ସମୁଦ୍ର କୂଳରେ ବୁଲୁଥିଲେ ଗରିବ ମତ୍ସ୍ୟଜୀବୀ, ବାଲିରୁ ମିଳିଲା କମଳା ରଙ୍ଗର ବସ୍ତୁ ତାପରେ ହୋଇଗଲେ କୋଟିପତି

ଭାଗ୍ୟ ବହୁତ ବଡ଼ ହୋଇଥାଏ। ଏହାଦ୍ଵାରା ଜଣେ ଗରିବ ବ୍ୟକ୍ତି ମଧ୍ୟ ଧନୀ ହୋଇଯାଇଥାଏ। ବର୍ତମାନ ଥାଇଲାଣ୍ଡରେ ରହୁଥିବା ୩୭ବର୍ଷୀୟ ମତ୍ସଜୀବୀ Hatchai Niyomdechaକୁ ହିଁ ନେଇ ନିଅନ୍ତୁ।Hatchai ଏକ ଗରିବ ପରିବାର ଅଟନ୍ତି। ତାଙ୍କ ପରିବାରର ଆର୍ଥିକ ସ୍ଥିତି ସବୁବେଳେ ଅଭାବରେ ରହିଥାଏ।ସେ ଦିନରାତି ସମୁଦ୍ରରୁ ମାଛଧରି ନିଜ ପରିବାରର ପେଟ ପୋଷିଥାନ୍ତି।

ଏବେ Hatchaiଙ୍କ ହାତ ଏକ ଏମିତି ଅମୂଲ୍ୟ ପଦାର୍ଥ ଉପରେ ପଡିଥିଲା ଯାହାକି ତାଙ୍କ ଭାଗ୍ୟକୁ ବଦଳାଇ ଦେଇଥିଲା। ମାସରେ କିଛି ଟଙ୍କା ରୋଜଗାର କରୁଥିବା ଏହି ମତ୍ସ୍ୟଜୀବୀଙ୍କ ହାତରେ ସଙ୍ଗେସଙ୍ଗେ କୋଟିପତି ହେବାର ଚାବି ଲାଗି ଯାଇଛି। ବାସ୍ତବରେ Hatchaiଙ୍କୁ ସମୁଦ୍ର ତଟରୁ ଏକ ଅମୂଲ୍ୟ ଏବଂ ବହୁତ ସୁନ୍ଦର କମଳା ରଙ୍ଗର ମୋତି ମିଳିଥିଲା।

ଏହି ମୋତିଟି ଗୋଟିଏ ଶାମୁକା ଭିତରେ ଥିଲା। ଏହାକୁ ଦେଖିବା ପରେ ସେ ନିଜ ଭାଇଙ୍କୁ ଡ଼ାକିଥିଲେ। ପୁଣି ଦୁଇଜଣ ଯାକ ଏହାକୁ ଘରକୁ ନେଇ ଯାଇଥିଲେ ଯେଉଁଠାରେ ସେ ନିଜ ବାପାଙ୍କୁ ଏହି ଶାମୁକା ଦେଖାଇଥିଲେ। ବାପା ଯେତେବେଳେ ଏହି ଶାମୁକାକୁ ଖୋଲିଥିଲେ ତ ତା ଭିତରେ ଥିବା ବସ୍ତୁକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ଭିତରେ ଏକ ଚମକୁଥିବା କମଳା ରଙ୍ଗର ମୋତି ଥିଲା। ଆଶ୍ଚର୍ଯ୍ୟଜନକ କଥା ଏହା ଥିଲା କି ବଜାରରେ ଏହି ପ୍ରକାର ମୋତିର ମୂଲ୍ୟ କୋଟିକୋଟି ଟଙ୍କା ଅଟେ।

Hatchai କହିଛନ୍ତି କି ଜଣେ ବଡ଼ବଡ଼ ନିଶ ଥିବା ବ୍ୟକ୍ତି ମୋତେ କୂଳକୁ ଆସିବାକୁ କହିଥିଲେ। ସେଠାରୁ ମୋତେ ଅଚାନକ ଏହି ମୋତି ମିଳିଥିଲା। ଜଣା ଯାଉଛି କି ସାଧାରଣ ଭାବରେ ଲୋକମାନଙ୍କୁ ଏମିତି ମୋତି ସମୁଦ୍ରର ଗର୍ଭରୁ ମିଳିଥାଏ କିନ୍ତୁ Hatchaiଙ୍କ ଭାଗ୍ୟ ଏତେ ଭଲ ଥିଲା କି ତାଙ୍କୁ ଏହା ସମୁଦ୍ର ତଟରୁ ବିନା କୌଣସି କଷ୍ଟରେ ହିଁ ମିଳି ଯାଇଥିଲା।

Hatchaiଙ୍କ ଇଚ୍ଛା ଅଛି କି ସେ ଏହି ମୋତିକୁ ଅଧିକରୁ ଅଧିକ ମୂଲ୍ୟରେ ବିକ୍ରୀ କରିବେ। ଏହିପରି ତାଙ୍କର ଏବଂ ତାଙ୍କ ପରିବାରର ଜୀବନ ସଂପୂର୍ଣ୍ଣ ଭାବରେ ବଦଳି ଯିବ। ପରିଶେଷରେ ଚୀନର ଏକ ବେପାରୀ ସହ ଏହି ମୋତିର ସୌଦା କରିବା ପାଇଁ କଥା ହୋଇଛନ୍ତି। ତାଙ୍କର ଆଶା ଅଛି କି ଏହି ମୋତି ବଦଳରେ ତାଙ୍କୁ ୧୦ମିଲିୟନ ଥାଇ ବା ପାଖାପାଖି ୨କୋଟି ଟଙ୍କା ମିଳିଯିବ।

ଏହି କଥାରେ କୈାଣସି ସନ୍ଦେହ ନାହିଁ କି ମତ୍ସ୍ୟଜୀବୀ ବହୁତ ଭାଗ୍ୟଶାଳୀ ଅଟନ୍ତି। ସେ ଜୀବନସାରା ଗରିବ ଭାବରେ ଚଳିଛନ୍ତି। ବର୍ତମାନ ବିନା କୌଣସି ପରିଶ୍ରମରେ ସେ କୋଟିପତି ହେବାକୁ ଯାଉଛନ୍ତି। ଏମିତି ଭାଗ୍ୟ ସମସ୍ତଙ୍କୁ ମିଳି ନଥାଏ। କିଛି ମଧ୍ଯମ ଶ୍ରେଣୀର ଲୋକତ ଦିନସାରା ପରିଶ୍ରମ କରିବା ପରେ ମଧ୍ୟ ପୂରା ଜୀବନରେ ଦୁଇକୋଟି ଟଙ୍କା ରୋଜଗାର କରି ପାରନ୍ତି ନାହିଁ। ଏମିତି ଭାଗ୍ୟ ଯଦି ଆମର କିମ୍ବା ଆପଣଙ୍କର ହୋଇଯିବ ତାହେଲେ ପୁଣି କ’ଣ ଆଉ କହିବି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *