ସଲମାନଙ୍କ ସବୁଠାରୁ ବିବାଦିଅ ଶୋ ବିଗ ବସ ୧୪କୁ ଏବେ ବହୁତ ପ୍ରଶଂସା ମିଳୁଛି। ଶୋର ମେର୍କସ ମଧ୍ୟ ଯେଉଁ ଦିନ ଆସନ୍ତି ସେ ଦିନ ଦର୍ଶକଙ୍କୁୁ ଆକର୍ଷିତ କରିବା ପାଇଁ କିଛି କିଛି ଇଣ୍ଟ୍ରେଷ୍ଟିଙ୍ଗ ଚେଷ୍ଟା କରନ୍ତି। ଶୋରେ ସଲମାନଙ୍କ ବାଥଡେ ବହୁତ ଧୁମଧାମରେ ପାଳନ କରାଯାଇଥିଲା। ସଲମାନଙ୍କ ଜନ୍ମ ଦିନରେ ରବିନା ଟଣ୍ଡନ ଏବଂ ଜୈକଲିନ ଫର୍ନଡିଜଙ୍କୁ ଡକା ଯାଇଥିଲା। ଶୋ ସହିତ ଜଡିତ କେତେକ ଖବର ମଧ୍ୟ ମିଳୁଛି। ଶୋରେ ଜଣେ ପ୍ରତିଯୋଗୀଙ୍କୁ ନେଇ ଏକ କଥା ସାମ୍ମନାକୁ ଆସିଛି। ଏହି ପ୍ରତିଯୋଗୀ ହେଉଛନ୍ତି ଏଜାଜ ଖାନ। ଏଜାଜ ଘରେ ଆରମ୍ଭ ଦିନରୁ ଅଳ୍ପ ସଙ୍କୋଚ ପରେ ଜଲଦି ଫର୍ମରେ ଆସିଲେ ଏବଂ ତାପରେ ପ୍ରତ୍ୟେକ ସମସ୍ୟାର ସାହସର ସହିତ ସାମ୍ମନା କଲେ।
ଏବେ ଏଜାଜ ବିଗ ବସର ପର୍ସନାଲ ଟ୍ରାମା ଟାକ୍ସରେ ନିଜ ଛୋଟବେଳରେ ହୋଇଥିବା ଯୌନ ଉତ୍ପିଡନର ଖୁଲାସା କରି ସମସ୍ତଙ୍କୁ ଚମକେଇ ଦେଇଛନ୍ତି। ସେ କହିଥିଲେ କି ଏହି ଘୃଣନିୟ ଘଟଣା ପରେ ତାଙ୍କୁ ଟଚର ପ୍ରୋବଲେମ ହୋଇଥାଏ।
ସେ ଖୁଲାସା କରିଥିଲେ କି ଏହି ଘୃଣନିୟ ଘଟଣା ବିଷୟରେ ତାଙ୍କ ଘର ଲୋକ ଜାଣି ନଥିଲେ। ତାଙ୍କୁ ଏହି କଥା ଭାବି ଚିନ୍ତା ହେଉଛି କି ଯେତେବେଳେ ତାଙ୍କ ବାପାଙ୍କୁ ଏ କଥା ବିଷୟରେ ଜଣା ପଡିବ ସେତେବେଳେ ତାଙ୍କର ରାକସନ କିପରି ହେବ।
ଏଜାଜ ଏହି ଘଟଣା ବିଷୟରେ କହିବା ପରେ ତାଙ୍କ ଭାଇ ଇମରାନ ଖାନ ବଲିଉଡ ଲାଇଫର ଇନ୍ଟ୍ରବ୍ୟୁରେ କହିଥିଲେ କି ଆମେ ବହୁତ ଦୁଃଖି ଥିଲୁ ଯେତେବେଳେ ଆମକୁ ଏ ବିଷୟରେ ଜଣା ପଡିଲା। ବାପା ବହୁତ ଦୁଃଖିତ। ଭାଈ ଏ ବିଷୟରେ ମତେ କେବେ କହି ନାହାଁନ୍ତି। ହୁଏତ ବାପା ଏବଂ ଭାଈ ଏ ବିଷୟରେ ସେତେବେଳେ କଥା ହେବେ ଯେତେବେଳେ ଭାଈ ଫେରି ଆସିବେ।
ସେ କହିଛନ୍ତି କି ଆମେ ଏକ ପରିବାର ପରି ତାଙ୍କ ସହିତ ରହିଛୁ। ତାଙ୍କର ପ୍ରତ୍ୟକ ନିସ୍ପତିରେ ଆମେ ତାଙ୍କ ସହିତ ଛିଡା ହୋଇଛୁ। ଏହା ପର୍ସନାଲ କଥାବାର୍ତ୍ତା ଅଟେ , ଏଥିପାଇଁ ମୁଁ ଏ ବିଷୟରେ ବାପାଙ୍କ ସହ କଥା ହୋଇନାହିଁ।
ଇମରାନ ପବିତ୍ରା ପୁନିୟା ଏବଂ ଏଜାଜଙ୍କ ବିବାହ ବିଷୟରେ ମଧ୍ୟ କହିଛନ୍ତି। ଆମେ ଦେଖୁଛୁ କି ସେ ତାଙ୍କୁ କେମିତି ସର୍ପୋଟ କରୁଛନ୍ତି। ଆମେ ବହୁତ ଋଣି। ପବିତ୍ରାଙ୍କୁ ଲୋକମାନଙ୍କର କ୍ୟାରେକଟର ବହୁତ ଭଲ ଭାବରେ ବୁଝି ଆସେ। ସେ ଘରେ ଏଜାଜଙ୍କ ମୁହଁରେ ଖୁସି ଆଣିବାରେ ସଫଳ ଥିଲେ।
ଶୋରେ ଭାଈ ଏଜାଜଙ୍କୁ ମିଳିଲା ଚିଚାର ଟ୍ୟାଗ ଏବଂ ତାଙ୍କୁ ତାଙ୍କ ବୟସକୁ ନେଇ ଟ୍ରୋଲିଙ୍ଗ କରାଗଲା। ଯାହାକୁ ଦେଖି ଆମକୁ ବହୁତ ଖରାପ ଲାଗିଥିଲା ବୋଲି ଇମରାନ କହିଥିଲେ। ଆମକୁ ଲାଗୁ ନାହିଁ କି ସେ ଦୟା ପାଇବେ ବୋଲି ଏପରି କରୁଛନ୍ତି। ଭାଈ ବହୁତ ଇମୋସନାଲ ଅଟନ୍ତି ଏବଂ ତାଙ୍କ ଟ୍ୟାକ୍ସକୁ ନେଇ ବହୁତ ଆକ୍ଟିଭ ମଧ୍ୟ ରୁହନ୍ତି।
ଶୋରେ ସଲମାନଙ୍କ ଜନ୍ମ ଦିନରେ ଘର ଲୋକ ପର୍ଫମାନ୍ସ ଦେଇଥିଲେ। ଏଥିରେ ଏଜାଜ ଖାନ ଏବଂ ସୋନାଲି ଫୋଗାଟ ଦେଖାଯାଇ ନଥିଲା। ଯେତେବେଳେ ସୋରେ ସଲମାନ ସବୁ ଘର ଲୋକମାନଙ୍କ ସହିତ କଥା ହୋଇଥିଲେ ସେତେବେଳେ ଏଜାଜଙ୍କର ରାଗ ଦେଖିବାକୁ ମିଳିଥିଲା। ଏଜାଜ ସଲମାନଙ୍କୁ ମେର୍କସ ହିସାବରେ ଅଭିଯୋଗ କଲେ କି ଘରେ ଛୋଟ ଛୋଟ ଖୁସି ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଏହି ମୌକାରେ ମତେ ପର୍ଫମାନ୍ସ କରିବାର ସୁଯୋଗ ମିଳିଲା ନାହିଁ।
ଏଜାଜଙ୍କ କଥା ଶୁଣି ସଲମାନ କହିଲେ କି ଆପଣ ବହୁତ ଭଲ ଆକ୍ଟର ଏବଂ ଡାନ୍ସର ମଧ୍ୟ। ଯାହା ଆପଣଙ୍କ ସହିତ ହେଲା ତାହା ଆକ୍ଟ ବଣ୍ଟା ହୋଇଥିବା ପାଇଁ ହେଲା। ଏଥର ନୂଆ ମେମ୍ବରଙ୍କୁ ସୁଯୋଗ ଦିଆ ଗଲା। ଏଥିରେ କୌଣସି ପକ୍ଷପାତ ନାହିଁ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।