ଯାହା ହେଲେବି ଆଜିକାଲି ଆମେ ଜୀବଜନ୍ତୁକୁ ନେଇ ବହୁତ ହୁସିଆର ହୋଇଗଲେଣି ସେମାନଙ୍କ ସହ ବନ୍ଧୁତା କରିବା ଠାରୁ ନେଇ କେତେ ପ୍ରକାର ଜୀବଜନ୍ତୁଙ୍କୁ ମଧ୍ୟ ଘରେ ଆଶ୍ରୟ ଦିଆଯାଉଛି। କିନ୍ତୁ ଯେତେବେଳେ ହଠାତ କୈାଣସି ଜୀବ ଆମ ଆଖି ସାମ୍ନାକୁ ଆସିଯାଏ,ତ ଗୋଟିଏ ମୂହୁର୍ତ୍ତ ପାଇଁ ମନୁଷ୍ୟ ନିଶ୍ଚିନ୍ତ ଭାବରେ ଡରି ଯାଇଥାଏ। କିଛି ଏମିତି ହିଁ ହୋଇଛି ନ୍ୟୁ ସାଉଥ ବ୍ଲେସରେ ରହୁଥିବା ଏକ ମହିଳାଙ୍କ ସହିତ, ଯିଏ ସବୁଦିନ ଭଳି ନିଜ କାରରେ ଯିବାପାଇଁ ବାହାରି ଯେମିତି କାରର ଗେଟ ଖୋଲିବା ପାଇଁ ହାତ ଆଗକୁ ବଢାଇଛନ୍ତି, ତ ହ୍ୟାଣ୍ଡଲର ତଳେ ଏକ ବିଷାକ୍ତ ଜୀବ ଲୁଚି ରହିଥିଲା, ଯାହାକୁ ଦେଖି ମହିଳା ଜଣଙ୍କ ଚିତ୍କାର କରିବାକୁ ଲାଗିଲେ ଏବଂ ସେ ଏତେ ମାତ୍ରାରେ ଭୟଭୀତ ହୋଇ ଯାଇଥିଲେ କି ୧ ସପ୍ତାହ ପର୍ଯ୍ୟନ୍ତ କାର ପାଖକୁ ପୁନଃ ଫେରି ଆସିନଥିଲେ।
ବୋଧହୁଏ ଆମେ ଫୋନରେ କଥା ହେଉଥିବା ସମୟରେ ବା କିଛି କାମ କରୁଥିବା ବେଳେ ନିଜ କାରର ଗେଟ ଖୋଲି ଦେଇଥାଉ କିନ୍ତୁ ଏବେ ଯଦି ଆପଣ କାରର ଗେଟକୁ ଛୁଇଁବାକୁ ଯାଉଛନ୍ତି, ତ ଟିକିଏ ସାବଧାନ ହୋଇଯାଆନ୍ତୁ। ହେଇପାରେ ଆପଣଙ୍କ ଗାଡ଼ିରେ କୈାଣସି ବି ଅଜଣା ଅତିଥି ଆପଣଙ୍କର ଅପେକ୍ଷା ନ କରି ଥାଉ।
ମହିଳା ଜଣଙ୍କ ଶୋଶିଆଲ ମିଡ଼ିଆରେ ଏହାର ଏକ ଫୋଟ ବି ଶେୟାର କରିଛନ୍ତି, ଯାହାକୁ ଦେଖି ଲୋକମାନେ ଅନ୍ଦାଜ ଲଗାଇଛନ୍ତି କି ଏହା ବୁଢିଆଣୀ ପୋକ ହୋଇପାରେ।
ମହିଳା ଜଣଙ୍କର ଏହି ଫଟୋ ଇଣ୍ଟରନେଟରେ ବହୁତ ଭାଇରାଲ ହେଉଛି। ଏହି ଫଟୋକୁ ଫେସବୁକରେ ୩୧ ହଜାରରୁ ଅଧିକ ଲୋକ ଶେୟାର କରିଛନ୍ତି।
ଏହି ଜୀବଟିର ଚିହ୍ନଟ ଅଷ୍ଟ୍ରେଲିଆର ବୁଢୀଆଣି ରୂପରେ କରାଯାଇଛି, ଯାହା ବହୁତ ବିଷାକ୍ତ ହୋଇଥାଏ।
ଏହି ଘଟଣା ପରେ ସେହି ମହିଳା ଜଣଙ୍କ ଏତେ ଡରି ଯାଇଛନ୍ତି କି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସେହି କାରର ବ୍ୟବହାର କରି ନ ଥିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।