କରନ ଯୋହରଙ୍କ ଘରେ ହୋଇଥିବା ପାର୍ଟି ପାଇଁ ଏନସିବି ପଠେଇଲା ନୋଟିସ, ଭାଇରାଲ ଭିଡିଓର ମାଗିଲେ ଜବାବ..

ମୁମ୍ବାଇ: ବଲିଉଡରେ ଡ୍ରଗସ ଘଟଣାର ଜାଞ୍ଚ କରୁଥିବା ଏନସିବି ଅର୍ଜୁନ ରାମପାଲଙ୍କ ପରେ ଏବେ କରନ ଯୋହରଙ୍କୁ ଚିଠି ପଠେଇଛନ୍ତି। ରିର୍ପୋଟ ଅନୁସାରେ କରନ ଯୋହରଙ୍କ ଘରେ ହୋଇଥିବା ପାର୍ଟିର ଭାଇରାଲ ଭିଡିଓର ଜବାବ ମାଗିଛି ଏଜେନ୍ସି। ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ କି ଏନସିବି କେବେ କରନ ଯୋହରଙ୍କୁ ପଚରା ଉଚରା ପାଇଁ ଡାକିବ। ସେପ୍ଟେମ୍ବରରେ କରନ ଯୋହାରଙ୍କ ପାର୍ଟିର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା , ଏହି ଭିଡିଓ କେତେକ ସେଲିବ୍ରେଟି ନିଶାରେ ଚୁର ହେବାର ଦେଖିବାକୁ ମିଳିଥିଲେ।

ବାସ୍ତବରେ, କରନ ଯୋହର ୨୦୧୯ରେ ଏକ ପାର୍ଟି ଅର୍ଗାନାଇଜ କରିଥିଲେ , ଯେଉଁଥିରେ କେତକ ସେଲିବ୍ରେଟି ନିଶାରେ ଚୁର ହୋଇ ମଜା ମସ୍ତି କରୁଥିବାର ଦେଖିବାକୁ ମିଳିଥିଲା।

ଏହି ପାର୍ଟିର ଭାଇରାଲ ଭିଟିଓର ଅନ୍ୟ ଫରେନସିକ ରିର୍ପୋଟ ନେଗେଟିଭ ଆସିଥିଲା। ଭାଇରାଲ ଭିଡିଓ ଅନୁସାରେ କୁହାଯାଉଛିକି କରନଙ୍କ ଘରେ ଡ୍ରଗସ ପାର୍ଟି ହୋଇଥିଲା। ଗାନ୍ଧୀ ନଗରର ଏଫଏସଏଲ ଟିମ ଭିଡିଓରେ ଦେଖିବାକୁ ମିଳିଥିବା ଧଳା ରଙ୍ଗର ଇମେଜର ରିଫ୍ଲେକ୍ଶନ ଅଫ ଲାଇଟି କହୁଥିଲେ। ଏଫଏସଏଲ କ୍ଲିନ ଚିଟ ଦେଇ ରିର୍ପୋଟରେ ଲେଖିଥିଲେ କି ଭିଡିଓରେ ଡ୍ରଗସ ପରି କେତକ ପଦାର୍ଥ ବା ଅନ୍ୟ ମେଟେରିଆଲ ଦେଖା ଯାଇନାହିଁ। ଏହା ପୂର୍ବରୁ ଭିଡିଓର ପ୍ରଥମ ଫରିନସି୍କ ରିର୍ପୋଟ ସେପ୍ଟେମ୍ବରର ଶେଷ ସପ୍ତାହରେ ଏନସିବିକୁ ମିଳିଥିଲା। ଏହି ରିର୍ପୋଟରେ ଭିଡିଓକୁ ବାସ୍ତବିକ କୁହାଯାଇଥିଲା। ଏହା ସହିତ ଏଥିରେ କେଉଁ ପ୍ରକାରର ଏଡିଟିଙ୍ଗରୁ ମନା କରାଯାଇଥିଲା।

କରନ ଯୋହାର ସେହି ପାର୍ଟିକୁ ନେଇ ଦାବି କରାଯାଉଛି କି କରନଙ୍କ ପାର୍ଟିରେ ଡ୍ରଗସ ବ୍ୟବହାର କରା ଯାଇଥିଲା। ଏଥିରେ ଦୀପିକା ପାଦୁକନ, ମଲାଈକା ଅରୋଡା, ଅର୍ଜୁନ କପୁର, ସାହିଦ କାପୁର, ମୀରା ରାଜପୂତ, ବରୂଣ ଧବନ, ଜୋଧା ଅଖ୍ତର, ବିକୀ କୌଶଲ, ଅୟାନ ମୁଖାର୍ଜୀ ଏବଂ ରଣବୀର କାପୁରଙ୍କ ସହିତ ଅନ୍ୟ ଲୋକମାନେ ଉପସ୍ଥିତ ଥିଲେ। ପାର୍ଟିରେ ନିଜେ କରନ ଯୋହାର ସମସ୍ତଙ୍କ ଭିଡିଓ ବନାଉଥିଲେ। ୨୯ ସେକେଣ୍ଡର ଏହି ଭିଡିଓରେ କରନ ଯୋହାର ସେଠାରେ ଉପସ୍ଥିତ ଥିବା ସବୁ ଲୋକମାନଙ୍କ ଉପରେ ଫୋକସ କରୁଥିଲେ। ଏଥିରେ କେତେକ ଆକ୍ଟ୍ରସେ କରନଙ୍କ ନାମ ନେଉଥିଲେ। ଏହି ଭିଡିଓ ଭାଇରାଲ ହେବାପରେ ଏହି ପାର୍ଟିରେ ଡ୍ରଗସ ବ୍ୟବହାର ହୋଇଥିବାର ଆରୋପ ଲଗା ଯାଇଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *