ରାଜସ୍ଥାନରେ ଏକତରଫା ପ୍ରେମରେ ତିନିଜଣ ଯୁବକ ସିନେମା ଶୈଳୀରେ ଏକ ଘଟଣାର ଫଳାଫଳ ବହୁତ ବଡ଼ ହୋଇଥିଲା। କନିଆଁକୁ ବିଦା କରି ସାରିବା ପରେ ବରର କାର ଉପରେ ଗୁଳିଚାଳନା କରିବା ସମୟରେ ଦୌଡ଼ି ଯାଇଥିଲେ। ଘଟଣା ସ୍ଥଳରେ ଏକ ଗୁଳି ବରର କାନ ପାଖଦେଇ ବାହାରି ଯାଇଛି। ଏହାଦ୍ବାରା ତାଙ୍କର ବହୁତ ଗମ୍ଭୀର ଭାବରେ କ୍ଷତ ହୋଇଛି। ସେହି କନିଆଙ୍କର ବି ଆଘାତ ହୋଇଛି।
ବାଇକ ଆଗରେ ଲଗାଇ ରୋକିଥିଲେ କାରକୁ, ପୁଣି ମାରିଥିଲେ ଗୁଳି
ତର୍ଜମା ମୁତାବକ, ଝୁଂଝୁନୂକୁ ଦୁଇଭାଇଙ୍କ ବରଯାତ୍ରୀ ନୀମକାଥାନାର ହେମରାଜପୁର ଗାଁରୁ ଆସିଥିଲା। ଶୁକ୍ରବାର ଦିନ ରାତିରେ ଏଠାରେ ଦୁଇ ଭଉଣୀଙ୍କ ସହ ଦୁଇଭାଇ ସାତଫେରା ନେଇ ଥିଲେ। ସକାଳୁ ଦୁଇଜଣ ଅଳଗା-ଅଲଗା କାରରେ କନିଆଁଙ୍କୁ ନେଇ ଫେରୁଥିଲେ।
ସିଧା ରାସ୍ତା ଉପରକୁ କାର ଆସିବା ମାତ୍ରେ ହିଁ ବାଇକ ଉପରେ ବସି ତିନିଜଣ ଯୁବକ ଏକ କାରର ପିଛା କରିବା ଆରମ୍ଭ କରିଦେଇଥିଲେ। ଦୁଇଥର ରୋକିବାକୁ ବି ଚେଷ୍ଟା କରିଛନ୍ତି, କିନ୍ତୁ ଚାଳକ କାରକୁ ରଖିନଥିଲେ। ଏହାପରେ ବଦମାସମାନେ କାର ଆଗରେ ବାଇକ ଲଗାଇ ଦେଇଥିଲେ।କାର ରୋକିବା ମାତ୍ରେ ହିଁ ଏକ ବଦମାସ ସାମ୍ନାରୁ ଦେଶୀ ବନ୍ଧୁକରେ ଦୁଇଟିଗୁଳି ଚାଳନା କରିବା ଆରମ୍ଭ କରିଥିଲେ। ଏଥିରୁ ଗୋଟିଏ ଗୁଳି ବର ସଞ୍ଜୁଙ୍କର କାନପାଖରେ କ୍ଷତ କରି ବାହାରି ଯାଇଥିଲା। ସେଠାରେ କନିଆଁ କୋମଳଙ୍କୁ ବି ଆଘାତ ଲାଗିଛି। ଘଟଣାରେ ସଫଳ ହେବା ପରେ ତିନି ଯୁବକ ଘଟଣାସ୍ଥଳରୁ ପଳାଇଥିଲେ।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବାରୁ ବଦମାସ ମାନଙ୍କର ଖବର ଜଣାପଡିଛି
ଘଟଣାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଆଖପାଖର ଲୋକମାନଙ୍କୁ ପଚରାଉଚରା କରିବାରୁ ଜଣା ପଡ଼ିଛି କି ଇନ୍ଦ୍ରାଜ ଗୁର୍ଜର ଏବଂ କାଲୁ ସୈନୀ ନାମକ ଦୁଇ ଯୁବକଙ୍କ ସହ ଅନ୍ୟ ଜଣେ ବର ଉପରେ ହମଲା କରିଛନ୍ତି। ପୋଲିସକୁ ଜଣାପଡିଛି କି ବଦମାସ ମାନେ ବାରାନ୍ଧୁଣୀ ମନ୍ଦିର ଅଞ୍ଚଳରେ ଲୁଚିଛନ୍ତି। ଏହାପରେ ଥାନା ଅଧ୍ୟକ୍ଷ ନରେନ୍ଦ୍ର ପୋଲିସ କାର୍ଯ୍ୟବାହୀ ସହିତ ଆରୋପୀମାନଙ୍କୁ ଗିରଫ କରିବାପାଇଁ ପହଁଞ୍ଚିଛନ୍ତି। ଏହି ସମୟରେ ବଦମାସମାନେ ଗୁଳିଚାଳନା ଆରମ୍ଭ କରିଥିଲେ, ଏଥିରୁ ନରେନ୍ଦ୍ର ସିଂହ ଥରକୁ ଥର ବଞ୍ଚିଯାଇଛନ୍ତି। ଯେତେବେଳେ କାର୍ଯ୍ୟବାହୀଙ୍କ ଦ୍ବାରା ଇନ୍ଦ୍ରାଜ ଗୁର୍ଜରଙ୍କ ଉପରେ ଗୁଳିମାଡ଼ ହୋଇଥିଲା ସେହି ସମୟରେ କାଲୁକୁ ବି ପୋଲିସ ଧରି ଦେଇଛନ୍ତି। ଯେତେବେଳେ କି ତୃତୀୟ ଆସାମୀ ଏବେବି ଫେରାର ଅଛି। ଅବସ୍ଥା ଗମ୍ଭୀର ହେବାରୁ ପୋଲିସ ବର-କନ୍ୟା ଏବଂ ବଦମାସଙ୍କୁ ଜୟପୁରକୁ ପଠାଇ ଦେଇଛନ୍ତି।
ଏଥିପାଇଁ ବର ଉପରେ କରିଥିଲେ ହମଲା
ତର୍ଜମା ଆରମ୍ଭରୁ ଜଣା ପଡ଼ିଛି କି ବଦମାସମାନଙ୍କ ମଧ୍ୟରୁ ଜଣେ କନିଆଁଙ୍କୁ ଏକତରଫା ପ୍ରେମ କରୁଥିଲେ। ତାଙ୍କର ବାହାଘରକୁ ନେଇ ଝିଅଘର ପରିବାର ଲୋକଙ୍କୁ ବି ଧମକ ଦେଇଥିଲେ। ଯେତେବେଳେ ତାଙ୍କ ଧମକର କୈାଣସି ପ୍ରଭାବ ପଡ଼ିଲା ନାହିଁ ତ ସେ ବରକୁ ମାରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ନିଜର ଦୁଇ ବନ୍ଧୁଙ୍କ ସହିତ ଚାଲିଥିଲା କାରକୁ ରୋକି ସେଥିରେ ବସିଥିବା ବର ଉପରେ ଦେଶୀ ବନ୍ଧୁକରେ ଦୁଇଟିଗୁଳି ଚାଳନା କରିଥିଲେ।
ପରିଶେଷରେ,ଏବେ ଏହା ସ୍ପଷ୍ଟ ହୋଇନାହିଁ କି ବଦମାସମାନଙ୍କ ମଧ୍ୟରୁ ସେହି ଯୁବକ କିଏ। ପୋଲିସ ଜଣାଇଛନ୍ତି କି ହମଲା କରୁଥିବା ବଦମାସ କନିଆଁଙ୍କ ଗାଁ ହେମରାଜପୁରର ପଡୋଶୀ ଗାଁର ଅଟନ୍ତି।ବିଦା ହେବା ସମୟରୁ ହିଁ ସେମାନେ କାରର ପିଛା କରୁଥିଲେ। ଆରମ୍ଭରୁ ହିଁ ଲୁଟ କରିବା ଘଟଣା ସାମ୍ନାକୁ ଆସିଥିଲା।କାରଣ,କାରରେ ହିଁ ବିଦାଇ ସମୟରେ ଦେଇଥିବା ପାଞ୍ଚଲକ୍ଷ ଟଙ୍କା ବି ଥିଲା।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।