କରୀନା-ଶାହିଦଙ୍କ ସମ୍ପର୍କ ଭାଙ୍ଗିବାର କାରଣ କଣ ମାଆ ଏବଂ ଭଉଣୀ ଥିଲେ, ଏତେ ବର୍ଷ ପରେ ଖୋଲିଲା ରହସ୍ୟ

ସମସ୍ତେ ଜାଣନ୍ତି ଯେ କରୀନା କପୁର ବର୍ତ୍ତମାନ ସମୟରେ ଗର୍ଭବତୀ ଅଛନ୍ତି | ନିକଟରେ ହିଁ ୨୮ ଦିନ ନିଜର ଆଗାମୀ ଫିଲ୍ମ ଲାଲାସିଂହ ଚଡ୍ଡାର ଶୁଟିଂ କରି ମୁମ୍ବାଇ ଫେରିଥିଲେ | ତାଙ୍କ ସହିତ ସ୍ୱାମୀ ସୈଫ ଅଲ୍ଲୀ ଖାନ ଏବଂ ପୁଅ ତୈମୁର ଅଲ୍ଲୀ ଖାନ ମଧ୍ୟ ଥିଲେ | ଏମିତିରେ ଦିଲ୍ଲୀରେ ଶୁଟିଂ ସମୟରେ କରୀନା ନିଜର ପତୌଦି ପେଲେସରେ ରହିଥିଲେ | ଏହି ଅବସରରେ ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ରହିଥିଲେ | ସେ ନିଜର ପ୍ରଶଂସକ ମାନଙ୍କୁ ଅପଡେଟ ଦେଉଥିଲେ | ଏଥିମଧ୍ୟରେ କରୀନା ଏବଂ ଶାହିଦ କପୁରଙ୍କୁ ନେଇ ଗୋଟିଏ କାହାଣୀ ସୋସିଆଲ ମିଡିଆରେ ଭାଇରଏଲ ହେଉଛି | କରୀନାଙ୍କର ଶାହିଦ କପୁରଙ୍କ ସହିତ ଦୀର୍ଘ ସମୟ ଧରି ଚକ୍କର ଚାଲୁଥିଲା | ଏମିତିରେ ଆପଣଙ୍କୁ କହି ରଖୁଛୁ ଯେ କରୀନା ଇଣ୍ଡଷ୍ଟ୍ରିରେ ନିଜର ୨୦ ବର୍ଷ ପୁରା କରି ନେଇଛନ୍ତି |

କରୀନା ଏବଂ ଶାହିଦଙ୍କ ପ୍ରେମ କାହାଣୀ ବି-ଟାଉନରେ ବହୁତ ଫେମସ ରହିଥିଲା | ୨୦୦୪ ମସିହାରେ ରିଲିଜ ହୋଇଥିବା ଫିଲ୍ମ “ଫିଦା”ର ସେଟରେ ଉଭୟଙ୍କର ସମ୍ପର୍କ ଆରମ୍ଭ ହୋଇଥିଲା ଏବଂ “ଜବ ୱେ ମେଟ”ର ରିଲିଜ ବେଳକୁ ଦୁଇଜଣ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ | କିନ୍ତୁ ଶାହିଦ ଏବଂ କରୀନାଙ୍କର ବ୍ରେକଅପର ପ୍ରାୟ ୧୨ ବର୍ଷ ପରେ ସେମାନଙ୍କର ଅଲଗା ହେବାର କାରଣ ସାମ୍ନାକୁ ଆସିଥିଲା |

ମିଡ଼ିଆ ରିପୋର୍ଟସ ମୁତାବକ ଏପରି କୁହାଯାଇଥିଲା ଯେ, ତାଙ୍କର ବ୍ରେକଅପ କରୀନାଙ୍କର ଭଉଣୀ କରିସ୍ମା ଏବଂ ମାଆ ବବିତାଙ୍କ କାରଣରୁ ହୋଇଥିଲା | ଉଭୟ ଶାହିଦଙ୍କୁ ନିଜର ଲେବଲରେ ମାନୁ ନଥିଲେ | ସେହିପରି ଏହାମଧ୍ୟ କୁହାଯାଉଥିଲା ଯେ କରୀନାଙ୍କର ଭଉଣୀଙ୍କୁ ତାଙ୍କର ଶାହିଦଙ୍କ ସହିତ ସମ୍ପର୍କ ଆରମ୍ଭରୁ ହିଁ ପସନ୍ଦ ନଥିଲା | ଯେତେବେଳେ ମାଆ ବବିତା ଏହି ସମ୍ପର୍କ ଉପରେ ମୋହର ଲଗାଇଥିଲେ ସେତେବେଳେ ତାଙ୍କର ବ୍ୟବହାର ମଧ୍ୟ ଶାହିଦଙ୍କ ପ୍ରତି ବଦଳି ଯାଇଥିଲା |

ତେବେ ଉଭୟଙ୍କର ସମ୍ପର୍କରେ କେଉଁ କାରଣରୁ ତିକ୍ତତା ଆସିଲା ଏହାର ପ୍ରକୃତ କାରଣ ଆଜି ମଧ୍ୟ ଲୋକଙ୍କ ସାମ୍ନାକୁ ଆସିନାହିଁ | କିନ୍ତୁ ଏହା ନିଶ୍ଚିନ୍ତ କୁହାଯାଏ ଯେ, ବ୍ରେକଅପ ପାଇଁ ଶେଷ କଲ ଶାହିଦଙ୍କ ପକ୍ଷରୁ କରାଯାଇଥିଲା | ଯେତେବେଳେ କରୀନା ଅନେକଥର ପେଚଅପ କରିବାକୁ ଚେଷ୍ଟା କରିଥିଲେ | ୨୦୦୪ରେ ଆରମ୍ଭ ହୋଇଥିବା ଶାହିଦ-କରୀନାଙ୍କ ଲଭ ଷ୍ଟୋରି ବି-ଟାଉନ ଛଡା ମିଡ଼ିଆର ମଧ୍ୟ ବହୁତ ଚର୍ଚ୍ଚିତ ହୋଇଥିଲା | ଉଭୟ ଅଧିକାଂଶ ସମୟରେ ସାଙ୍ଗରେ ନଜର ଆସୁଥିଲେ | କେବଳ ଏତିକି ନୁହେଁ ଉଭୟ ପବ୍ଲିକଲି ନିଜର ସମ୍ପର୍କକୁ ନେଇ ସ୍ୱୀକାର କରିଥିଲେ |

୨୦୦୬ରେ ଯେତେବେଳେ ଦୁଇଜଣ ଫିଲ୍ମ “ଜବ ୱେ ମେଟ”ର ଶୁଟିଂ ଆରମ୍ଭ କରିଥିଲେ, ସେତେବେଳେ ତାଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ଥିଲା | କିନ୍ତୁ ଫିଲ୍ମର ଶୁଟିଂ ଶେଷ ହେଉ ହେଉ ଉଭୟଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଇଥିଲା | ଫିଲ୍ମ ସହ ଜଡିତ ଲୋକଙ୍କର କହିବା କଥା ଯେ, ସେଟରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଧୀରେ ଧୀରେ କମ ହେବାକୁ ଲାଗିଥିଲା | ଅନ୍ତିମ ଦୃଶ୍ୟ ଶୁଟିଂ କରିବା ପାଇଁ ଯେତେବେଳେ ଉଭୟ ସେଟକୁ ଆସିଥିଲେ ସେତେବେଳେ ଉଭୟ ଭିନ୍ନ ଭିନ୍ନ ଗାଡ଼ିରେ ଆସିଥିଲେ | ଉଭୟ “୩୬ ଚାଇନା ଟାଉନ” (୨୦୦୬), “ଚୁପ ଚୁପକେ” (୨୦୦୬), “ଜବ ୱେ ମେଟ”(୨୦୦୭)ରେ ସାଙ୍ଗରେ କାମ କରିଥିଲେ | ଉଭୟଙ୍କର ବ୍ରେକଅପ ପରେ ୨୦୧୦ରେ ଫିଲ୍ମ “ମିଲେଙ୍ଗେ-ମିଲେଙ୍ଗେ” ଆସିଥିଲା |

ଖବର ମୁତାବକ ଶାହିଦ-କରୀନାଙ୍କ ସମ୍ପର୍କ ଭାଙ୍ଗିବାର କାରଣ ଅଭିନେତ୍ରୀ ଅମୃତା ରାୟଙ୍କୁ ମଧ୍ୟ କୁହାଯାଇଥିଲା | କୁହାଯାଏ ଯେ, ଫିଲ୍ମ “ବିବାହ”ର ଶୁଟିଂ ସମୟରେ ଶାହିଦଙ୍କର ଘନିଷ୍ଠତା ଅମୃତାଙ୍କ ସହିତ ବଢ଼ିବାରେ ଲାଗିଥିଲା ଏବଂ କରୀନାଙ୍କୁ ସନ୍ଦେହ ହୋଇଯାଇଥିଲା | ତେବେ ଏହି କଥାର ଆଜି ଯାଏ କୌଣସି ପୁଷ୍ଟି ହୋଇନାହିଁ |

କରୀନା-ଶାହିଦଙ୍କ ସମ୍ପର୍କ ଭାଙ୍ଗିବାର ଖବର ମିଳିବା ପରେ ଏଥିରେ ଶେଷ ମୋହର ସେତେବେଳେ ଲାଗିଥିଲା ଯେତେବେଳେ ୨୦୦୭ରେ ଲକମେ ଫେସନ ସପ୍ତାହରେ କରୀନା, ସୈଫଙ୍କ ସହିତ ନଜର ଆସିଥିଲେ | ଏହି କପଲ ୨୦୧୨ ମସିହାରେ ବିବାହ କରିଥିଲେ |

କରୀନା-ସୈଫଙ୍କ ବିବାହର ୩ ବର୍ଷ ପରେ ମୀରା ରାଜପୁତଙ୍କୁ ଶାହିଦ ବିବାହ କରିଥିଲେ | ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ଝିଅ ନିଶା ଏବଂ ପୁଅ ଜୈନ ଅଛନ୍ତି |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *