ପବ୍ଲିକସିଟି ଷ୍ଟଣ୍ଟ (Publicity stunt) ପାଇଁ ଏହି ତାରକା ମାନେ ମିଛ ବିବାହ କରିଥିଲେ, ଏଥି ମଧ୍ୟରୁ ଜଣେ ମିଛ ବିବାହ କରିବାରେ ମାହିର୍

ଭଜନ ଏବଂ ଗଜଲ ସମ୍ରାଟ ଅନୁପ ଜଲୋଟା ନିଜର ଆଗାମୀ ଫିଲ୍ମକୁ ନେଇ ଗଣମାଧୟମରେ ବହୁତ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ ସହିତ ଜଡିତ ଗୋଟିଏ ଫୋଟ କିଛି ଦିନ ପୂର୍ବରୁ ବହୁତ୍ ଭାଇରାଲ ହୋଇଥିଲା, ଯେଉଁଥିରେ ଅନୁପ ଏବଂ ଜସଲିନ୍ ବିବାହ ଦମ୍ପତ୍ତିରେ ନଜର ଆସିଥିଲେ । ଏହି ଫୋଟକୁ ଜସଲିନ୍ ମଥାରୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି, ଏହା ପରେ ଏହି କଥାକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେବାକୁ ଲାଗିଲା ଯେ ଜସଲିନ୍ ଏବଂ ଅନୁପ ବିବାହରେ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ତେବେ ଏହି ଫଟୋ ତାଙ୍କର ଆଗାମୀ ଫିଲ୍ମ ସହିତ ଜଡିତ ଥିଲା, ଯାହା ବିଷୟରେ ଅନୁପ ଜଲୋଟା ନିଜେ ସାମ୍ନାକୁ ଆସି କହିଥିଲେ ।

କହି ଦେଉଛୁ ଅନୁପ ଜଲୋଟା ଏବଂ ଜସଲିନ୍ ମାଥାରୁଙ୍କ ଯୋଡ଼ି ବିଗ୍ ବସ୍ ର ୧୨ ତମ ସିଜନରୁ ଚର୍ଚ୍ଚାରେ ରହି ଆସିଛି । ଏହି ଶୋ’ରେ ଦୁହେଁ ସ୍ୱାମୀ ସ୍ତ୍ରୀ ଭାବରେ ଅଭିନୟ କରିଥିଲେ ଏବଂ ଶୋ’ର ପବ୍ଲିକସିଟି (Publicity) ପାଇଁ ଏହି କଥାକୁ ସ୍ୱୀକାର କରିଥିଲେ କି ସେମାନେ ସମ୍ପର୍କରେ (Relationship) ଅଛନ୍ତି, ତେବେ ଶୋ’ରୁ ବାହାରି ଆସିବା ପରେ ଦୁହେଁ ଏହି କଥାକୁ ଅସ୍ୱୀକାର କରିଥିଲେ । ଏହା ଜଣା ଅଛି ଅନୁପ ଜଲୋଟା ସର୍ବଦା ଜସଲିନଙ୍କୁ ତାଙ୍କ ଶିଷ୍ୟ ବୋଲି କହିଥାନ୍ତି । ଏହି କଥାରେ ଏହା ସ୍ପଷ୍ଟ ଯେ ଦୁହେଁ କେବଳ ପବ୍ଲିକସିଟି (Publicity) ପାଇଁ ନିଜକୁ ସମ୍ପର୍କରେ (Relationship) ଅଛନ୍ତି ବୋଲି କହିଥିଲେ । ସେହିପରି ଏହା ଏକମାତ୍ର ଦମ୍ପତି ନୁହନ୍ତି, ଯେଉଁମାନେ ସମ୍ପର୍କରେ (Relationship) ଅଛନ୍ତି ବୋଲି ନାଟକ କରିଥିଲେ । ଏହା ପୂର୍ବରୁ ମଧ୍ୟ ଅନେକ ମିଛ ସମ୍ପର୍କ (Relationship) ଦେଖିବାକୁ ମିଳିଥିଲା, ଯେଉଁମାନେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହିଥିଲେ ।

ଅଲି ମର୍ଚାଣ୍ଟ ଏବଂ ସାରା ଖାନ

ବିଗ୍ ବସ୍ ର ଚତୁର୍ଥ ସିଜନରେ ଅଲି ମର୍ଚାଣ୍ଟ ଏବଂ ସାରା ଖାନ୍ ବିଗ୍ ବସ୍ ଘର ଭିତରେ ବିବାହ କରି ନେଇଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ଏକ ମିଛ ବିବାହ ଥିଲା, କାରଣ ଏହି ଶୋ’ରୁ ବାହାରିବାର ୧ ମାସ ପରେ ଦୁହେଁ ବିବାହ ଭାଙ୍ଗି ଦେଇଥିଲେ । କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିଗ୍ ବସ୍ ଘରେ ବିବାହ କରିବା ପାଇଁ ଅଲି ଏବଂ ସାରାଙ୍କୁ ୫୦ ଲକ୍ଷ ଟଙ୍କା ମିଳିଥିଲା, ଅର୍ଥାତ୍ ଏଥିରୁ ସ୍ପଷ୍ଟ ଜଣା ପଡୁଛି ଏହି ବିବାହ ନାଟକ କେବଳ ଶୋ’ର ଟିଆରପି (TRP) ବଢାଇବା ପାଇଁ କରାଯାଇଥିଲା ।

ରାଖୀ ସାୱନ୍ତ

ନାଟକ ରାଣୀ ରାଖୀ ସାୱନ୍ତ ମଧ୍ୟ ସ୍ଵୟମ୍ବର ନାମରେ ମିଛ ବିବାହ କରିଥିଲେ ଏବଂ ପବ୍ଲିକସିଟି (Publicity) କରିଥିଲେ । ରାଖୀ ରିଆଲିଟି ( Reality) ଶୋ’ରେ ରାଖୀଙ୍କ ସ୍ଵୟମ୍ବରରେ ବିଦେଶୀ (NRI) ଇଲେଶଙ୍କୁ ନିଜର ଜୀବନସାଥି ଭାବରେ ବାଛିଥିଲେ ଏବଂ ନିର୍ବନ୍ଧ ମଧ୍ୟ କରି ନେଇଥିଲେ, କିନ୍ତୁ ଶୋ ଶେଷ ହେବାର କିଛି ମାସ ପରେ ରାଖୀ ନିର୍ବନ୍ଧ ଭାଙ୍ଗି ଦେଇଥିଲେ ।

ରତନ ରାଜପୁତ

ରତନ ରାଜପୁତ ମଧ୍ୟ ‘ରତନ କା ରିସ୍ତା’ ନାମକ ରିଆଲିଟି ଶୋ’ରେ ନିଜର ସ୍ଵୟମ୍ବର ନାଟକ କରିଥିଲେ ଏବଂ କେବଳ ପବ୍ଲିକସିଟ (Publicity) ପାଇବା ପାଇଁ ଦିଲ୍ଲୀର ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ନିଜର ଜୀବନସାଥୀ ଭାବରେ ବଛିଥିଲେ ଏବଂ ତାଙ୍କ ସହିତ ନିର୍ବନ୍ଧ ମଧ୍ୟ କରିଥିଲେ, କିନ୍ତୁ କିଛି ମାସ ପରେ ଏହାର ସତ୍ୟ ସାମ୍ନାକୁ ଆସିଗଲା ଏବଂ ଜଣା ପଡ଼ିଲା କି ଏହି ଅଭିନେତା ଏ ସବୁ କେବଳ ପବ୍ଲିକସିଟି (Publicity) ପାଇବା ପାଇଁ ଏପରି କରିଥିଲେ ।

ନେହା କକ୍କର-ଆଦିତ୍ୟ ନାରାୟଣ

ଗାୟକ ନେହା କକ୍କର ଆଜିକାଲି ନିଜ ବିବାହକୁ ନେଇ ଅନେକ ହେଡଲାଇନରେ ରହିଛନ୍ତି । କହି ଦେଉଛୁ ଆଗାମୀ ଦିନରେ ସେ ତାଙ୍କ ପ୍ରେମିକ ରୋହନ ପ୍ରୀତ ସିଂଙ୍କୁ ବିବାହ କରିବାକୁ ଯାଉଛନ୍ତି । କିନ୍ତୁ ଗତ ବର୍ଷ ମ୍ୟୁଜିକ୍ ସୋ ଇଣ୍ଡିଆନ୍ ଆଇଡଲ୍ ସେଟରେ କ୍ରମାଗତ ଭାବରେ ତାଙ୍କର ଏବଂ ଆଦିତ୍ୟ ନାରାୟଣଙ୍କ ପ୍ରେମ ସମ୍ପର୍କ ଖବର ଆସିଥିଲା, ଏପରିକି ଉଭୟଙ୍କ ବିବାହକୁ ନେଇ ମଧ୍ୟ ଚର୍ଚ୍ଚା ବହୁତ୍ ଅଧିକ ହେଉଥିଲା । କିନ୍ତୁ ଶୋ’ର ନିର୍ମାତା କେବଳ ଟିଆରପି (TRP) ବଢାଇବା ପାଇଁ ଏହି ନାଟକ କରିଥିଲେ, ଯଦିଓ ଅନେକ ଦର୍ଶକ ଶୋ’ ନିର୍ମାତାଙ୍କ ଏହି ଚାଲକୁ ବୁଝି ପାରିନଥିଲେ ଏବଂ ସେମାନେ ଆଦିତ୍ୟ ଏବଂ ନେହାଙ୍କ ସମ୍ପର୍କକୁ ସତ ବୋଲି ମାନିବାକୁ ଲାଗିଲେ ।

କହି ଦେଉଛୁ ଟିଆରପି (TRP) ପାଇଁ ଶୋ’ ସେଟକୁ ଉଭୟଙ୍କ ମାତାପିତାଙ୍କୁ ମଧ୍ୟ ଡକାଯାଇଥିଲା । ତେବେ ଆଦିତ୍ୟଙ୍କ ପିତା ଉଦିତ ପରେ ଏହି କଥାର ସତ୍ୟ ଘଟଣା ପ୍ରକାଶ କରିଛନ୍ତି କି ଏ ସବୁ ଟିଆରପି (TRP) ପାଇଁ କରାଯାଉଥିଲା ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *