ମା ଝିଅର ବାହାଘର କାର୍ଡରେ ଛାପି ଦେଲେ QR କୋଡ, ସିଧା ବର-କନିଆଁଙ୍କ ଖାତାରେ ଆସିବାକୁ ଲାଗିଲା ଡିଜିଟାଲ ଉପହାର

QR Code on wedding card: କୋରୋନା ମହାମାରୀ ସମୟରେ କ୍ରିଏଟିଭ ସାମିଜିକ ଦୂରତା ଆଇଡ଼ିଆ ବହୁତ ଜୋରରେ ଶୋରେ ଚାଲିଛି। ବିଶେଷ କରି ବାହାଘର/ଉତ୍ସବ ଆଦିରେ ଲୋକ ଏଥିରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି। ଆପଣ କିଛି ମାସ ପୂର୍ବରୁ ହଳଦି ବିଧିର ଏକ ଭିଡିଓ ଦେଖିଥିବେ ଯେଉଁଥିରେ ପରିବାର ସଦସ୍ୟ କନ୍ୟାଙ୍କୁ ସାମାଜିକ ଦୂରତା ସହିତ ପାଇପରରେ ହଳଦି ଲଗଉଥିବାର ନଜର ଆସିଥିଲେ। ବର୍ତମାନ ବାହାଘରର ଏକ କାର୍ଡରେ କପଲଙ୍କୁ ପେମେଣ୍ଟ ପାଇଁ QR କୋଡ଼ ଛାପି(QR Code on wedding card) ଲଗେଇ ଥିଲେ। ଶୁଣିବାକୁ ଏହି ଆଇଡ଼ିଆଟି ବହୁତ ମଜାଦାର ଲାଗୁଛି।

ବାହାଘରରେ ଡିଜିଟାଲ ପେମେଣ୍ଟକୁ ବଢେଇଦେବା ପାଇଁ ଏହା ଏକ ଅଦ୍ୱିତୀୟ ପଦକ୍ଷେପ ଅଟେ। ଯେମିତି ଲୋକ ବଜାରରୁ ପନି-ପରିବା କିଣି ଗୁଗଲ ପେ (Google pay) କିମ୍ବା (phone pay)ର ବ୍ୟବହାର କରିଥାନ୍ତି। ଠିକ ସେମିତି ହିଁ ବର୍ତ୍ତମାନ ବାହାଘରରେ ଟଙ୍କା ଦେବା ପାଇଁ ଲଫାପା ଖୋଜିବା କିମ୍ବା ଉପହାର ଖୋଜିବାର ଆବଶ୍ୟକତା ନାହିଁ। ବାସ ଏବେ କେହିବି ସିଧା ବର-କନିଆଁଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପ୍ରେରଣ କରି ପାରିବେ।

ପ୍ରଥମ ଅନନ୍ୟ ଘଟଣା

ଏହି ଅନନ୍ୟ ଘଟଣାଟି ଘଟିଛି-ତାମିଲନାଡୁର ମଦୁରୈରେ ଯେଉଁଠାରେ ଏକ ପରିବାର ବାହାଘର କାର୍ଡରେ ଗୁଗଲ ପେ ଏବଂ ଫୋନ ପେର କ୍ୟୁଆର କୋଡ (QR Code)ଛାପି ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରି ଦେଇଛନ୍ତି। ସେ ତାଙ୍କ ଝିଅର ବାହାଘରରେ ଆସିଥିବା ଅତିଥି ଏବଂ ଯେଉଁମାନେ ମହାମାରୀ କାରଣରୁ ବାହାଘରରେ ସାମିଲ ହୋଇ ପାରି ନ୍ତାହାନ୍ତି, ସେହି ଲୋକମାନଙ୍କୁ ଉପହାର ଦେବା ପାଇଁ ଏକ ସହଜ ଉପାୟ ଦେଇଛନ୍ତି।

ଭାଇରାଲ ହୋଇଯାଇଛି ବାହାଘର କାର୍ଡ

କନିଆଁଙ୍କ ମା ଜୟନ୍ତୀ ମଦୁରୈରେ ‘ଜନନୀ ବ୍ୟୁଟୀ ପାର୍ଲର’ ଚଳାଉଛନ୍ତି। ସେ ଝିଅର ବାହାଘରରେ ଏହି ଅଦ୍ୱିତୀୟ ଡିଜିଟାଲ ସଙ୍କେତ ଦେବାର ବିଧି ଆରମ୍ଭ କରିଥିଲେ। କିନ୍ତୁ କଣ ଜଣାଥିଲା କି ଶୋସିଆଲ ମିଡ଼ିଆରେ ଏହି ଅଦ୍ୱିତୀୟ ପଦକ୍ଷେପଟି ଭାଇରାଲ ହୋଇଯିବ। ବାସ୍ତବରେ ଏହି କାର୍ଡକୁ ଦେଖି ଆଶ୍ଚର୍ଯ୍ୟ ବି ହୋଇଯାଇଥିଲେ ଏବଂ ଏହି ପଦକ୍ଷେପର ପ୍ରଶଂସା ମଧ୍ୟ କରିଥିଲେ।

