ଦୁବାଈର ଶାସକ ଶେଖ ମୋହମ୍ମଦ ବିନ ରାଶିଦ ଅଲ ମକତୁମଙ୍କର ରାଜକୁମାରୀ ସ୍ତ୍ରୀ ହୟା ବଡିଗାର୍ଡଙ୍କୁ ନିଜର ସମ୍ପର୍କ ବିଷୟରେ ଚୁପ ରହିବା ପାଇଁ ପାଖାପାଖି ୧୨ କୋଟି ଟଙ୍କା ଦେଇଛନ୍ତି। ବ୍ରିଟେନର କୋର୍ଟରେ ଚାଲୁଥିବା ଶୁଣାଣି ଆଧାରରେ ଡେଲି ମେଲ ଏହି ଦାବି କରିଛନ୍ତି। ଦୁବାଈର ଶାସକ ରାଜକୁମାରୀ ହୟାଙ୍କୁ ନକହି ଶରିୟା କାନୁନ ଅନୁସାରେ ସେ ୨୦୧୯ ଫେବୃଆରୀ ରେ ତଲାଖ ଦେଇଥିଲେ।
ରିର୍ପୋଟ ଅନୁସାରେ ରାଜକୁମାରୀ ହୟାଙ୍କ ବଡିଗାର୍ଡ ବିବାହିତ ଥିଲେ। କିନ୍ତୁ ଅଫେୟର ପାଇଁ ବଡିଗାର୍ଡଙ୍କର ବିବାହ ଭାଙ୍ଗି ଯାଇଥିଲା। ରାଜକୁମାରୀ ହୟା ଦୁବାଈ ଛାଡି ଦେଇଛନ୍ତି ଏବଂ କେତେ ବର୍ଷ ଧରି ବ୍ରିଟେନରେ ରହୁଛନ୍ତି। ପିଲାଙ୍କର କଷ୍ଟୋଡି ପାଇଁ ରାଜକୁମାରୀ ହୟା ବ୍ରିଟେନ ଅଦାଲତରେ ମକଦ୍ଦମା କରିଥିଲେ ଏବଂ ହୟାଙ୍କ ପକ୍ଷ୍ୟରେ ନିସ୍ପତି ଆସିଥିଲା।
ରାଜକୁମାରୀ ହୟା ନିଜର ବଡିଗାର୍ଡଙ୍କୁ ବହୁତ ମହଙ୍ଗା ଉପହାର ଦେଉଥିଲେ। ଯେଉଁଥିରେ ୧୨ ଲକ୍ଷର ଘଣ୍ଟା, ୫୦ ଲକ୍ଷର ବନ୍ଧୁକ ପରି ଜିନିଷ ସାମିଲ ଥିଲା । ରାଜକୁମାରୀ ହୟା ଦୁବାଈର ଶାସକ ଶେଖ ମହମଦ୍ଦ ବିନ ରାଶିଦ ଅଲ ମକତୁମ ଙ୍କର ଷଷ୍ଠ ଏବଂ ସବୁଠାରୁ କମ ବୟସର ସ୍ତ୍ରୀ ଥିଲେ। ବୁଝା ଯାଉଛି କି ଆଫେୟର ୨୦୧୬ରୁୁ ଆରମ୍ଭ ହୋଇଥିଲା ଏବଂ ସେତେବେଳେ ସେହି ବଡିଗାର୍ଡ ରାଜକୁମାରୀ ହୟାଙ୍କର କାମରେ ଲାଗାଯାଇଥିଲେ।
ରିର୍ପୋଟ ଅନୁସାରେ ୪୬ ବର୍ଷ ବୟସର ରାଜକୁମାରୀ ହୟାଙ୍କର ବ୍ରିଟେନର ୩୭ ବର୍ଷିୟ ବଡିଗାର୍ଡ ରସେଲ ଫ୍ଲାବରଙ୍କ ସହିତ ପାଖାପାଖି ଦୁଇ ବର୍ଷର ଆଫେୟର ରହିଥିଲା। ଏହା ମଧ୍ୟ କୁହାଯାଉଛି କି ରାଜକୁମାରୀ ହୟା ତିନି ଅନ୍ୟ ବୟଫ୍ରେଣ୍ଡଙ୍କ ସହିତ ରସେଲଙ୍କୁ ମଧ୍ୟ ନିଜର ସମ୍ପର୍କ ବିଷୟରେ ଚୁପ ରହିବା ପାଇଁ କୋଟି କୋଟି ଟଙ୍କା ଦେଇଥିଲେ।
ରାଜକୁମାରୀ ହୟା ୨୦୧୮ ରେ ଦୁବାଈରୁ ପଳାଇ ଥିଲେ ଏବଂ ଏବେ ଲଣ୍ଡନରେ ରହୁଛନ୍ତି। ସେ ଦୁଇ ପିଲାଙ୍କର ମା ଅଟନ୍ତି। ଡେଲି ମିଲର ରିର୍ପୋଟ ଅନୁସାରେ ଯେତେବେଳେ ବଡିଗାର୍ଡ ରସେଲ ଫ୍ଲାବରଙ୍କୁ ସମ୍ପର୍କ କରାଯାଇଥିଲା ସେତେବେଳେ ସେ କିଛି ପତିକ୍ରିୟା ଦେବାକୁ ମନା କରିଥିଲେ। ସେଇଠି ଏହା ବୁଝା ଯାଉଛି ଯେ ରାଜକୁମାରୀ ହୟା ମଧ୍ୟ ରସେଲଙ୍କ ସହିତ ନିଜର ଆଫେୟର ସହିତତ ଜଡିତ କିଛି ଦାବିର ଖଣ୍ଡନ କରିଛନ୍ତି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।