ଗର୍ଭରୁ ବାହାରିବା ମାତ୍ରେ ହିଁ ଡାକ୍ତରଙ୍କ ମାସ୍କ ଟାଣିନେଲା ନବଜାତ, ଲୋକମାନେ କହିଲେ କରୋନା ଶେଷ ହେବାର ଶୁଭ ସଂକେତ|

ବର୍ତ୍ତମାନ ଦୁନିଆ କରୋନା କବଳରେ ପଡି ଅସ୍ତବ୍ୟସ୍ତ ହୋଇପଡିଛି| ଏହି ଭାଇରସ ସମସ୍ତଙ୍କର ଜୀବନକୁ ପ୍ରଭାବିତ କରିଛି| ନା ଏହି ଭାଇରସ ସଂକ୍ରମଣର ସଂଖ୍ୟାରେ ହ୍ରାସ ହେଉଛି ନା ଏହାର କୌଣସି ଚିକିତ୍ସା ବାହାରି ପାରୁଛି| ଏମିତିରେ ଲୋକଙ୍କୁ ଖାଲି ଅପେକ୍ଷା ରହିଛି ଯେ କିଛି ଚମତ୍କାର ହୋଇଯାଉ ଏବଂ ଏହି ଭାଇରସ ନଷ୍ଟ ହୋଇଯାଉ| ଏହି ସମୟରେ ସୋସିଆଲ ମିଡିଆରେ ଗୋଟିଏ ନବଜାତ ଶିଶୁର ଫୋଟୋ ସହିତ ଲୋକମାନେ କରୋନା ଶେଷ ହେବାର ଆଶା ପ୍ରକଟ କରିଛନ୍ତି|

ଦୁବାଇରୁ ଆସିଛି ଆଶାର କିରଣ:

ଜାନୁଆରୀ ମାସରୁ ଆରମ୍ଭ ହୋଇଥିବା ଏହି ମହାମାରୀ ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆର ପ୍ରାୟ ସମସ୍ତ ଦେଶରେ ନିଜର କାୟା ବିସ୍ତାର କରି ସାରିଛି| ଏମିତିରେ ସମସ୍ତ ଦେଶ ଏଥୁରୁ ରକ୍ଷା ପାଇବା ପାଇଁ ମାସ୍କ ଲଗାଇବା ଜରୁରୀ କରି ଦେଇଛନ୍ତି| ମାସ୍କ ଲଗାଇବା ଦ୍ୱାରା ଏହି ଭାଇରସ ସଂକ୍ରମଣର ସମ୍ଭାବନା ବହୁ ମାତ୍ରାରେ କମ ହୋଇଯାଇଥାଏ| ଦୁବାଇରୁ ଡାକ୍ତର ସମର ଚେଅବ ନିଜ ଇନଷ୍ଟାଗ୍ରାମରେ ଏକ ଫୋଟୋ ସେୟାର କରିଥିଲେ| ଏଥିରେ ଗୋଟିଏ ନବଜାତ ଶିଶୁକନ୍ୟା ତାଙ୍କ ମାସ୍କ ଟାଣୁଥିବାର ନଜର ଆସୁଛନ୍ତି| ଏହି ଫାଟକୁ ସେ ଫେସବୁକରେ ମଧ୍ୟ ସେୟାର କରିଛନ୍ତି|

ଭାଇରାଲ ହୋଇଗଲା ଫୋଟୋ:

ଗୋଟିଏ ସପ୍ତାହ ପୂର୍ବରୁ ଡାକ୍ତର ଏହି ଫାଟକୁ ସେୟାର କରିଥିଲେ| ବର୍ତ୍ତମାନ ଲୋକମାନେ ଏହାକୁ ସେୟାର କରୁଛନ୍ତି| ଅନେକ ଲୋକ ଏହାକୁ ୨୦୨୦ରେ ଏକ ନୂତନ ଆଶା ଭାବରେ ଦେଖୁଛନ୍ତି| ଜଣେ ବ୍ୟବହାରକାରୀ ଏଥିରେ କମେଣ୍ଟ କରିଥିଲେ ଯେ ହୁଏତ ବର୍ତ୍ତମାନ ଖୁବଶୀଘ୍ର ମାସ୍କ ହଟିବାର ସମୟ ଆସିଯିବ| ସେହିପରି କିଛି ଲୋକ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ପୋଷ୍ଟ ଠାରୁ ଏହାକୁ ସବୁଠୁ ସୁନ୍ଦର ବୋଲି କହିଛନ୍ତି|

ମାର୍ଚ୍ଚରେ ସୃଷ୍ଟି ହୋଇଥିଲା ଆଶା:

ଏହା ପୂର୍ବରୁ ମାର୍ଚ୍ଚ ମାସରେ ଇଟାଲୀର ଏକ ହସ୍ପିଟାଲରେ ମଧ୍ୟରେ ଏକ ନବଜାତ ଶିଶୁର ଫୋଟୋକୁ ଆଶାର କିରିନ ବୋଲି କୁହାଯାଇଥିଲା| ସେହି ସମସ୍ତ ପିଲାଙ୍କୁ ଯିଏକି କରୋନା ସମୟରେ ଜନ୍ମ ଗ୍ରହଣ କରିଥିଲେ ତାଙ୍କୁ ନୂତନ କିରଣ କୁହାଯାଇଥିଲା| ଏଥିରୁ ଶିକ୍ଷା ମିଳୁଛି ଯେ କୌଣସି ମଧ୍ୟ ସମସ୍ୟା ରହୁ ନା କାହିଁକି ଜୀବନ ଅଟକି ନଥାଏ| ଲୋକମାନଙ୍କୁ ବର୍ତ୍ତମାନ କେବଳ ଏକ ଚମତ୍କାରର ଅପେକ୍ଷା ରହିଛି, ଯାହା କରୋନାକୁ ଶେଷ କରି ସବୁକିଛି ସାଧାରଣ କରିଦେବ|

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *