ସମଲିଙ୍ଗିକ ଲିଭ ଇନ ରିଲେସନଶିପ ରେ ରହିଥିବାରୁ ଗୋଟିଏ ଯୁବତୀ ଙ୍କ ଘର ଲୋକ କଲେ ହଙ୍ଗାମା ଏବଂ ନିଜ ଝିଅ କୁ ସାଙ୍ଗରେ ନେବା ପାଇଁ ଯିଦିରେ ବସିଲେ। ଯାହା ର ବିରୋଧ ଅନ୍ୟ ଯୁବତୀ ଜଣକ କରିଥିଲେ ଏବଂ ଏ କଥା ମାଡ ଗୋଳ ପର୍ଯ୍ୟନ୍ତ ଚାଲି ଯାଇଥିଲା। ଏହି ଘଟଣା ଉତ୍ତରପ୍ରଦେଶର ବାଗପଦ ଜନପଦର ଅଟେ। ଏହି ହଙ୍ଗାମା ସମ୍ପୁର୍ଣ୍ଣ ରାସ୍ତା ଉପରେ ହୋଇଥିଲା ଏବଂ ଲୋକ ଏହାର ଭିଡିଓ ବନେଇଥିଲେ।
କୁହାଯାଉଛି କି ଦୁଇ ଯୁବତୀ ଲିଭ ଇନ ରିଲେସନଶିପରେ ରହୁଥିଲେ। ଗୋଟିଏ ଯୁବତୀଙ୍କ ଘର ଲୋକଙ୍କୁ ଏ ସବୁ ପସନ୍ଦ ନଥିଲା ଏବଂ ସେମାନେ ନିଜ ଝିଅକୁ ନେବା ପାଇଁ ଲାଗିଲେ। ଯାହା ଉପରେ ଦୁଇ ଯୁବତୀ ବିରୋଧ କରିଥିଲେ। ଏହି ଘଟଣା ପୋଲିସ ପର୍ଯ୍ୟନ୍ତ ପହଁଚି ଯାଇଥିଲା ଏବଂ ପୋଲିସ ପହଁଚି ଏହାର ସମାଧାନ କରିଥିଲା।
ପୋଲିସ ଦୁଇ ଯୁବତୀଙ୍କ ସହିତ ପରିବାରକୁ ମଧ୍ୟ ଥାନା ନେଇ ଯାଇଥିଲା। ପୋଲିସ ସବୁ କଥା ଶୁଣିବା ପରେ ଏକ ଯୁବତୀକୁ ତାଙ୍କ ପରିବାର ସହ ମୁଜ୍ଜାଫରନଗର ପଠେଇ ଦେଇଥିଲେ। ପୋଲିସକୁ ଛପରୌଲି ଗାଁ ର ଯୁବତୀ କହିଥିଲେ କି ସେ ଏବଂ ମୁଜ୍ଜାଫରନଗର ରେ ରହୁଥିବା ତାଙ୍କ ଯୁବତୀ ସାଙ୍ଗ ଗୋଟିଏ ବର୍ଷ ହେବ ଲିଭ ଇନ ରିଲେସନଶିପ ରେ ରହୁଛନ୍ତି। ଦୁଇ ଜଣ ସମଲିଙ୍ଗି ଅଟନ୍ତି ଏବଂ ସାଙ୍ଗ ହୋଇ ରହୁଛନ୍ତି।
ମୁଜ୍ଜାଫର ନଗର ର ଯୁବତୀ ଙ୍କ ପରିବାର ଏହାକୁ ବିରୋଧ କରୁଛନ୍ତି। ଏବଂ ସେମାନେ ଛପରୌଲୀ ଗାଁ ରେ ରହୁଥିବା ଯୁବତୀଙ୍କୁୁ କେତେଥର ଧମକ ମଧ୍ୟ ଦେଇଛନ୍ତି। ସେମାନେ ୨୦୨୦ ସେପ୍ଟେମ୍ବର ୨୯ କୁ ଏସପି ବାଗପତଙ୍କୁ ପ୍ରର୍ଥନା ପତ୍ର ଦେଇଥିଲେ ଏବଂ ସୁରକ୍ଷା ପାଇଁ ଗୁହାରି କରିଥିଲେ। ରବିବାର ଦିନ ଏହି ଯୁବତୀ କୌଣସି କାମ ରେ ବଡୌତି ଆସିଥିଲେ। ସେତେବେଳେ ମୁଜ୍ଜାଫର ନଗର ର ଯୁବତୀଙ୍କ ପରିବାର ଲୋକ ସେଠି ଆସି ପହଁଚି ଥିଲେ। ସାଙ୍ଗର ବାପା ଏବଂ ଅନ୍ୟ ପରିବାର ଲୋକ ତାଙ୍କୁ ଛପରୌଲୀ ଚୁଙ୍ଗି ପାଖ ଦିଲ୍ଲୀ ସହାରନପୁର ହାଇଓ୍ବେ ରୋକି ଥିଲେ ଏବଂ ସାଙ୍ଗ କୁ ବାଇକ ରେ ନେବା ପାଇଁ ଚେଷ୍ଟା କଲେ। ଏହା ଦ୍ବାରା ଏମେନେ ଅନ୍ୟ ଯୁବତି ସହିତ ମାଡ ଗୋଳ କରିଥିଲେ।
ଲୋକମାନେ ଏହି ଘଟଣାର ପୁରା ଭିଡିଓ ବନେଇ ପୋଲିସ କୁ ଜଣାଇ ଥିଲେ। ଯାହା ପାଇଁ ପୋଲିସ ଠିକ୍ ସମୟରେ ପହଁଚି ସମସ୍ତ ଙ୍କୁ ଥାନା ନେଇଯାଇଥିଲା। ପୋଲିସ ମୁଜ୍ଜାଫରନଗରର ଯୁବତୀଙ୍କୁ ତାଙ୍କ ସହ ଘରକୁ ପଠାଇ ଦେଇଥିଲା। ଅନ୍ୟ ଯୁବତୀ ଙ୍କର ଆରୋପ ଏହାକି କୋତବଲୀ ପୋଲିସ ତାଙ୍କ ଉପରେ ସାଙ୍ଗ ସହିତ ଖରାପ କାମ କରିବାର ଆରୋପ ଲଗାଇଛି ଏବଂ ସାଙ୍ଗ କୁ ତାଙ୍କ ପରିବାର ସହିତ ପଠେଇ ଦେଇଛି। ଯୁବତୀ ଜଣକ ଚେତାବନୀ ଦେଇଛନ୍ତି କି ଯଦି ତାଙ୍କୁ ତାଙ୍କ ସାଙ୍ଗ ସହ ନ ମିଳାନ୍ତି ତେବେ ସେ ଆତ୍ମହତ୍ୟା କରିବେ।
ଏହି ପୁରା ଘଟଣା ବିଷୟରେ ମୁଜ୍ଜାଫର ନଗର ଯୁବତୀଙ୍କର କହିବା କଥା କି ଆମ ଝିଅକୁ ସିଖେଇ ଏହି ଯୁବତି ନିଜ ସହ ନେଇଯାଇଛି। ସେଇଠି ସିଓ ଆଲୋକ କୁମାରଙ୍କ ଅନୁସାରେ ଏହି ଘଟଣା ଛାନବିନ କରୁଛନ୍ତି।
ଏମିିତି ହୋଇଥିଲା ଦେଖା:
ଏହି ଦୁଇ ଜଣ ଯୁବତୀ ଙ୍କ ଦେଖି ଛପରୌଲୀ ର ଏକ ନର୍ସିଙ୍ଗହୋମ ରେ ହୋଇଥିଲା। ସେବେ ଠାରୁ ଏମାନେ ମିଭ ଇନ ରିଲେସନଶିପ ରେ ରହୁଛନ୍ତି। ଏହି ଦୁଇ ଜଣ ନିଜର ସମ୍ପର୍କ ବିଷୟରେ ନିଜର ପରିବାର ଲୋକଙ୍କୁ ଜଣାଇ ଥିଲେ ଏବଂ ସେମାନେ ପୁଅ ଙ୍କ ସହ ବିବାହ କରିବାକୁ ମନା କରିଦେଇ ଥିଲେ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।