ଆପଣ ଦୁନିଆରେ ବିଭିନ୍ନ ପ୍ରକାରର ଲୋକମାନଙ୍କୁ ଦେଖିବାକୁ ପାଇବେ କେତେକଙ୍କ ମୂର୍ଖତାର କୌଣସି ସୀମା ନାହିଁ। ଆଜିକାଲି ଆପଣ ଅନେକ ଲୋକଙ୍କୁ ପ୍ରାଙ୍କ ନାମରେ ଅଜବ କାର୍ଯ୍ୟ କରୁଥିବା ଦେଖିଥିବେ। ଏହି ଲୋକମାନେ ପ୍ରସିଦ୍ଧ ହେବା ପାଇଁ ଅତ୍ୟନ୍ତ ଅଦ୍ଭୁତ କାର୍ଯ୍ୟ କରିଥାନ୍ତି। ଏହିପରି ଏକ କଥାରେ, ମିଶରରେ ରହୁଥିବା ଜଣେ ବ୍ୟକ୍ତି ମୃତ୍ୟୁବରଣ କଲେ। ବ୍ୟକ୍ତିଜଣକ ତାଙ୍କର ଜଣେ ବନ୍ଧୁଙ୍କ ସହ ପ୍ରାଙ୍କ କରିଥିଲେ, ଯାହା ଫଳରେ ତାଙ୍କ ମୋବାଇଲ ଫୋନ ତାଙ୍କ ପେଟ ଭିତରକୁ ଚାଲିଯାଇଥିଲା। ଏହାପରେ ସେ ଡାକ୍ତରଖାନା ଯିବା ପରିବର୍ତ୍ତେ ସ୍ଵାଭାବିକ ଭାବରେ ମୋବାଇଲ ଟିକୁ ବାହାର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏଥିରେ ସେ ବିଫଳ ହୋଇଥିଲେ। ଯାହାର ପରିଣାମ ସ୍ବରୂପ ସେ ମୃତ୍ୟୁବରଣ କରିଥିଲେ।
ଇଜିପ୍ଟରୁ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ବ୍ୟକ୍ତି ପ୍ରତ୍ୟେକ ସୀମା ଅତିକ୍ରମ କରିଥିଲେ। ସେ ନିଜ ସାଙ୍ଗ ସହିତ ଏହାକୁ ଉପହାସ କରୁଥିଲେ। ଏଥିରେ ସେ ମୋବାଇଲକୁ ଗିଲିଦେବାକୁ ଚାହୁଁଥିଲେ ଏବଂ ମୋବାଇଲର ଘଣ୍ଟି ନିଜ ପେଟରୁ ଆସୁଛି ବୋଲି ଶୁଣାଇବାକୁ ଚେଷ୍ଟା କରୁଥିଲେ।
କିନ୍ତୁ ଏହି ଉପହାସ ତାଙ୍କ ଆଡ଼କୁ ଫେରିଗଲା। ଭୁଲରେ ସେ ହଠାତ୍ ମୋବାଇଲକୁ ଗିଲିଦେଳେ, ଯାହାକି ତାଙ୍କ ପେଟରେ ଅଟକି ଯାଇଥିଲା। ତଥାପି ସେହି ବ୍ୟକ୍ତି ଡାକ୍ତରଙ୍କ ନିକଟକୁ ଯାଇନଥିଲେ।
ଏହି ବ୍ୟକ୍ତି ପେଟରୁ ମୋବାଇଲ ବାହାର କରିବା ପାଇଁ ଅନେକ ଘରୋଇ ଉପଚାର ବ୍ୟବହାର କରିଥିଲେ। ସେ ଘରର ରୋଷେଇ ଘରେ ରଖାଯାଇଥିବା ଜିନିଷ ଖାଇଲେ,ଯାହା ଫଳରେ ପାଟି ବାଟେ ବାହାରିଯିବ ବୋଲି ଆଶଙ୍କା ରଖିଥିଲେ। କିନ୍ତୁ ତାହା ଘଟିଲା ନାହିଁ।
ଶେଷରେ, ସାତମାସ ମଧ୍ୟରେ ଯେତେବେଳେ ମୋବାଇଲ ତାଙ୍କ ପେଟରେ ତରଳିବା ଆରମ୍ଭ କଲା,ସେତେବେଳେ ସେ ଆଘାତ ପାଇଲେ। ତା’ ପରେ ସେ ଡାକ୍ତରଙ୍କ ନିକଟକୁ ଯାଇ ଦେଖା କରିବାକୁ ଚେଷ୍ଟା କରିଥିଲେ।
ଡକ୍ଟର ମହମ୍ମଦ ଅଲ ଜହ୍ରା ସେଠାରେ ଅଲଟ୍ରାସାଉଣ୍ଡ କରିଥିଲେ। ଏଥିରେ ଦେଖିଲେ ଯେ ତାଙ୍କ ପେଟ ଭିତରେ ମୋବାଇଲ ଅଟକି ରହିଛି। ତାଙ୍କୁ ସ୍ଵାଭାବିକ ଭାବେ ବାହାରକୁ ଆସିବାର କୌଣସି ସୁଯୋଗ ନଥିଲା।
ବ୍ୟକ୍ତିଙ୍କ ଅସ୍ତ୍ରୋପଚାର ପରେ ମୋବାଇଲ ବାହାର କରାଯାଇଥିଲା। ଏପରିକି ପରିବାର ସଦସ୍ୟ ମଧ୍ୟ ଏହା ଜାଣି ନଥିଲେ। ଏପରି ପରିସ୍ଥିତିରେ ବ୍ୟକ୍ତି ଜଣକ ନିଜ ପରିଚୟ ଲୁଚାଇବାକୁ ଅନୁରୋଧ କରିଥିଲେ। ବର୍ତମାନ ଏହି ମାମଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।