ଜ୍ୱାଇଁର ପିଲାକୁ ଜନ୍ମ ଦେଲେ ଶାଶୂମାଆ, ପିଲାଟିକୁ କୋଳରେ ଧରି ଝିଅ ମା’କୁ କହିଲା ଏହିଭଳି କଥା

ମାଆ ଝିଅର ସମ୍ପର୍କ ଦୁନିଆର ସବୁଠୁ ଅମୁଲ୍ୟ ସମ୍ପର୍କ ଅଟେ, ଜଣେ ମାଆ ନିଜର ପିଲାମାନଙ୍କ ପାଇଁ କିଛି ମଧ୍ୟ କରିପାରେ, ତେବେ ତାହା ନିଜ ଝିଅର ପିଲାକୁ ଜନ୍ମ ଦେବାର କାମ ହେଉ ନା କାହିଁକି | ଆମେରିକାର ଚିକାଗୋରେ ରହୁଥିବା ଜୁଲୀ ନିଜର ଝିଅ ପାଇଁ ନିଜ ନାତୁଣୀକୁ ଜନ୍ମ ଦେଇଛନ୍ତି | ସରୋଗେସୀ ଟେକ୍ନୋଲୋଜି ବ୍ୟବହାର କରି ସେ ନିଜର ଝିଅର ପିଲାକୁ ୯ ମାସ ଗର୍ଭରେ ରଖିଥିଲେ ଏବଂ ତାଙ୍କୁ ଏହି ଦୁନିଆକୁ ଆଣିଥିଲେ | ମାଆଙ୍କର ଏହି ଉପହାରକୁ ନେଇ ଝିଅ ମଧ୍ୟ ବହୁତ ଖୁସି ଅଛନ୍ତି ଏବଂ ତାଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଉଛନ୍ତି, କାରଣ ତାଙ୍କ ମାଆ ହେବାର ସ୍ବପ୍ନ ପୁରାଣ ହୋଇଯାଇଛି |

ଶୁଣିବାକୁ ଏହା କିଛି ଅଜବ ନିଶ୍ଚୟ ଲାଗିପାରେ ଯେ ଜଣେ ଶାଶୂ ନିଜର ଜ୍ୱାଇଁର ପିଲାକୁ ଜନ୍ମ ଦେଇଛନ୍ତି | କିନ୍ତୁ ଏହା ସତ୍ୟ ଅଟେ ଆମେରିକାରେ ୫୧ ବର୍ଷର ଜୁଲୀ ନିଜ ନାତୁଣୀଙ୍କୁ ଜନ୍ମ ଦେଇଛନ୍ତି |

ବାସ୍ତବରେ ଜୁଲୀଙ୍କର ଝିଅ ବ୍ରିୟାନାଙ୍କୁ ଗର୍ଭ ଧାରଣା କରିବାରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଥିଲା | ୪ ବର୍ଷରେ ସେ ଦୁଇଥର ଗର୍ଭବତୀ ହୋଇଥିଲେ କିନ୍ତୁ ତାଙ୍କ ପିଲା ଜୀବିତ ରହିପାରି ନଥିଲା | ଏହାପରେ ବହୁ ବର୍ଷ ପର୍ଯ୍ୟନ୍ତ ସେ ମାଆ ହେବାର ସ୍ବପ୍ନ ଦେଖୁଥିଲେ, କିନ୍ତୁ ତାଙ୍କ ସ୍ବପ୍ନ ପୂରଣ ହୋଇପାରି ନଥିଲା |

ଏହାପରେ ବ୍ରିୟାନାଙ୍କ କଷ୍ଟ ତାଙ୍କ ମାଆ ଦେଖିପାରି ନଥିଲେ, ସେ ନିଜ ଝିଅ ପାଇଁ ସରୋଗେସୀ ସାହାଯ୍ୟରେ ପିଲା କରିବାକୁ ସ୍ଥିର କଲେ | ଡାକ୍ତରଙ୍କର ପରାମର୍ଶ ପରେ ସେ ୫୧ ବର୍ଷ ବୟସରେ ମଧ୍ୟ ମାଆ ହୋଇପାରିଥିଲେ |

୯ ମାସ ପର୍ଯ୍ୟନ୍ତ ଜୁଲୀ ନିଜ ନାତୁଣୀଙ୍କୁ ନିଜ ଗର୍ଭରେ ରଖିଥିଲେ ଏବଂ ସଫଳତାପୂର୍ବକ ପ୍ରସବ କରିଥିଲେ | ପିଲାଟିର ଦୁନିଆକୁ ଆସିବା ପରେ ବ୍ରିୟାନା ଏବଂ ତାଙ୍କ ସ୍ୱାମୀ ବହୁତ ଖୁସିରେ ଅଛନ୍ତି | ତାଙ୍କ ଝିଅର ନାମ ବ୍ରାର ଜୁଲିଏଟ ଲାକବୁଡ ଅଟେ |

ବ୍ରିୟାନା କୁହନ୍ତି ଯେ ତାଙ୍କ ମାଆ ଜଣେ ରକଷ୍ଟାର ଅଟନ୍ତି ଏବଂ ଯେଉଁ ପ୍ରକାରରେ ସେ ତାଙ୍କର ସାହାଯ୍ୟ କରିଛନ୍ତି, ସେ ନିଜକୁ ବହୁତ ଭାଗ୍ୟଶାଳୀ ମନେ କରୁଛନ୍ତି |

ନିଜ ମାଆ ଏବଂ ତାଙ୍କ ଗର୍ଭରେ ବଢୁଥିବା ପିଲାର ଫୋଟୋ ସେ ଅଧିକାଂଶ ସମୟରେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥାନ୍ତି | ଇନଷ୍ଟାଗ୍ରାମରେ ତାଙ୍କର ୧.୫ ମିଲିୟନ ଅନୁସରଣକାରୀ ଅଛନ୍ତି |

 

ସେହିପରି ଜୁଲୀଙ୍କର କହିବା କଥା ଯେ ସେ ନିଜର ଝିଅର ସାହାଯ୍ୟ ନିଜେ କରିବାକୁ ଚାହୁଁଥିଲେ | ସେ କହିଛନ୍ତି ଯେ ଏହା ପୂର୍ବରୁ ସେ ୩୦ ବର୍ଷ ପୂର୍ବରୁ ଗର୍ଭବତୀ ହୋଇଥିଲେ | କିନ୍ତୁ ପୁଣିଥରେ ପିଲା ଜନ୍ମ କରିବା ତାଙ୍କ ପାଇଁ ବହୁତ ଭଲ ଅନୁଭବ ଥିଲା |

ସୂଚନାଯୋଗ୍ୟ ଯେ, ସରୋଗେସୀ ଏପରି ଏକ ଜରିଆ ଯାହା କାହାରିକୁ ମଧ୍ୟ ସନ୍ତାନର ସୁଖ ହାସଲ କରିବାରେ ସାହାଯ୍ୟ କରିଥାଏ | ଏହି ନୂତନ ଟେକ୍ନୋଲୋଜି ସାହାଯ୍ୟରେ କେହି ମଧ୍ୟ ମାତା ପିତା ହେବାର ସୁଖ ଭୋଗ କରି ପାରିବେ | ସରୋଗେସୀରେ ଜଣେ ମହିଳା ଏବଂ ଆଉଜଣେ ଦମ୍ପତିଙ୍କ ମଧ୍ୟରେ ଚୁକ୍ତି ହୋଇଥାଏ, ଯିଏ ନିଜର ପିଲା ଚାହୁଁଥାନ୍ତି | ସାମାନ୍ୟ ଶବ୍ଦରେ କହିବାକୁ ଗଲେ ପିଲାର ଜନ୍ମ ପର୍ଯ୍ୟନ୍ତ ଜଣେ ମହିଳାଙ୍କର ଭଡ଼ାର ଗର୍ଭ ଆଣିବା |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *