କେତେବେଳେ ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ଥିଲେ ରୀଦ୍ଧୀ ଡୋଗରା, ତଲାଖ ପରେ ଏପରି ହୋଇଯାଇଛି ଜୀବନ

ରୀଦ୍ଧୀ ଡୋଗରା ଟିଭି ଜଗତର ସବୁଠାରୁ ସୁନ୍ଦର ଏବଂ ଆକର୍ଷକ ଚେହାରା ଅଟେ। ରୀଦ୍ଧୀଙ୍କ ଫ୍ୟାନ୍ସ ମଧ୍ୟ ଲକ୍ଷ ଲକ୍ଷ ଅଟନ୍ତି। ରୀଦ୍ଧୀ ସେତେବେଳେ ତାଙ୍କ ଫ୍ୟାନ୍ସଙ୍କୁ ଏକ ଝଟକା ଦେଇଥିଲେ ଯେତେବେଳେ ସେ ତାଙ୍କ ସ୍ବାମୀ ରାକେଶ ବାପଟଙ୍କୁ ତଲାଖ ଦେଇଥିଲେ। ରୀଦ୍ଧୀ ଏବଂ ରାକେଶଙ୍କ ବିବାହକୁ ୭ ବର୍ଷ ହୋଇ ସାରିଥିଲା। ଏମାନେ ଏହି ୭ ବର୍ଷର ବୈବାହିକ ସମ୍ପର୍କକୁ ଭାଙ୍ଗି ଅଲଗା ହେବାକୁ ପସନ୍ଦ କଲେ।

ଅଭିନେତ୍ରୀ ରୀଦ୍ଧୀ ଏବଂ ରାକେଶ ୨୦୧୯ରେ ଅଲଗା ହୋଇଥିଲେ। ସେ ଦୁଇ ଜଣ ଏକାଠି ଏହି କଥାର ଖବର ସେୟାର କରି ନିଜ ଫ୍ୟାନ୍ସଙ୍କୁ ଜଣାଇ ଥିଲେ। ଏହାପରେ ରୀଦ୍ଧୀ ଏକ ଇନଣ୍ଟରବ୍ୟୁରେ କହିଥିଲେ କି ଏବେ ରାକେଶ ଏବଂ ସେ ଏବେ ଏକ ଭଲ ସାଙ୍ଗ ଭାବେ ରହିବେ। ଆମ ଦୁଇ ଜଣଙ୍କ ମଧ୍ୟରେ compatibilityର ମାମଲା ରହିଛି। ମୁଁ ଏହାକୁ ଆମ ଦୁଇ ଜଣଙ୍କ ପାଇଁ ଡ୍ରାମେଟିକ ବନେଇବାକୁ ଚାହୁଁ ନାହିଁ। ଆମେ ଦୁଇ ଜଣ ଏହି ନିସ୍ପତିରେ ବହୁତ ସାବଧାନତା ଏବଂ ପରିପକ୍ବତା ସହିତ ଏହି ମାହୋଲକୁ ସମ୍ଭାଳିବାକୁ ଚେଷ୍ଟା କଲୁ ଯେମିତି ଆମେ ଆମ ପରିବାର ସହିତ ପରସ୍ପରକୁ କଷ୍ଟ ନ ଦେଉ। ଆମ ଦୁଇ ଜଣଙ୍କୁ ପରେ ଅନୁଭବ ହେଲାକୁ ଆମେ ସ୍ବାମୀ-ସ୍ତ୍ରୀ ଅପେକ୍ଷା ସାଙ୍ଗ ହୋଇ ରହିଲେ ବହୁତ ଖୁସିରେ ରହିବୁ।

ଏବେ କାହାର ଆବଶ୍ୟକତା ନାହିଁ

ଏକ ଇନଣ୍ଟରବ୍ୟୁରେ ନଜେ ରୀଦ୍ଧୀ ଡୋଗରା କହିଥିଲେ କି ‘ଏବେ ତାଙ୍କୁ ନିଜକୁ ପୁରା କରିବାକୁ ଅନ୍ୟ କାହର ଆବଶ୍ୟକତା ନାହିଁ ‘। ଯେବେ ୨୦୧୯ରେ ମୋର ତଲାଖ ହୋଇଥିଲା ସେବେଠାରୁ ମୁଁ ମୋ ନିଜ ହିସାବରେ ବଞ୍ଚିବା ଆରମ୍ଭ କରି ଦେଇଛି। ମୁଁ ଆଗରୁ କେବେବି ଏକଲା ରହି ନାହିଁ କିନ୍ତୁ ଏବେ ତଲାଖ ପରେ ଏକଲା ରହିବାର ଅଭ୍ୟାସ ହୋଇ ଗଲାଣି। ଯେଉଁଠି ମୁଁ ରହୁଛି ତାର କିଛି ତଳ ଫ୍ଲୋରରେ ମୋ ଭାଈ ରହୁଛି। ମୋ ସମ୍ପର୍କୀୟ ମତେ ଦେଖା କରିବାକୁ ଆସନ୍ତି।

 

View this post on Instagram

 

A post shared by ℎ (@iridhidogra)

ଯେତେବେଳେ ୨୦୨୦ରେ ଲକଡାଉନ ହେଲା ସେତେବେଳେ ମୁଁ ନିଜେ ନିସ୍ପତି ନେଲି କି ଏବେ ଏକଲା ରହିବାର ଅଭ୍ୟାସ କରିବାକୁ ପଡିବ। ମୁଁ ନିଜକୁ ନିଜେ ଧନ୍ୟବାଦ ଦେବାକୁ ଚାହୁଁଛି କି କାରଣ ମୁଁ ସେ ଯୁଦ୍ଧ ଜିତି ଯାଇଛି । ଏବେ ମୁଁ ମୋ ନିଜ ସହିତ ଏକ ସ୍ବସ୍ଥ ସମ୍ପର୍କ ବନେଇ ନେଇଛି।

ରୀଦ୍ଧୀଙ୍କୁ ଯେତେବେଳେ ଏହି ବିଷୟରେ ପଚରା ଯାଇଥିଲା କି ତୁମେ ତଲାଖ ପରେ କିପରି ଚଳୁଛ? ଏହି ପ୍ରଶ୍ନର ସେ ଉତ୍ତର ଦେଇଥିଲେ କି – କିଏ ନ ଚାହେଁ ଯେ ସେ କାମ ସାରି ଘରକୁ ଫେରିଲା ବେଳକୁ ତାଙ୍କୁ କିଏ ଅପେକ୍ଷା କରୁଥିବ ବୋଲି। ମତେ ବି ଏକ ପାର୍ଟନର ଅନୁପସ୍ଥିତିର ଅନୁଭବ ହେଉଛି କିନ୍ତୁ ଏବେ ମୁଁ ନିଜ ସହ ଏନଜଏ କରୁଛି। ଏହା ଆମ ସମସ୍ତଙ୍କ ପାଇଁ ବହୁତ ଜରୁରୀ କି ଆମେ ଆମ ନିଜ ସହିତ ଏକ ଭଲ ସମ୍ପର୍କ ରଖିବା ଆବଶ୍ୟକ।

 

View this post on Instagram

 

A post shared by ℎ (@iridhidogra)

ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ବିବାହପରେ ସେମାନେ ବହୁତ ଏକଲା ପଡିଯାନ୍ତି। ମୋର ଏହା କହିବାର ଅର୍ଥ ଏହା ହେଉଛି କି – ଆମେ ଆମକୁ ପୁରୁଣ କରିବକୁ ଅନ୍ୟ କାହାର ଆବଶ୍ୟକତା ଦରକାର ନାହିଁ। ଜୀବନରେ କିଏ ଆସୁଛି କିଏ ଯାଉଛି ତାର କିଛି ବି ଫରକ ନ ପଡିବା ଦରକାର। ନିଜେ ନିଜ ସହ କଥା ହେବା ସିଖିଯାଅ।

ରୀନ୍ଧୀ ନିଜ ସମ୍ପର୍କ ବିଷୟରେ ଆଗକୁ କହିଛନ୍ତି କି ମୁଁ ଏବଂ ରାକେଶ କେବେ କେବେ ଦେଖାକରୁ ଏବଂ ମୁଁ ଏବେ ଯାଏ ବି ତାଙ୍କୁ ମୋ ପରିବାର ର ସଦସ୍ୟ ବୋଲି ଭାବେ। ଅଧିକାଂଶ ଏହା ଭାବନ୍ତି କି ଆକ୍ଟର ମାନେ ତଲାଖ ଦେବାପରେ ତାଙ୍କ ଜୀବନରେ ଆଗକୁ ବଢିଯାନ୍ତି କିନ୍ତୁ ଏହା ସତ ନୁହେଁ। ରାକେଶ ଏବଂ ମୁଁ ଏବେ ଭଲ ସାଙ୍ଗ ଅଟୁ। ମୋ ଜୀବନରେ ଆଜି ଯାହା ବି ଅଛି ତାଙ୍କ ପାଇଁ ଭଗବାନଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *