ଭୂମିକା ଚାୱଲା ଙ୍କୁ ହୋଇଯାଇଥିଲା ନିଜ ଯୋଗ ଶିକ୍ଷକଙ୍କ ସହ ପ୍ରେମ, ବିବାହ ପରେ ଫିଲ୍ମ ଜଗତକୁ କରିଥିଲେ ଦୂର

ବଲିଉଡ ରେ ପ୍ରତିଦିନ ନୂଆ ଅଭିନେତ୍ରୀ ଆସୁଛନ୍ତି। ଏମାନଙ୍କ ମଧ୍ୟରୁ କିଛି ସ୍ଥିତି ହାସଲ କରିଥାନ୍ତି, କିନ୍ତୁ କିଛି କମାଲ କରିପାରନ୍ତି ନାହିଁ।ସାଉଥ ର ଅଭିନେତ୍ରୀ ମାନଙ୍କର ମଧ୍ୟ ବଲିଉଡ ରେ ନିଜର ମୁଦ୍ରା ପାଇଁ ଚେଷ୍ଟା କରିବା ଦୀର୍ଘ ଦିନ ଧରି ଚାଲି ଆସୁଛି। ବହୁତ ଅଭିନେତ୍ରୀ ମାନେ ସଫଳତା ହାସଲ କଲେ ସେଠି କିଛି ଏମିତି ମଧ୍ୟ ରହିଗଲେ ଯିଏ କିଛି ସମୟ ପରେ ଇଣ୍ଡଷ୍ଟ୍ରି ରୁ ଅଦୃଶ୍ୟ ହୋଇଗଲେ।

ସଲମାନ ଖାନ ଙ୍କ ସହିତ ଫିଲ୍ମ”ତେରେ ନାମ”ରୁ ଚିହ୍ନିତ ହୋଇଥିବା ଭୂମିକା ଚାୱଲା ମଧ୍ୟ ସେହି ନାମ ଙ୍କ ଭିତରୁ ଜଣେ ଅଟନ୍ତି।ଯିଏ ବଡ଼ ଓ ସୁପରହିଟ ଫିଲ୍ମ ରେ ଡେବ୍ୟୁ କରିଥିଲେ, କିନ୍ତୁ କିଛି ଫିଲ୍ମ ରେ କାମ କରି ସାରିବା ପରେ ସେ ଅଦୃଶ୍ୟ ହୋଇଗଲେ। ତଥାପି ଭୂମିକା ଙ୍କୁ ଆଜି ମଧ୍ୟ”ତେରେ ନାମ”ଫିଲ୍ମ ରେ ତାଙ୍କର ଦମଦାର ଅଭିନୟ ପାଇଁ ମନେ ପକାଉଛନ୍ତି।

ଭୂମିକା ବହୁତ କମ ଫିଲ୍ମ ରେ କାମ କରିଛନ୍ତି କିନ୍ତୁ ଯେତିକି କରିଛନ୍ତି ବହୁତ ସୁନ୍ଦର କରିଛନ୍ତି। ଭୂମିକା ଙ୍କ ପ୍ରେମ କାହାଣୀ ମଧ୍ୟ ଫିଲ୍ମ କାହାଣୀ ପରିକା ହୋଇଛି। ସେ ନିଜ ଯୋଗ ଶିକ୍ଷକ ଙ୍କୁ ହୃଦୟ ଦେଇ ବସିଲେ।

ଯୋଗ ଶିକ୍ଷକ ଙ୍କୁ କରିଛନ୍ତି ବିବାହ:

ଭୂମିକା ୨୧ ଅକ୍ଟୋବର ୨୦୦୭ ରେ ନିଜ ବଏଫ୍ରେଣ୍ଡ ଅର୍ଥାତ୍ ଯୋଗ ଶିକ୍ଷକ ଭରତ ଠାକୁର ଙ୍କୁ ବିବାହ କରିଛନ୍ତି। ଭୂମିକା ଚାୱଲା ଭରତ ଠାକୁର ଙ୍କ ପାଖକୁ ଯୋଗ ଶିଖିବା ପାଇଁ ଯାଉଥିଲେ। ସେହି ସମୟରେ ଦୁଇଜଣଙ୍କର ବହୁତ ଭଲ ବନ୍ଧୁତା ହୋଇଗଲା। ଭୂମିକା କୁ ଜଣା ପଡିଲା ନାହିଁ କି କେତେବେଳେ ସେ ନିଜ ଯୋଗ ଶିକ୍ଷକ ଙ୍କୁ ହୃଦୟ ଦେଇ ବସିଲେ ସେହି ଭରତ ମଧ୍ୟ ପ୍ରଥମରୁ ଭୂମିକା ଙ୍କୁ ପସନ୍ଦ କରୁଥିଲେ।ଦୁଇଜଣ ପରସ୍ପର କୁ ପାଖାପାଖି ଚାରି ବର୍ଷ ଯାଏ ଡେଟ କଲେ ଓ ତାହା ପରେ ବିବାହ ର ନିଷ୍ପତ୍ତି ନେଲେ।

ଭୂମିକା କେବେ ବି ମିଡ଼ିଆ ସାମ୍ନାରେ ନିଜ ସମ୍ପର୍କ କୁ ଆସିବାକୁ ଦେଇନାହାଁନ୍ତି। ସେହି ୨୦୦୭ରେ ଦୁଇଜଣ ନାସିକା ର ଗୁରୁଦ୍ୱାର ରେ ବିବାହ କରି ସମସ୍ତଙ୍କୁ ଦେଲେ। ଭୂମିକା ଓ ଭରତ ସାଥିରେ ବହୁତ ଖୁସି ଥିବାର ନଜର ଆସୁଛନ୍ତି। ବିବାହ ର ସାତ ବର୍ଷ ପରେ ୨୦୧୪ରେ ତାଙ୍କ ପୁଅ ୟଶ ଜନ୍ମ ହେଲା। ଭୂମିକା ଅଧିକରୁ ଅଧିକ ସମୟ ନିଜ ପରିବାର କୁ ହିଁ ଦିଅନ୍ତି।

ଏଡ ଫିଲ୍ମ ରୁ କରିଥିଲେ ଆରମ୍ଭ:

୧୯୯୭ ରେ ଭୂମିକା ମୁମ୍ୱାଇ ଆସିଥିଲେ। ସେ ଏଡ଼ ଫିଲ୍ମ ଓ ହିନ୍ଦୀ ମ୍ୟୁଜିକ ଭିଡିଓ ଆଲବମ ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହା ସହିତ ସେ ଟିଭି ସିରିୟଲ “ହିପ ହିପ ହୁରେ”ରେ ମଧ୍ୟ ନଜର ଆସିଥିଲା। ଭୂମିକା ଙ୍କ ଫିଲ୍ମ କ୍ୟାରିୟର ତେଲଗୁ ଫିଲ୍ମ ଇଣ୍ଡଷ୍ଟ୍ରି ରୁ ଆରମ୍ଭ ହୋଇଛି। ସେ ୨୦୦୦ ରେ ଫିଲ୍ମ”ୟୁବାକୁଡୂ”ରେ କାମ କରିଥିଲେ। ଏହାପରେ ୨୦୦୧ ରେ ଫିଲ୍ମ”କୁଶୀ”ରେ ଅଭିନେତା ପବନ କଲ୍ୟାଣ ଙ୍କ ର ବିପରୀତ ରେ କାମ କରିଥିଲେ। ତାଙ୍କର ଏହି ଫିଲ୍ମ ବାସ୍କ ଅଫିସ ରେ ସଫଳତା ରହିଲା

ଏହି ବଲିଉଡ ଫିଲ୍ମ ଗୁଡ଼ିକରେ କରିଛନ୍ତି କାମ:

୨୦୦୩ରେ ଭୂମିକା ଫିଲ୍ମ”ତେରେ ନାମ”ରୁ ବଲିଉଡ ରେ ଅଭିନୟ କଲେ। ଏହି ଫିଲ୍ମ ରେ ସେ ସଲମାନ ଖାନ ଙ୍କ ବିପରୀତ ରେ କାମ କରିଥିଲେ ଫିଲ୍ମ ସୁପରହିଟ ହେଲା ଓ ସେହି ବର୍ଷର ସବୁଠାରୁ ଅଧିକ ରୋଜଗାର କରୁଥିବା ଫିଲ୍ମସ ରେ ମଧ୍ୟ ସାମିଲ ହେଲେ। ଭୂମିକା ତାମିଲ ଓ ପଞ୍ଜାବୀ ଫିଲ୍ମସ ରେ ମଧ୍ୟ କାମ କରିସାରିଛନ୍ତି।

୨୦୧୬ରେ ରିଲିଜ ହୋଇଥିବା ଫିଲ୍ମ”ଏମଏସ ଧୋନି:

ଦି ଅନଟୋଲ୍ଡ ଷ୍ଟୋରୀ”ରେ ଭୂମିକା ଧୋନି ଙ୍କ ର ଭଉଣୀ ରୋଲ କରିଥିଲେ। ଭୂମିକା କେତେ ବଲିଉଡ ଫିଲ୍ମସ ଯେମିତି, “ରନ”, “ଦିଲ ନେ ଜିସେ ଅପନା କହା”, “ସିଲସିଲେ”, “ଦିଲ ଜୋ ଭି କହେ”, ରେ କାମ କରିଛନ୍ତି। କିନ୍ତୁ ଏହି ସବୁ ଫିଲ୍ମ ତାଙ୍କୁ ପରିଚୟ ଓ ସଫଳତା ଦେଇ ପାରିଲା ନାହିଁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *