ବ୍ରିଟେନରେ ରହୁଥିବା ଏକ ମା-ଝିଅ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟର ଗ୍ରେନେଡକୁ ଘରକୁ ନେଇ ଆସିଛନ୍ତି ଏବଂ ଏହି ଗ୍ରେନେଡ ରୋଷେଇ ଘରେ ଫାଟି ଯାଇଛି। ହେଲେ ଦୁଇଜଣଙ୍କର ଭାଗ୍ୟ ଭଲ ଥିଲା କି ସେମାନେ ବଞ୍ଚି ଯାଇଛନ୍ତି। ୩୮ବର୍ଷର ଜୋଡୀ କ୍ରୁଜ ଏବଂ ତାଙ୍କର ୮ବର୍ଷର ଝିଅ ଇସାବେଲାଙ୍କୁ ସମୁଦ୍ର କୂଳରୁ ଏହି ଦୁର୍ଲଭ ପଦାର୍ଥ ମିଳିଥିଲା।
ଜୋଡୀ ଏବଂ ଇସାବେଲାଙ୍କୁ ଆରମ୍ଭରୁ ଲାଗିଥିଲା କି ଏହା କୈାଣସି ପ୍ରାଚୀନ ଜୀବାଶ୍ମ ଅଟେ କିମ୍ବା କୌଣସି ଜୀବଜନ୍ତୁଙ୍କ ହାଡ ଅଟେ କିନ୍ତୁ ସେମାନଙ୍କୁ ଏହି କଥା ଟିକେ ବି ଜଣା ନଥିଲା କି ଏହା ଏକ ୮୦ବର୍ଷ ପୁରୁଣା ଗ୍ରେନେଡ ବି ହୋଇପାରେ।ଜୋଡୀ ଡେଲୀ ମେଲଙ୍କ ସହିତ କଥାବାର୍ତ୍ତାରେ କହିଛନ୍ତି କି ମୁଁ ଏହାର ଫଟୋ ପୂରାତନ ବିଭାଗର ୱେବସାଇଟ ଏବଂ ଶୋଶିଆଲ ମିଡ଼ିଆରେ ବି ପୋଷ୍ଟ କରିଥିଲି କାରଣ ଏହା ଜଣା ପଡ଼ିବ କି ଏହା କେଉଁ ପଦାର୍ଥ ଅଟେ।କେତେ ଲୋକଙ୍କର ପ୍ରତିକ୍ରିୟା ଆସିଛି କିନ୍ତୁ କେହି କହିପାରିଲେ ନାହିଁ କି ଏହା ଏକ ଗ୍ରେନେଡ ଅଟେ।
ସେମାନେ ଆଗକୁ କହିଛନ୍ତି କି ଏହା ଏକ ହାଡ ପରି ଲାଗୁଥିଲା। ଏହା ବହୁତ ଭାରୀ ବି ନଥିଲା ଏବଂ ଏହା କୈାଣସି ପ୍ରକାର ଧାତୁ ପରି ବି ଲାଗୁନଥିଲା । ମୁଁ ଏହାକୁ ଘରକୁ ନେଇ ଆସିଥିଲି ଏବଂ ପୁଣି ଶୋଶିଆଲ ମିଡ଼ିଆରେ କିଛି ରିସର୍ଚ୍ଚ କରିବା ପରେ ମୁଁ ଏଥିରେ କଣ୍ଟା ଲଗାଇଥିଲି। ମୁଁ ଏମିତି କରିବା ମାତ୍ରେ ହିଁ ଏହାର ଏକ ପାଖ ଫାଟିବାକୁ ଲାଗିଥିଲା ଏବଂ ପୁଣି ଏହି ବସ୍ତୁଟି ଏକ ନିଆଁ ପିଣ୍ଡୁଳା ପରି ବିସ୍ଫୋରଣ ହୋଇଗଲା ଏବଂ ଆମ ଡାଇନିଂ ରୁମରେ ଧୂଆଁ ହେବାକୁ ଲାଗିଲା।
ସେ ପୁଣି କହିଛନ୍ତି କି ମୋ ଝିଅ ଚିତ୍କାର କରିଲା ଏବଂ ଫଛ କବାଟ ଦେଇ ବାହାରି ଆସିଥିଲା। ମୁଁ ଗ୍ରେନେଡକୁ ଧରିଲି ଏବଂ ବହୁତ ଜୋରରେ ରୋଷେଇ ଘରର ନାଳକୁ ଫୋପାଡି ଦେଇଥିଲି ଯେଉଁଠାରେ ବିସ୍ଫୋରଣ ହୋଇଯାଇଥିଲା।ଆମେ ବହୁତ ଭାଗ୍ୟଶାଳୀ ଥିଲୁ କାରଣ ଏହା କେତେ ଗୁଣା ଅଧିକା ଶକ୍ତିଶାଳୀ ଏବଂ କ୍ଷତିକାରକ ହୋଇଥାଇପାରେ।ମୋ ମସ୍ତିଷ୍କକୁ ପ୍ରଥମେ ଏହି କଥା ଆସିଥିଲା କି ମୋ ଝିଅ, ନିଜ ଘର, ଚାରୋଟି କୁକୁର ଏବଂ ଦୁଇଟି ବିଲେଇକୁ କେମିତି ବଞ୍ଚାଇବି।ମୋ ଝିଅ ବଗିଚାକୁ ବାହାରି ଆସିଥିଲା ତ ମୁଁ ଦୌଡ଼ି ନିଜ ବିଲେଇକୁ ସାହାଯ୍ୟ କରିବା ପାଇଁ ପହଁଞ୍ଚି ଯାଇଥିଲି।ଆମ ଭାଗ୍ୟ ଭଲ ଥିଲା କି ସେମାନେ ବି ସୁରକ୍ଷିତରେ ଥିଲେ।
ଜୋଡୀଙ୍କ ଘରୁ ନିଆଁ ଲିଭାଇବାକୁ ଆସିଥିବା ଏକ ଫାୟାରମ୍ୟାନ କହିଥିଲେ କି ଏହା ଏକ ଗ୍ରେନେଡ ଅଟେ କାରଣ ସାଧାରଣତଃ ଏହି ଗ୍ରେନେଡ ଉପରେ ସୁରକ୍ଷାର ଆସ୍ତରଣ କରାଯାଇଛି ଯାହା ଏହା ଉପରେ ବି ଦେଖା ଯାଉଛି।ଜୋଡୀ ଆଗକୁ କହିଛନ୍ତି କି ଏହି ଘଟଣା ପରେ ମୋର ସବୁ ବନ୍ଧୁମାନେ ମୋ ଠାରୁ କଥା ନେଇଛନ୍ତି କି ଏବେ ମୁଁ ସମୁଦ୍ର ମଧ୍ୟରୁ କୈାଣସି ବି ବସ୍ତୁ ଉଠାଇ ଘରକୁ ଆଣିବି ନାହିଁ। ବୋଧହୁଏ ଏହା ୮୦ବର୍ଷ ପୁରୁଣା ଗ୍ରେନେଡ ତୋଫାନ ଏବଂ ସମୁଦ୍ର ଲହଡିର ସାମ୍ନା କରି କରି କୂଳ ପର୍ଯ୍ୟନ୍ତ ପହଁଞ୍ଚି ଯାଇଥିଲା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।