ଯେଉଁଠାରେ ପ୍ରତ୍ୟେକ ଘରେ ଅଛି ବିମାନ….
ଘରେ ବାଇକ୍ ଏବଂ କାର୍ ରହିବା ଏକ ସାଧାରଣ କଥା । କିନ୍ତୁ ଆପଣ କେବେ ଏପରି ବସ୍ତି କିମ୍ବା ଗାଁ ବିଷୟରେ ଶୁଣିଛନ୍ତି ଯେଉଁଠାରେ କେବଳ ଏକ କାର୍ ନୁହେଁ ଏକ ବିମାନ ମଧ୍ୟ ପ୍ରତ୍ୟେକ ଘର ଗ୍ୟାରେଜରେ ଛିଡା ହୋଇଥାଏ । ଯଦି ଏହା ଏକ ପରିହାସ ପରି ଲାଗୁଥାଏ, ତେବେ ଆପଣ ଆମେରିକାର ରେସିଡେନ୍ସିଆଲ୍ ଏୟାରପାର୍କ କ୍ଷେତ୍ର ବିଷୟରେ ଜାଣି ନାହାଁନ୍ତି। ବାସ୍ତବରେ, ଯେତେବେଳେ ଜଣେ ‘ଟିକଟକ’ ବ୍ୟବହାରକାରୀ ଏହି ସ୍ଥାନର ଏକ ଭିଡିଓ ସେୟାର କଲେ, ଇଣ୍ଟରନେଟରେ ଏହି ଘ-ଟଣା ଲୋକପ୍ରିୟ ହେଇଗଲା। ଏହା ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ ଏହି ଅଞ୍ଚଳର ପ୍ରତ୍ୟେକ ଘର ବାହାରେ ଏକ ବିମାନ ଠିଆ ହୋଇଛି ।
୧୯୪୬ରେ ବହୁତ ପାଇଲଟ୍ ହୋଇଯାଇଥିଲେ
ଉଲ୍ଲେଖନୀୟ କଥା ହେଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧ (WW II) ରେ ଆମେରିକା ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା । ୧୯୩୯ ସୁଦ୍ଧା ଆମେରିକାରେ ୩୯୦୦୦ ପାଇଲଟ୍ ଥିଲେ । କିନ୍ତୁ ୧୯୪୬ ସୁଦ୍ଧା ସେମାନଙ୍କ ସଂଖ୍ୟା ୪୦୦୦୦୦ ରୁ ଅଧିକ ହୋଇଯାଇଥିଲା।
ଏହାକୁ ‘ଫ୍ଲାଏ-ଇନ୍ କମ୍ୟୁନିଟିଜ୍’ କୁହାଯାଏ
View this post on Instagram
ଯୁଦ୍ଧ ଶେଷ ହେବା ପରେ ଅନେକ ଏୟାରଫିଲ୍ଡ ଏବଂ ପାଇଲଟ ଖାଲି ହୋଇଗଲା। ଏହାର ମୁକାବିଲା ପାଇଁ ଆମେରିକାର ସିଭିଲ୍ ଏରୋନେଟିକ୍ସ ଆଡମିନିଷ୍ଟ୍ରେସନ୍ ଆବାସିକ ବିମାନ ପାର୍କ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲା, ଯାହା ଅଧୀନରେ ବନ୍ଦ ସାମରିକ ଏୟାରଷ୍ଟ୍ରିପ୍ସରେ ଅବସରପ୍ରାପ୍ତ ସାମରିକ ପାଇଲଟମାନଙ୍କୁ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହିପରି ବସ୍ତିଗୁଡ଼ିକୁ ‘ଫ୍ଲାଏ-ଇନ୍ କମ୍ୟୁନିଟିଜ୍’ କୁହାଯାଏ, ଏଠାରେ ପ୍ରତ୍ୟେକ ଘରେ କାର ପରି ଗୋଟେ ଗୋଟେ ବିମାନ ଅଛି ।
ଏଠାରେ ରାସ୍ତାଗୁଡ଼ିକ ବହୁତ ପ୍ରଶସ୍ତ
View this post on Instagram
ଏହି କଲୋନୀର ରାସ୍ତା ଏତେ ପ୍ରଶସ୍ତ ଯେ ବିମାନ ଏବଂ କାର ବିନା ଧକ୍କାରେ ପରସ୍ପର ସହ ମୁହାଁମୁହିଁ ହୋଇ ଯାଇପାରିବେ । ଜନେଇଦଛୁ କି ଦୁନିଆରେ ୬୩୦ ରୁ ଅଧିକ ଆବାସିକ ଏୟାରପାର୍କ ଅଛି, ଯେଉଁଥିରୁ ୬୧୦ ରୁ ଅଧିକ ଆମେରିକାରେ ଅଛନ୍ତି।
ଇଣ୍ଟରନେଟରେ ଭାଇ-ରାଲ ହେଲା ଏହି ଭିଡିଓ
View this post on Instagram
କାଲିଫର୍ନିଆ ସ୍ଥିତ କ୍ୟାମେରନ୍ ପାର୍କ ବିମାନବନ୍ଦର ଏହି ଆବାସିକ ବିମାନ ପାର୍କ ମଧ୍ୟରୁ ଅନ୍ୟତମ । ସମ୍ପ୍ରତି thesoulfamily ନାମକ ଏକ ଟିକ୍ ଟକ୍ ୟୁଜର ଏହି ଅଞ୍ଚଳ ଉପରେ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ଆପଣ ପ୍ରତ୍ୟେକ ଘରର ଗ୍ୟାରେଜରେ ଏକ କାର ବଦଳରେ ଏକ ବିମାନ ଠିଆ ହୋଇଥିବା ଦେଖିପାରିବେ । ଜାନେଇଦାଉଛୁ କି ଫ୍ରେସ୍ନୋର ସିଆରା ସ୍କାଏ ପାର୍କ ହେଉଛି ପ୍ରଥମ ଏୟାର ପାର୍କ ଯାହା ୧୯୪୬ ମସିହାରେ ପ୍ରତିଷ୍ଠିତ ହୋଇଥିଲା ।