ବାହାଘରରେ ସାମିଲ ହୋଇ ପାରୁନଥିବା ଲୋକ ବର-କନିଆଁଙ୍କୁ ଏହି ଡିଜିଟାଲ ସଙ୍କେତ ଦେଇଛନ୍ତି। ଏହି ପଦକ୍ଷେପରେ କନିଆଙ୍କ ମା ବହୁତ ଖୁସି ହୋଇଛନ୍ତି। ସେ କହିଛନ୍ତି,”ଏହା ପ୍ରଥମ ଥର ଅଟେ ଯେତେବେଳେ ଆମ ପରିବାରରେ ଏହି ପ୍ରକାରର ପ୍ରୟୋଗ କରାଯାଇଛି।”

ବର-କନିଆଁଙ୍କୁ ମିଳିଛି ଉପହାର

ଟୀ.ଜେ.ଜୟନ୍ତୀ କହିଛନ୍ତି,”ପାଖାପାଖି ୩୦ଜଣ ଏହି ପ୍ରକ୍ରିୟାର ବ୍ୟବହାର କରି ବାହାଘରରେ ଉପହାର ଦେଇଛନ୍ତି। ଏହି ବାହାଘର ୧୭ଜାନୁଆରୀରେ ହୋଇଥିଲା ଏବଂ ଏହାର କାର୍ଡ ଭାଇରାଲ ହୋଇଯାଇଛି। ଜୟନ୍ତୀ କହିଛନ୍ତି,”ମୋ ପାଖକୁ ଏହାକୁ ନେଇ ବହୁତ ସାରା ଫୋନ ଆସୁଛି। ଏହି ଭଳି ଭାବରେ ପରିବାରର ଅନ୍ୟ ଲୋକଙ୍କ ପାଖକୁ ମଧ୍ୟ ବହୁତ ସାରା ଫୋନ କଲ ଆସୁଛି।”

ଟ୍ରେଣ୍ଡରେ ରହିଛି ଅନଲାଇନ ବାହାଘରରେ ଯୋଗଦେବା

ମହାମାରୀ ଚାଲିବାରୁ ବାହାଘର କିମ୍ବା କୈାଣସି ଉତ୍ସବକୁ ଅନଲାଇନରେ କରିବା ଠାରୁ ନେଇ ଟେକ୍ନୋଲୋଜିର ସାହାଯ୍ୟରେ କେତେଲୋକ ଏହି ଆଇଡ଼ିଆକୁ ଆପଣେଇ ନେଇଛନ୍ତି। ପୂର୍ବ ମାସରେ ଏକ କପଲ ନିଜର ସଂପର୍କୀୟ ଏବଂ ବନ୍ଧୁଙ୍କ ଘରକୁ ବାହାଘରର ଭୋଜି ପ୍ରେରଣ କରିଥିଲେ, ଯିଏ ତାଙ୍କ ବାହାଘରକୁ ଅନଲାଇନରେ ଦେଖିଥିଲେ।

ଆସନ୍ତୁ ଜାଣିବା କଣ ହେଉଛି କ୍ୟୁଆର କୋଡ?

କ୍ୟୁଆର କୋଡ ଅଥବା(Quick Response Code) ଏହା ବର୍ଗାକାର ବାର କୋଡ଼ ପରି ହୋଇଥାଏ। ଏହାମଧ୍ୟରେ ବହୁତ ଅଧିକ ତଥ୍ୟ ଜମା କରାଯାଇ ପାରେ। କ୍ୟୁଆର କୋଡ ଏକ ପ୍ରକାରର ମେସିନ ରିଡେବଲ ଲେବଲ ହୋଇଥାଏ। ଯାହାକୁ କଂପ୍ୟୁଟର ସହଜରେ ପଢି ନେଇଥାଏ। କଂପ୍ୟୁଟରରେ କୋଡକୁ କୈାଣସି ପ୍ରଡକ୍ଟକୁ ସୂଚାଇବା କିମ୍ବା ତାକୁ ଚିହ୍ନଟ କରିବାରେ ବ୍ୟବହାର କରାଯାଇଥାଏ। ଏହା ସାହାଯ୍ୟରେ ଟଙ୍କା ପେମେଣ୍ଟ ମଧ୍ୟ କରା ଯାଇଥାଏ। ଆଜିକାଲି ପ୍ରତ୍ୟେକ ମୋବାଇଲ ପେମେଣ୍ଟ ଆପରେ ଆପଣଙ୍କୁ QR କୋଡ ମିଳୁଛି ଯେଉଁଥିରେ ଆପଣ ପେମେଣ୍ଟ କରୁଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *