ଆମେରିକା: ଚଳନ୍ତା ବିମାନର ଦ୍ୱାର ଖୋଲି ବାହାରକୁ ବାହାରିଆସିଲେ ୨ ଜଣ ବ୍ୟକ୍ତି। ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ବିମାନ। ଏପରି ଘଟଣା ଘଟିଛି ଆମେରିକାରେ। ମିଳିଥିବା ସୂଚନା ଅନୁସାରେ, ବିମାନ ଉଡ଼ାଣ ପାଇଁ ରନୱେ କ୍ଲିଅର୍ କରାଗଲା ପରେ ଯେତେବେଳେ ବିମାନ ରନୱେ ଆଡକୁ ଯାଉଥିଲା, ଠିକ୍ ଏତିକିବେଳେ ଜରୁରୀକାଳୀନ ଫାଟକ ଖୋଲି ସକ୍ରିୟ ଥିବା ସ୍ଲାଇଡରରୁ ଦୁଇଜଣ ଲୋକ ବାହାରି ଆସିଥିଲେ।
ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ, ଘଟଣା ଘଟିଛି ସୋମବାର ଦିନ, ଯେଉଁଦିନ ନ୍ୟୁୟର୍କରୁ ଆଟଲାଣ୍ଟା ଅଭିମୁଖେ ଉଡାଣ କରୁଥିଲା ବିମାନ। ୩୧ ବର୍ଷିୟ ଆଣ୍ଟୋନିଓ ମର୍ଡକ ଏବଂ ୨୩ ବର୍ଷିୟ ବ୍ରିଆନା ଗ୍ରେସୋଙ୍କ ସହ ଏକ କୁକୁର ମଧ୍ୟ ବିମାନରୁ ବାହାରି ଆସିଥିବା ନେଇ ସୂଚନା ପ୍ରକାଶ ପାଇଛି। ତେବେ ଏହି ଘଟଣା ଘଟିବା ପରେ ଉଭୟଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି।
ସୂଚନାରୁ ଜଣାପଡିଛି ଯେ ଗିରଫ ହୋଇଥିବା ଉଭୟ ଯାତ୍ରୀ ଫ୍ଲୋରିଡାର। ଯାତ୍ରୀମାନେ ହଠାତ୍ ଜରୁରୀକାଳୀନ ଫାଟକ ଖୋଲିବା ପୂର୍ବରୁ ବିମାନରେ ଅନେକ ଥର ସିଟ୍ ଅଦଳବଦଳ କରିଥିଲେ। ତେବେ ପରେ କୌଣସି ଅନୁମତି ବିନା ସିଧାସଳଖ ଭାବରେ ବିମାନର ଫାଟକ ଖୋଲିଦେଇଥିଲେ। ତେବେ ପରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସେମାନଙ୍କ ଉପରେ କୌଣସି ପ୍ରକାର ସନ୍ଦେହ ହୋଇନଥିଲା। ତେଣୁ ସେମାନେ କାହିଁକି ଏମିତି କଲେ ତାହାକୁ ନେଇ ସମସ୍ତ ଯାତ୍ରୀବାହୀ ଆଶ୍ଚର୍ଯ୍ୟ ମାନେ କରିଛନ୍ତି ବୋଲି ସେମାନେ ପରିପ୍ରକାଶ କରିଛନ୍ତି। ଗିରଫ ହୋଇଥିବା ୨ ବ୍ୟକ୍ତିଙ୍କୁ ପୋଲିସ ଛାଡି ଦେଇଛି,କିନ୍ତୁ ସୋମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।