେ ଯିବ ସେ ପର୍ଯ୍ୟନ୍ତ ଦୋକାନୀ ଅପେକ୍ଷା କରିଥାଏ।
ବାସ୍ତବରେ ଏହି ଘଟଣା ସହରର ଚୌବୁର୍ଜା ଇଲାକାର ଅଟେ। ଯେଉଁଠି ଜିଲ୍ଲାର ସବୁଠାରୁ ଫେମସ କଚୌଡୀ ବନା ହୋଇଥାଏ। ସେଠାକୁ ଏହି ମାଙ୍କଡ ପ୍ରତ୍ୟକ ଦିନ ସକାଳେ ବ୍ରେକଫାଷ୍ଟ କରିବାକୁ ଯାଏ ଏବଂ ପେଟ ପୁରା ଜିଲାପୀ ଏବଂ କଚୌଡୀ ଖାଇ ଆସିଥାଏ।
ଦୋକାନୀଙ୍କର କହିବା ଏହାକି ଯେତେବେଳେ ସକାଳେ ଜିଲାପୀ ଏବଂ କଚୌଡୀ ବନା ହୁଏ ଏବଂ ଗ୍ରାହକ ଖାଇବାକୁ ଆସନ୍ତି ସେତେବେଳେ ସେହି ମାଙ୍କଡ ଆସି ମଧ୍ୟ ଖାଇବାକୁ ଲାଗିଥାଏ।
ମାଙ୍କଡ ପ୍ରାୟତଃ ଅଧ ଘଣ୍ଟା ପର୍ଯ୍ୟନ୍ତ ଗୋଟିଏ ଦୋକାନରେ ବସିଥାଏ। ସେଠାରେ ତାକୁ ଯାହା ପସନ୍ଦ ସେ ତାକୁ ଖାଇଥାଏ ଏବଂ ପରେ ପଳାଇ ଥାଏ। ଏହି ମାଙ୍କଡକୁ କଚୌଡୀ, ଜିଲାପୀ, ମଟର ଏବଂ ଗାଜର ବହୁତ ପସନ୍ଦ।
ସ୍ଥାନୀୟ ଲୋକମାନେ କହୁଛନ୍ତି କି ଏବେ ଯାଏ ଏହି ମାଙ୍କଡ କୌଣସି ମନୁଷ୍ୟକୁ ଆକ୍ରମଣ କରିଛି ନା କାହାକୁ ହଇରାଣ କରିଛି। ସେ କେବଳ ତା ସମୟ ଅନୁସାରେ ଆସି ତାକୁ ଯାହା ପସନ୍ଦ ଜିଲାପୀ, କଚୌଡୀ ଏବଂ କିଛି ଫଳ ଖାଇଥାଏ ଏବଂ ପୁଣି ଫେରି ଯାଇଥାଏ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।