ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଏହି ପାକିସ୍ତାନୀ ଅଭିନେତ୍ରୀ, ଫୋଟୋରେ ଦେଖିବାକୁ ମିଳିଛି ତାଙ୍କର ଗ୍ଲେମରସ ଅବତାର

ପାକିସ୍ତାନ ଏବଂ ହିନ୍ଦୁସ୍ତାନ ମଧ୍ୟରେ ସବୁବେଳେ ଟକ୍କର ଦେଖିବାକୁ ମିଳିଥାଏ | ଘୃଣାର ପରିବେଶ ସବୁବେଳେ ସମ୍ପର୍କରେ ତିକ୍ତତା ରଖିଥାଏ | କିନ୍ତୁ ସିନେମା ଜରିଆରେ ଅନେକଥର ଏହି ଦୁଇଦେଶ ପରସ୍ପରର ନିକଟବର୍ତ୍ତୀ ହୋଇଛନ୍ତି | ଏପରି ଅନେକ ପାକିସ୍ତାନୀ କଳାକାର ଅଛନ୍ତି ଯେଉଁମାନେ ହିନ୍ଦୁସ୍ତାନରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବନାଇଛନ୍ତି | ବର୍ତ୍ତମାନ ଆଉ ଜଣେ ପାକିସ୍ତାନୀ ଅଭିନେତ୍ରୀ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି |

 Aleeze Nasser

ଆମେ କହୁଛୁ ପାକିସ୍ତାନୀ ଅଭିନେତ୍ରୀ Aleeze Nasserଙ୍କର, ଯିଏକି ବହୁତ ଶୀଘ୍ର ନିଜର ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି | Aleeze Nasser “ୟାରା ଭେ” ନାମକ ଫିଲ୍ମ ଜରିଆରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି |

 Aleeze Nasser

Aleeze Nasser ପାକିସ୍ତାନୀ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ ଅଟେ | ସେ ୟଲଗାର ପରି ଉନ୍ନତ ଫିଲ୍ମରେ ନିଜର ଅଭିନୟ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିଲେ | ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ରହିଛନ୍ତି |

 Aleeze Nasser

ଅଭିନେତ୍ରୀ ସୋସିଆଲ ମିଡ଼ିଆ ଜରିଆରେ ନିଜର ପ୍ରଶଂସକ ମାନଙ୍କର ସବୁବେଳେ ନିକଟବର୍ତ୍ତୀ ରହିବା ପାଇଁ ଚେଷ୍ଟା କରିଥାନ୍ତି | ତାଙ୍କ ସମସ୍ତ ଫୋଟୋ ଦୀର୍ଘ ସମୟ ପର୍ଯ୍ୟନ୍ତ ଟ୍ରେଣ୍ଡ କରୁଥିବାର ନଜର ଆସିଥାଏ | ତାଙ୍କ ଲୁକ ସବୁବେଳେ ଚର୍ଚ୍ଚାର ବିଷୟ ହୋଇରହିଥାଏ |

 Aleeze Nasser

Aleeze Nasser ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ସିନେମାକୁ ଛାଡିଲେ ଅନ୍ୟ କେଉଁଠି ଟ୍ରେଣ୍ଡ କରି ନାହାନ୍ତି | ଏମିତିରେ ତାଙ୍କର ବର୍ତ୍ତମାନ ବଲିଉଡରେ ଏଣ୍ଟ୍ରି କୌଣସି ବଡ ଚ୍ୟାଲେଞ୍ଜରୁ କମ ନୁହେଁ | ନିଜେ Aleeze Nasser ମଧ୍ୟ ଏହାକୁ ନିଜ ପାଇଁ ଏକ ବଡ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରୁଛନ୍ତି |

ଏକ ନ୍ୟୁଜ ପୋର୍ଟାଲକୁ ଦେଇଥିବା ସାକ୍ଷାତକାରରେ Aleeze Nasser କହିଛନ୍ତି ଯେ ସେ ସବୁବେଳେ ବଲିଉଡରେ କାମ କରିବା ପାଇଁ ସ୍ବପ୍ନ ଦେଖୁଥିଲେ | ତାଙ୍କ ଦୃଷ୍ଟିରେ ଏଠାକାର ଲୋକ ବହୁତ ଦୟାଳୁ ଅଟନ୍ତି | ସେ ସର୍ବଦା ହିନ୍ଦୀ ଫିଲ୍ମର ଅଭିନେତ୍ରୀ ହେବାକୁ ଚାହୁଁଥିଲେ |

ଏହାଛଡା Aleeze Nasserଙ୍କ ହୃଦୟରେ ଏପରି ଏକ ଇଚ୍ଛା ମଧ୍ୟ ରହିଛି ଯେ ସେ ବଲିଉଡ ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି | Aleeze Nasserଙ୍କ ମନରେ ଇଚ୍ଛା ରହିଛି ଯେ ସେ ଦିନେ ବଲିଉଡ ବାଦଶାହ ଶାହରୁଖ ଖାନଙ୍କ ସହିତ କାମ କରିବେ |

ସେ ଶାହରୁଖ ଖାନଙ୍କର ବହୁତ ବଡ ପ୍ରଶଂସକ ଅଟନ୍ତି ଏବଂ ତାଙ୍କ ସହିତ କାମ କରିବାର ସ୍ବପ୍ନ ଦେଖୁଛନ୍ତି | କିନ୍ତୁ Aleeze Nasserଙ୍କ ମୁତାବକ ସେ ଥରକରେ କେବଳ ନିଜର ଗୋଟିଏ ସ୍ବପ୍ନ ପୁରାଣ କରିବାକୁ ଚାହୁଁଛନ୍ତି | ତାଙ୍କୁ ସମ୍ପୂର୍ଣ୍ଣ ଭରସା ରହିଛି ଯେ ସେ ବଲିଉଡର ଟପ ଷ୍ଟାର ମାନଙ୍କ ସହିତ ଫିଲ୍ମ କରିବେ |

ଯେଉଁ ଫିଲ୍ମ ଜରିଆରେ Aleeze Nasser ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି ତା’ର କାହାଣୀ ବଲିଉଡ ଲେଖକ Althea Kaushal ଲେଖିଛନ୍ତି | ସେ ଏହାପୂର୍ବରୁ ଶାହରୁଖଙ୍କର ଫିଲ୍ମ ହାପି ନ୍ୟୁ ଇୟର ଉପରେ ମଧ୍ୟ କାମ କରି ସାରିଛନ୍ତି |

Aleeze Nasserଙ୍କ ପୂର୍ବରୁ ସବା କମର, ମାହିରା ଖାନ ଏବଂ ଫବାଦ ଖାନଙ୍କ ପରି ପାକିସ୍ତାନୀ ସେଲିବ୍ରେଟି ବଲିଉଡରେ ନିଜର ଭାଗ୍ୟ ପରୀକ୍ଷଣ କରି ସାରିଛନ୍ତି | ବର୍ତ୍ତମାନ Aleeze Nasser କଣ ନୂତନ କମାଲ କରୁଛନ୍ତି ଏହା ଦେଖିବାର ବାକି ରହିଛି |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *